ନ୍ୟୁଜ୍ ପଢୁଥିଲେ ଆଙ୍କର, ଠିକ୍ ସେତିକିବେଳେ ସିରିଆ ଉପରେ ହେଲା ଇସ୍ରାଏଲ ଆକ୍ରମଣ, ଦେଖନ୍ତୁ Video

ଡାମାସକସ୍ ୧୬।୭: ଇସ୍ରାଏଲ ବୁଧବାର ପଡୋଶୀ ଦେଶ ସିରିଆ ଉପରେ ଘାତକ ଆକ୍ରମଣ କରିଛି। ରାଜଧାନୀ ଡାମାସକସ୍ ରେ ଏଚଟିଏସ୍ ନେତତ୍ୱାଧୀନ ସିରିଆ ସେନା ହେଡକ୍ୱାର୍ଟର ଓ ସିରିଆ ପ୍ରତିରକ୍ଷା ମନ୍ତ୍ରାଳୟକୁ ଟାର୍ଗେଟ୍ କରିଛି। ଇସ୍ରାଏଲ ସେନା (ଆଇଡିଏଫ) ବୟାନ ଜାରି କରି ଏହି ସୂଚନା ଦେଇଛି। ଏଥିରେ ଏକ ସିରିଆ ଟେଲିଭିଜନ ଚ୍ୟାନେଲର ଏକ ଭିଡିଓରେ ବି ରକ୍ଷାମନ୍ତ୍ରାଳୟ ବିଲ୍ଡିଂ ଉପରେ ଲାଇଭ ଆକ୍ରମଣ ହେଉଥିବା ଦେଖାଯାଇଛି। ଏହି ଭିଡିଓରେ ଲାଇଭ ଟେଲିକାଷ୍ଟ କାଳରେ ଖବର ପଢୁଥିବା ଆଙ୍କରଙ୍କୁ ଷ୍ଟୁଡିଓରୁ ନିଜ ଜୀବନ ବଞ୍ଚାଇ ପଳାଉଥିବା ଦେଖାଯାଉଛି। ଏହି ଭିଡିଓକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କେଟଜ୍ ମଧ୍ୟ ପୋଷ୍ଟ କରିଛନ୍ତି। କେଟଜ୍ ଏକ୍ସ ରେ ଲେଖିଛନ୍ତି ଯେ ଭୀଷଣ ଆକ୍ରମଣ ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ସେ ସିରିଆକୁ ଚେତାବନୀ ଦେଇ କହିଥିଲେ ଯେ ସରକାରୀ ସେନା ଯଦି ଦକ୍ଷିଣରେ ଥିବା ଡ୍ରୁଜ ସହର ସୁବେଦାରୁ ନ ହଟନ୍ତି ତେବେ ସିରିୟା ଉପରେ ଭୀଷଣ ଆକ୍ରମଣ ହେବ। החלו המכות הכואבות pic.twitter.com/1kJFFXoiua— ישראל כ”ץ Israel Katz (@Israel_katz) July 16, 2025ଏହି ଆକ୍ରମଣ କେଟଜଙ୍କ ଦ୍ୱାରା ସିରିଆ ସରକାରଙ୍କୁ ସୁବେଦାରୁ ହଟିବା ପାଇଁ ଧମକ ଦେବାର କିଛି ଘଣ୍ଟା ପରେ ହୋଇଛି। ନିକଟରେ ସିରିୟା ଡ୍ରୁଜ ସଂଖ୍ୟାଲଘୁ ଯୋଦ୍ଧାଙ୍କ ବିପକ୍ଷରେ ଭୀଷଣ କାର୍ଯ୍ୟାନୁଷ୍ଠାନ କରିଥିଲା। ଏହି ଯୋଦ୍ଧାମାନଙ୍କୁ ଇସ୍ରାଏ

ନ୍ୟୁଜ୍ ପଢୁଥିଲେ ଆଙ୍କର,  ଠିକ୍ ସେତିକିବେଳେ ସିରିଆ ଉପରେ ହେଲା ଇସ୍ରାଏଲ ଆକ୍ରମଣ, ଦେଖନ୍ତୁ Video

ଡାମାସକସ୍ ୧୬।୭: ଇସ୍ରାଏଲ ବୁଧବାର ପଡୋଶୀ ଦେଶ ସିରିଆ ଉପରେ ଘାତକ ଆକ୍ରମଣ କରିଛି। ରାଜଧାନୀ ଡାମାସକସ୍ ରେ ଏଚଟିଏସ୍ ନେତତ୍ୱାଧୀନ ସିରିଆ ସେନା ହେଡକ୍ୱାର୍ଟର ଓ ସିରିଆ ପ୍ରତିରକ୍ଷା ମନ୍ତ୍ରାଳୟକୁ ଟାର୍ଗେଟ୍ କରିଛି। ଇସ୍ରାଏଲ ସେନା (ଆଇଡିଏଫ) ବୟାନ ଜାରି କରି ଏହି ସୂଚନା ଦେଇଛି। ଏଥିରେ ଏକ ସିରିଆ ଟେଲିଭିଜନ ଚ୍ୟାନେଲର ଏକ ଭିଡିଓରେ ବି ରକ୍ଷାମନ୍ତ୍ରାଳୟ ବିଲ୍ଡିଂ ଉପରେ ଲାଇଭ ଆକ୍ରମଣ ହେଉଥିବା ଦେଖାଯାଇଛି। 

ଏହି ଭିଡିଓରେ ଲାଇଭ ଟେଲିକାଷ୍ଟ କାଳରେ ଖବର ପଢୁଥିବା ଆଙ୍କରଙ୍କୁ ଷ୍ଟୁଡିଓରୁ ନିଜ ଜୀବନ ବଞ୍ଚାଇ ପଳାଉଥିବା ଦେଖାଯାଉଛି। ଏହି ଭିଡିଓକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କେଟଜ୍ ମଧ୍ୟ ପୋଷ୍ଟ କରିଛନ୍ତି। କେଟଜ୍ ଏକ୍ସ ରେ ଲେଖିଛନ୍ତି ଯେ ଭୀଷଣ ଆକ୍ରମଣ ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ସେ ସିରିଆକୁ ଚେତାବନୀ ଦେଇ କହିଥିଲେ ଯେ ସରକାରୀ ସେନା ଯଦି ଦକ୍ଷିଣରେ ଥିବା ଡ୍ରୁଜ ସହର ସୁବେଦାରୁ ନ ହଟନ୍ତି ତେବେ ସିରିୟା ଉପରେ ଭୀଷଣ ଆକ୍ରମଣ ହେବ। 


ଏହି ଆକ୍ରମଣ କେଟଜଙ୍କ ଦ୍ୱାରା ସିରିଆ ସରକାରଙ୍କୁ ସୁବେଦାରୁ ହଟିବା ପାଇଁ ଧମକ ଦେବାର କିଛି ଘଣ୍ଟା ପରେ ହୋଇଛି। ନିକଟରେ ସିରିୟା ଡ୍ରୁଜ ସଂଖ୍ୟାଲଘୁ ଯୋଦ୍ଧାଙ୍କ ବିପକ୍ଷରେ ଭୀଷଣ କାର୍ଯ୍ୟାନୁଷ୍ଠାନ କରିଥିଲା। ଏହି ଯୋଦ୍ଧାମାନଙ୍କୁ ଇସ୍ରାଏଲ ସିରିଆରେ ସମ୍ଭାବିତ ସହଯୋଗୀ ଭାବେ ଦେଖିଥାଏ। ସିରିଆ ସରକାର ମଙ୍ଗଳବାର ଯୁଦ୍ଧବିରାମ ଅଚାନକ ଭାଙ୍ଗିବା ପରେ ଦକ୍ଷିଣ ସହର ଯାହା ଡ୍ରୁଜ ସମୂଦାୟର ପ୍ରମୁଖ କେନ୍ଦ୍ର ସେଠାରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି। 


ଅଲଜଜିରା ରିପୋର୍ଟ ଅନୁସାରେ ସିରିଆ ରକ୍ଷାମନ୍ତ୍ରାଳୟ ହେଡକ୍ୱାର୍ଟର ଉପରେ ଦୁଇଟି ଡ୍ରୋନ ଆକ୍ରମଣ ଦେଖାଯାଇଛି। ଏଥିରୁ ଗୋଟିଏ ବିଲ୍ଡିଂର ପ୍ରବେଶ ପଥ ଉପରେ ହୋଇଥିବା ବେଳେ ଦ୍ୱିତୀୟଟି ବିଲ୍ଡିଂ ପଛପାଖରେ ହୋଇଛି। ଏଥିରୁ ସ୍ଥିତି ବିଗିଡିଥିବାର ସ୍ପଷ୍ଟ ଅନୁମାନ କରାଯାଉଛି। ଇସ୍ରାଏଲୀ ସେନା ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣ ସିରିଆ ରକ୍ଷା ମନ୍ତ୍ରାଳୟ ନିକଟସ୍ଥ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି କରାଯାଇଛି।