ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର

ଜମନକିରା : ଜମନକିରା ବ୍ଲକ ଫାଶିମାଳ ପଞ୍ଚାୟତରେ ଆଜି ମଙ୍ଗଳବାର ଦିନ ପଞ୍ଚାୟତ ପ୍ରାଙ୍ଗଣରେ ପଂଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ରବିନାରାୟଣ ନାଏକ ଗ୍ରାମଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓଡ଼ିଶା ସରକାର ଉପସ୍ଥିତ ଥିବା ବେଳେ ଗୌରବ ମୟ ପ୍ରଧାନ ଉପ-ଜିଲ୍ଲପାଳ କୁଚିଣ୍ଡା, ରବୀନ୍ଦ୍ର କୁମାର ସେଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜମନକିରା, ହରେକୃଷ୍ଣ ବରିହା ତହସିଲଦାର ଜମନକିରା, ମାଧବୀ […] The post ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର appeared first on Odisha.News.

ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ  ଶିବିର

ଜମନକିରା : ଜମନକିରା ବ୍ଲକ ଫାଶିମାଳ ପଞ୍ଚାୟତରେ ଆଜି ମଙ୍ଗଳବାର ଦିନ ପଞ୍ଚାୟତ ପ୍ରାଙ୍ଗଣରେ ପଂଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ରବିନାରାୟଣ ନାଏକ ଗ୍ରାମଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓଡ଼ିଶା ସରକାର ଉପସ୍ଥିତ ଥିବା ବେଳେ ଗୌରବ ମୟ ପ୍ରଧାନ ଉପ-ଜିଲ୍ଲପାଳ କୁଚିଣ୍ଡା, ରବୀନ୍ଦ୍ର କୁମାର ସେଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜମନକିରା, ହରେକୃଷ୍ଣ ବରିହା ତହସିଲଦାର ଜମନକିରା, ମାଧବୀ ଲତା ବରିହା ସରପଞ୍ଚ ଫାଷିମାଳ, ସୁନିଲ ମୁଦୁଲି ଜିଲ୍ଲା ବିଜେପି ପ୍ରତିନିଧି, ରମେଶ ସାହୁ ଏମପି ପ୍ରତିନିଧି ତଥା ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୯୦ ଗୋଟି ଅଭିଯୋଗ ଆସିଥିବା ବେଳେ ମନ୍ତ୍ରୀ ମହୋଦୟ ତନଖି କରି ଯଥା ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅଭିଯୋଗ ଶୁଣାଣୀରେ ମନ୍ତ୍ରି ମହୋଦୟ ଘରେ ଘରେ ଜଳ ଯୋଜନା, ବେକାର ଯୁବକ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ଗାଇ ପାଳନ, ଛେଳି ପାଳନ, ମାଛଚାଷ, କୁକୁଡ଼ା ପାଳନ ଭଳି ଅନେକ କାର୍ଯ୍ୟକ୍ରମ ଉପରେ ମତ ଦେଇଥିବା ବେଳେ ପ୍ରଧାନ ମନ୍ତ୍ରୀ ସୁଯ୍ୟ ଘର ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ।

The post ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର appeared first on Odisha.News.