ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ
ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍ ବଲ୍ ଟିମ୍ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍ରୁ ଦଳ ବାହାର ହେବା ପରେ ପଦ ଛାଡ଼ି ଦେଇଥିଲେ। ତେବେ ସାଣ୍ଟନର ହ୍ବାଇଟ୍ ବଲ୍ ଫର୍ମାଟରେ ୧୦୦ରୁ ଅଧିକ ଥର ନ୍ୟୁଜିଲାଣ୍ଡ ଟିମ୍ର ପ୍ରତିନିଧିତ୍ୱ କରୁଥିବା କେବଳ ୪ ଖେଳାଳିଙ୍କ ମଧ୍ୟରୁ ଜଣେ। ଗତ ମାସରେ ସେ ଶ୍ରୀଲଙ୍କା ଗସ୍ତ ସହିତ […] The post ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍ ବଲ୍ ଟିମ୍ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍ରୁ ଦଳ ବାହାର ହେବା ପରେ ପଦ ଛାଡ଼ି ଦେଇଥିଲେ। ତେବେ ସାଣ୍ଟନର ହ୍ବାଇଟ୍ ବଲ୍ ଫର୍ମାଟରେ ୧୦୦ରୁ ଅଧିକ ଥର ନ୍ୟୁଜିଲାଣ୍ଡ ଟିମ୍ର ପ୍ରତିନିଧିତ୍ୱ କରୁଥିବା କେବଳ ୪ ଖେଳାଳିଙ୍କ ମଧ୍ୟରୁ ଜଣେ। ଗତ ମାସରେ ସେ ଶ୍ରୀଲଙ୍କା ଗସ୍ତ ସହିତ ୨୪ ଟି୨୦ ଏବଂ ୪ ଦିନିକିଆ ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଛନ୍ତି।
ପୂର୍ଣ୍ଣକାଳୀନ ଅଧିକାରୀକ ଭାବେ ସାଣ୍ଟନରଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷ ଏବଂ ଜାନୁଆରୀ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ଏବଂ ଦିନିକିଆ ସିରିଜରୁ ଆରମ୍ଭ ହେବ। ଏହି ଦୁଇ ସିରିଜରୁ ନ୍ୟୁଜିଲାଣ୍ଡ ଦଳ ପାଇଁ ନୂଆ ସମୟ ଆରମ୍ଭ ହେବ।
ସାଣ୍ଟନର କହିଛନ୍ତି ଯେ, ଏହା ସ୍ପଷ୍ଟ ଭାବେ ବହୁତ ବଡ଼ ସମ୍ମାନ ଏବଂ ବଡ଼ ଅଧିକାରର ବିଷୟ ଯେ ଆପଣଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଯେତେବେଳେ ଆପଣ ଜଣେ ଯୁବ କ୍ରିକେଟର ହୋଇଥାନ୍ତି ସେତେବେଳେ ଦେଶ ପାଇଁ ଖେଳିବା ସ୍ବପ୍ନ ଦେଖିଥାନ୍ତି। ଏମିତିରେ ଦେଶର ନେତୃତ୍ୱ ନେବା ବଡ଼ କଥା।
ସୀମିତ ଓଭର କ୍ରିକେଟରେ ସାଣ୍ଟନରଙ୍କ ୨୦୦୦ରୁ ଅଧିକ ରନ୍ ଏବଂ ୨୨୫ ଉଇକେଟ ଅଛି।
The post ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ appeared first on Dharitri Odia News.