ନୟାପଲ୍ଲୀ VIP କଲୋନୀରେ IASଙ୍କ ଘରୁ ଚୋରି ଉଦ୍ୟମ, ସେପଟେ ବାରଙ୍ଗ ମଧୁପୁରରେ ସିରିଜ୍ ଚୋରି

ଭୁବନେଶ୍ବର ୩।୧୧: IAS ପ୍ରଶାନ୍ତ ରେଡ୍ଡୀଙ୍କ ଘରୁ ଚୋରି ଉଦ୍ୟମ । ଦୁଇ ଦିନ ତଳେ ନୟାପଲ୍ଲୀ VIP କଲୋନୀରେ ତାଲା ଭାଙ୍ଗି ଘରେ ପଶିଥିଲେ ଚୋର । ଶାବଳ ପେଚକସ୍ ବ୍ୟବହାର କରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି । ତେବେ କିଛି ସାମଗ୍ରୀ ଚୋରି ହୋଇ ନଥିବା ପୋଲିସ ସୂତ୍ରରୁ ପ୍ରକାଶ ।ସେପଟେ ବାରଙ୍ଗ ଥାନା ମଧୁପୁରରେ ହୋଇଛି ସିରିଜ୍ ସିନ୍ଧି ଚୋରି । ମଧୁପୁର ଛକରେ ଥିବା ଅଭୟ ମିଶ୍ରଙ୍କ ହାର୍ଡୱେୟାର ଷ୍ଟୋର ଏବଂ ରାଧା ସାହୁଙ୍କ ଇଲେକ୍ଟ୍ରିକାଲ ଷ୍ଟୋରର ଆଜବେଷ୍ଟସ ଓ ଭିତର ସିଲିଂ କାଟି ନଗଦ ଟଙ୍କା ସମେତ ପାଖାପାଖି ୨ ଲକ୍ଷ ଟଙ୍କାର ଦାମୀ ଜିନିଷ ନେଇଯାଇଛନ୍ତି ଚୋର । ଘଟଣାର ଖବର ପାଇ ବାରଙ୍ଗ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ବିଗତ କିଛି ମାସ ହେବ ଲୁଟେରା ମାନେ ବାରଙ୍ଗ ଥାନା ଅଞ୍ଚଳରେ ଥିବା କଲୋନୀ, ସୋସାଇଟି ଏବଂ ଆପାର୍ଟମେଣ୍ଟକୁ ଟାର୍ଗେଟ କରୁଥିବା ବେଳେ ମୁଖ୍ୟ ରାସ୍ତାରେ ପୋଲିସ ପାଟ୍ରୋଲିଂ ଥାଇ ମଧ୍ୟ ସିରିଜ ଚୋରି ଏବେ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ପାଇଁ ଆର୍ଥିକ ଚିନ୍ତାର ବିଷୟ ପାଲଟିଛି ।You Can Read:ଭଣଜା ସହ ଯାଇଥିଲେ ବାଇକ୍ କିଣିବାକୁ, ଆଉ ଫେରିଲେନି ଘରକୁ 

ନୟାପଲ୍ଲୀ VIP କଲୋନୀରେ IASଙ୍କ ଘରୁ ଚୋରି ଉଦ୍ୟମ, ସେପଟେ ବାରଙ୍ଗ ମଧୁପୁରରେ ସିରିଜ୍ ଚୋରି

ଭୁବନେଶ୍ବର ୩।୧୧: IAS ପ୍ରଶାନ୍ତ ରେଡ୍ଡୀଙ୍କ ଘରୁ ଚୋରି ଉଦ୍ୟମ । ଦୁଇ ଦିନ ତଳେ ନୟାପଲ୍ଲୀ VIP କଲୋନୀରେ ତାଲା ଭାଙ୍ଗି ଘରେ ପଶିଥିଲେ ଚୋର । ଶାବଳ ପେଚକସ୍ ବ୍ୟବହାର କରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି । ତେବେ କିଛି ସାମଗ୍ରୀ ଚୋରି ହୋଇ ନଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ସେପଟେ ବାରଙ୍ଗ ଥାନା ମଧୁପୁରରେ ହୋଇଛି ସିରିଜ୍ ସିନ୍ଧି ଚୋରି । ମଧୁପୁର ଛକରେ ଥିବା ଅଭୟ ମିଶ୍ରଙ୍କ ହାର୍ଡୱେୟାର ଷ୍ଟୋର ଏବଂ ରାଧା ସାହୁଙ୍କ ଇଲେକ୍ଟ୍ରିକାଲ ଷ୍ଟୋରର ଆଜବେଷ୍ଟସ ଓ ଭିତର ସିଲିଂ କାଟି ନଗଦ ଟଙ୍କା ସମେତ ପାଖାପାଖି ୨ ଲକ୍ଷ ଟଙ୍କାର ଦାମୀ ଜିନିଷ ନେଇଯାଇଛନ୍ତି ଚୋର । ଘଟଣାର ଖବର ପାଇ ବାରଙ୍ଗ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ବିଗତ କିଛି ମାସ ହେବ ଲୁଟେରା ମାନେ ବାରଙ୍ଗ ଥାନା ଅଞ୍ଚଳରେ ଥିବା କଲୋନୀ, ସୋସାଇଟି ଏବଂ ଆପାର୍ଟମେଣ୍ଟକୁ ଟାର୍ଗେଟ କରୁଥିବା ବେଳେ ମୁଖ୍ୟ ରାସ୍ତାରେ ପୋଲିସ ପାଟ୍ରୋଲିଂ ଥାଇ ମଧ୍ୟ ସିରିଜ ଚୋରି ଏବେ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ପାଇଁ ଆର୍ଥିକ ଚିନ୍ତାର ବିଷୟ ପାଲଟିଛି ।

You Can Read:

ଭଣଜା ସହ ଯାଇଥିଲେ ବାଇକ୍ କିଣିବାକୁ, ଆଉ ଫେରିଲେନି ଘରକୁ