ପଂଜାବରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ବିଷାକ୍ତ ମଦ ପିଇ ପଂଜାବର ସାଙ୍ଗରୁର୍ରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସାଙ୍ଗରୁର ଜିଲ୍ଲାର ଦିର୍ବା ଥାନା ଅଧୀନସ୍ଥ ଗୁଜରନ ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଏପ୍ରିଲରେ ମଧ୍ୟ ସାଙ୍ଗରୁରରେ ବିଷାକ୍ତ ମଦ ପିଇ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ସେହିପରି ୨୦୨୦ ଅଗଷ୍ଟରେ ପଂଜାବର ୩ଟି ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଖାଲି ପଂଜାବ […]

ନୂଆଦିଲ୍ଲୀ : ବିଷାକ୍ତ ମଦ ପିଇ ପଂଜାବର ସାଙ୍ଗରୁର୍ରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସାଙ୍ଗରୁର ଜିଲ୍ଲାର ଦିର୍ବା ଥାନା ଅଧୀନସ୍ଥ ଗୁଜରନ ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଏପ୍ରିଲରେ ମଧ୍ୟ ସାଙ୍ଗରୁରରେ ବିଷାକ୍ତ ମଦ ପିଇ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ସେହିପରି ୨୦୨୦ ଅଗଷ୍ଟରେ ପଂଜାବର ୩ଟି ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଖାଲି ପଂଜାବ ନୁହେଁ ବିହାରରେ ମଧ୍ୟ ଅନେକ ସମୟରେ ବିଷାକ୍ତ ମଦମୃତ୍ୟୁ ହୋଇଛି। ତେବେ ବିଷାକ୍ତ ମଦମୃତ୍ୟୁ ଘଟଣା ପ୍ରଶାସନର ଚିନ୍ତା ବଢ଼ାଇଛି।