ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଜମନକିରା : ଜମନକିରା ବ୍ଲକ ଫାଶିମାଲ ପଞ୍ଚାୟତ ଏବଂ କେନାଢ଼ିପା ପଞ୍ଚାୟତ ର ବିଭିନ୍ନ ପ୍ରକଳ୍ପ କୁ ଆଜି ଗ୍ରାମ୍ୟଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ, ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଗସ୍ତରେ ଆସି ଫାଶିମାଲ ଡାକ୍ତଖାନାରେ ନୂତନ ନିର୍ମିତ ରୋଗୀ ପରୀକ୍ଷାଗାର କୁ ଉଦଘାଟନ କରିଥିଲେ। ଏଥିସହ ମନ୍ତ୍ରୀଙ୍କୁ ଡାକ୍ତରଖାନାର ବିଭିନ୍ନ ସମସ୍ୟା ଯଥା ଡାକ୍ତର ଅଭାବ, ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ଏବଂ ସ୍ଥାୟୀ […] The post ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ appeared first on Odisha.News.

ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଜମନକିରା : ଜମନକିରା ବ୍ଲକ ଫାଶିମାଲ ପଞ୍ଚାୟତ ଏବଂ କେନାଢ଼ିପା ପଞ୍ଚାୟତ ର ବିଭିନ୍ନ ପ୍ରକଳ୍ପ କୁ ଆଜି ଗ୍ରାମ୍ୟଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ, ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଗସ୍ତରେ ଆସି ଫାଶିମାଲ ଡାକ୍ତଖାନାରେ ନୂତନ ନିର୍ମିତ ରୋଗୀ ପରୀକ୍ଷାଗାର କୁ ଉଦଘାଟନ କରିଥିଲେ। ଏଥିସହ ମନ୍ତ୍ରୀଙ୍କୁ ଡାକ୍ତରଖାନାର ବିଭିନ୍ନ ସମସ୍ୟା ଯଥା ଡାକ୍ତର ଅଭାବ, ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ଏବଂ ସ୍ଥାୟୀ ଭାବରେ ଜଣେ ଇନଚାର୍ଜ ରହିବା ପାଇଁ ଅଞ୍ଚଳ ବାସୀ ଦାବି କରିଥିଲେ। ଏନେଇ ମନ୍ତ୍ରୀ ଶ୍ରୀ ନାଏକ ସମ୍ବଲପୁର ସିଡିଏମଓ ଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଯଥା ଶୀଘ୍ର ଏ ସମସ୍ୟା କୁ ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ପରେ କେନାଢ଼ିପା ପଞ୍ଚାୟତ କୁ ଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ୍ୟକ୍ରମ ର ଶୁଭ ଉଦଘାଟନ କରି ମହଦା ଠାରେ ଦଳୀୟ କାର୍ଯ୍ୟକ୍ରମ କରି ଚକୁଳିଆ ପଞ୍ଚାୟତ ଦେଇ ସମ୍ବଲପୁର ଜିଲ୍ଲା ଅଭିମୁଖେ ଗସ୍ତ କରିଥିଲେ। ଆଜିର ଉଦଘାଟନୀ ସଭାରେ ବିଡ଼ିଓ ସୁଶ୍ରୀ ରୀନା ନାଏକ, ତହସିଲଦାର ହରେକୃଷ୍ଣ ବରିହା, ଫାଶିମାଳ ଡାକ୍ତରଖାନା ଭାରାପ୍ରାପ୍ର ଅଧିକାରୀ ଶରତ ଚନ୍ଦ୍ର ଦେହୁରୀ, ସିଡିଏମଓ ଡ଼ା. ସୁଜାତରାଣି ମିଶ୍ର, ଜିଲ୍ଲା ଡିପିଏମ୍ ଡ଼ା. ମୌସୁମୀ ରାଣୀ ମିଶ୍ର, ସମିତି ସଭ୍ୟ କେଦାର ନାଥ ବରିହା, ସରପଞ୍ଚ ମାଧବିଲତା ବରିହାଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ।

The post ପଂଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ appeared first on Odisha.News.