ନୟାଗଡ଼ରେ ଭୟଙ୍କର ବାଣ ବିସ୍ଫୋରଣ: ୨ଗୁରୁତର
ନୟାଗଡ଼,୧୦।୩: ନୟାଗଡ଼ ଜିଲା ସଦର ଥାନା ମାଲିସାହି ପଞ୍ଚାୟତ ହୀରାଦେଇପୁର ଗାଁ ସୋମବାର ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଦୋଳପୂର୍ଣ୍ଣିମା ପାଇଁ ଘରେ ବାଣ ତିଆରି କରାଯାଉଥିଲା। ବାଣ ଭିଡିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨ଜଣ ଗୁରୁତର ହୋଇଥିବା […] The post ନୟାଗଡ଼ରେ ଭୟଙ୍କର ବାଣ ବିସ୍ଫୋରଣ: ୨ଗୁରୁତର appeared first on Dharitri Odia News.
ନୟାଗଡ଼,୧୦।୩: ନୟାଗଡ଼ ଜିଲା ସଦର ଥାନା ମାଲିସାହି ପଞ୍ଚାୟତ ହୀରାଦେଇପୁର ଗାଁ ସୋମବାର ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଦୋଳପୂର୍ଣ୍ଣିମା ପାଇଁ ଘରେ ବାଣ ତିଆରି କରାଯାଉଥିଲା। ବାଣ ଭିଡିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨ଜଣ ଗୁରୁତର ହୋଇଥିବା ବେଳେ ଘରର ଆସବାବପତ୍ର ନଷ୍ଟ ହୋଇଛି। ଖବର ପାଇ ନୟାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।
The post ନୟାଗଡ଼ରେ ଭୟଙ୍କର ବାଣ ବିସ୍ଫୋରଣ: ୨ଗୁରୁତର appeared first on Dharitri Odia News.