ନୟାଗଡ଼ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଚାର, ବିଭିନ୍ନ ପ୍ରସଙ୍ଗକୁ ନେଇ ଘେରିଲେ ରାଜ୍ୟ ସରକାରଙ୍କୁ

ନୟାଗଡ଼: ନୟାଗଡ଼ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଚାର। ମଙ୍ଗଳବାର ନୟାଗଡ଼ ନିର୍ବାଚନମଣ୍ଡଳୀ ଲାଠିପଡାରେ ଜନସଭାରେ ଯୋଗଦେଇ ବିଜେପି ପ୍ରାଥିଙ୍କ ପାଇଁ ପ୍ରଚାର କରି ଭୋଟ ମାଗିଛନ୍ତି ଶାହ।  ଏହି ସମୟରେ ଅମିତ୍ ଶାହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି। ରତ୍ନଭଣ୍ଡାର ଚାବି କେଉଁଠି ଅଛି ? ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ କାହିଁକି ଲୁଚା ଯାଇଛି ? ବୋଲି ପ୍ରଶ୍ନ କରିଛନ୍ତି ଅମିତ ଶାହ। ଏହା ସହ ଜନସଭାକୁ ସମ୍ବୋଧନ ସମୟରେ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ‘‘ଆମ ସରକାର ହେଲେ ରତ୍ନଭଣ୍ଡାର ହିସାବ କରିବ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣା ହେବ। ବିଜେପି ସରକାର ନୟାଗଡ଼ ଚିନିକଳ ଚାଲୁ କରିବ।’’ଏହି କାର୍ଯ୍ୟକ୍ରମରେ ଶାହାଙ୍କ ସହ ପୁରୀ ବିଜେପି ସାସଂଦ ପ୍ରାର୍ଥୀ ସମ୍ବିତ ପାତ୍ର, ନୟାଗଡ଼ ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଗତ ନିର୍ବାଚନରେ ସମ୍ବିତ ପାତ୍ର ନୟାଗଡ ନିର୍ବାଚନମଣ୍ଡଳୀରେ କମ୍ ଭୋଟ ପାଇଥିବାରୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ହେଲେ ଏଥର ନୟାଗଡ ଭୋଟର ନିଶ୍ଚିତ ସମ୍ବିତଙ୍କୁ ଜିତାଇବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ୧୦ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।ସୂଚନାଥାଉକି, ଏହା ପୂର୍ବରୁ ଶାହ ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝରରେ ମଧ୍ୟ ଜନସଭାକୁ ଉଦ୍‌ବୋଧନ ଦେବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ। ଜନସଭାକୁ ସ

ନୟାଗଡ଼ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଚାର, ବିଭିନ୍ନ ପ୍ରସଙ୍ଗକୁ ନେଇ ଘେରିଲେ ରାଜ୍ୟ ସରକାରଙ୍କୁ

ନୟାଗଡ଼: ନୟାଗଡ଼ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଚାର। ମଙ୍ଗଳବାର ନୟାଗଡ଼ ନିର୍ବାଚନମଣ୍ଡଳୀ ଲାଠିପଡାରେ ଜନସଭାରେ ଯୋଗଦେଇ ବିଜେପି ପ୍ରାଥିଙ୍କ ପାଇଁ ପ୍ରଚାର କରି ଭୋଟ ମାଗିଛନ୍ତି ଶାହ।  ଏହି ସମୟରେ ଅମିତ୍ ଶାହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି। ରତ୍ନଭଣ୍ଡାର ଚାବି କେଉଁଠି ଅଛି ? ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ କାହିଁକି ଲୁଚା ଯାଇଛି ? ବୋଲି ପ୍ରଶ୍ନ କରିଛନ୍ତି ଅମିତ ଶାହ। ଏହା ସହ ଜନସଭାକୁ ସମ୍ବୋଧନ ସମୟରେ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ‘‘ଆମ ସରକାର ହେଲେ ରତ୍ନଭଣ୍ଡାର ହିସାବ କରିବ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣା ହେବ। ବିଜେପି ସରକାର ନୟାଗଡ଼ ଚିନିକଳ ଚାଲୁ କରିବ।’’


ଏହି କାର୍ଯ୍ୟକ୍ରମରେ ଶାହାଙ୍କ ସହ ପୁରୀ ବିଜେପି ସାସଂଦ ପ୍ରାର୍ଥୀ ସମ୍ବିତ ପାତ୍ର, ନୟାଗଡ଼ ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଗତ ନିର୍ବାଚନରେ ସମ୍ବିତ ପାତ୍ର ନୟାଗଡ ନିର୍ବାଚନମଣ୍ଡଳୀରେ କମ୍ ଭୋଟ ପାଇଥିବାରୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ହେଲେ ଏଥର ନୟାଗଡ ଭୋଟର ନିଶ୍ଚିତ ସମ୍ବିତଙ୍କୁ ଜିତାଇବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ୧୦ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।

ସୂଚନାଥାଉକି, ଏହା ପୂର୍ବରୁ ଶାହ ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝରରେ ମଧ୍ୟ ଜନସଭାକୁ ଉଦ୍‌ବୋଧନ ଦେବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ। ଜନସଭାକୁ ସମ୍ବୋଧନ କରିବା ସହ ଅମିତ ଶାହ କହିଥିଲେ ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି । ଓଡ଼ିଶାର ଭାଷା ଏବଂ ସଂସ୍କୃତି ଆଧାରରେ ହେବ ସରକାର । ଦେଶରେ ସବୁଠୁ ଗରିବ ଲୋକ ଓଡ଼ିଶାରେ ଅଛନ୍ତି । ବିଜେପି ଆସିଲେ ଦକ୍ଷ ଓ ପରିଶ୍ରମୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବୁ । ଓଡ଼ିଶାରେ ଖଣିଜ ସମ୍ପଦର ଭରପୁର ବିନିଯୋଗ ହେବ ।