ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ ଗୁଳିମାଡ଼ ଯୋଗୁ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ବିଜେଡି ସମର୍ଥକ ରାଜେଶ ପ୍ରଧାନ(୨୬) ଏବଂ ପୃଥ୍ବୀରାଜ ଦଳବେହେରା(୩୨)। ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଗାଁ ଚାରିପଟେ ପଥର ପକାଇ ଗାଁକୁ ଅବରୋଧ କରି ରଖାଯାଇଥିବା ଜଣାପଡ଼ିଛି। […] The post ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର appeared first on Dharitri Odia News.

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ ଗୁଳିମାଡ଼ ଯୋଗୁ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ବିଜେଡି ସମର୍ଥକ ରାଜେଶ ପ୍ରଧାନ(୨୬) ଏବଂ ପୃଥ୍ବୀରାଜ ଦଳବେହେରା(୩୨)। ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଗାଁ ଚାରିପଟେ ପଥର ପକାଇ ଗାଁକୁ ଅବରୋଧ କରି ରଖାଯାଇଥିବା ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ଇଟାମାଟି ଥାନା ପୋଲିସ ବଉଳସାହି ଗାଁରେ ପହଞ୍ଚିଥିବା ଜଣାପଡ଼ିଛି।

The post ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର appeared first on Dharitri Odia News.