ପଉଲା ହର୍ଡଙ୍କ ସହ ସଂପର୍କ କଣ ? ବ୍ୟକ୍ତିଗତ ଜୀବନକୁ ନେଇ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତାଙ୍କ ଖୁଲାସା

ନୂଆଦିଲ୍ଲୀ ୬/୨: ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି ନୂଆ କଥା ସେୟାର କରିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ । ପଉଲା ହର୍ଡଙ୍କ ସହ ଡେଟିଂ କରୁଥିବା ନେଇ କରିଛନ୍ତି ଖୁଲାସା । ୨୦୨୩ରୁ ବିଲ୍‌ ଗେଟ୍ସ ଓ ପାଉଲାଙ୍କ ମଧ୍ୟରେ ସଂପର୍କକୁ ନେଇ ଚର୍ଚ୍ଚା ହୋଇ ଆସୁଛି । ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ମଧ୍ୟ ଦେଖିବାକୁ ମିଳେ । ୨୦୨୧ରେ ପତ୍ନୀ ମଲିଣ୍ଡା ଗେଟ୍ସଙ୍କୁ ତଲାକ ଦେଇସାରିଛନ୍ତି ବିଲ୍‌ ଗେଟ୍ସ । ଏହାର ୨ ବର୍ଷ ପରେ ପାଉଲାଙ୍କ ସହ ସଂପର୍କରେ ଆସିଥିଲେ ବିଲ୍‌ ଗେଟ୍ସ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ବିଲ୍‌ ଗେଟ୍ସଙ୍କ ଜୀବନରେ ସିରିୟସ ଗାର୍ଲ ସାଜିଥିବା ପାଉଲା ହର୍ଡ କିଏ ? । ତାଙ୍କ ପରିଚୟ କଣ  ? Microsoftର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ  ପ୍ରଥମ ଥର ପାଇଁ ଗାର୍ଲଫ୍ରେଣ୍ଡ ପାଉଲା ହର୍ଡଙ୍କ ସହ ସଂପର୍କକୁ ନେଇ ମନଖୋଲି କଥା ହୋଇଛନ୍ତି । ୭୦ ବର୍ଷୀୟ ବିଲ୍‌ ଗେଟ୍ସ ନିଜର ଖୁସି ଜାହିର କରି କହିଛନ୍ତି ମୁଁ ଭାଗ୍ୟବାନ କି ମୋର ଜଣେ ସିରିୟସ ଗାର୍ଲଫ୍ରେଣ୍ଡ ପାଉଲା ହର୍ଡ ଅଛନ୍ତି । ଆମେ ଦୁହେଁ ମିଶି କ୍ବାଲିଟି ଟାଇମ ସ୍ପେଣ୍ଡ କରୁଛୁ । ଅଲିମ୍ପିକ୍ସ ଯାଉଛୁ ଓ ଜୀବନର ଅନେକ ଖୁସିର ମୁହୁର୍ତ୍ତକୁ ଉପଭୋଗ କରୁଛୁ । ପାଉଲା ହର୍ଡ ଜଣେ ଫିଲୋନଥ୍ରୋପିଷ୍ଟ ଓ ଡେଭ୍‌ଲପର । ତାଙ୍କର ଆଉ ଏକ ପରିଚୟ ହେଉଛି  Oracleର ପୂର୍ବତନ ସିଇଓ ମାର୍କ ହର୍ଡଙ୍କ ପତ୍ନୀ । ୨୦୨୯ରେ ମାର୍କଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ବ

ପଉଲା ହର୍ଡଙ୍କ ସହ ସଂପର୍କ କଣ ? ବ୍ୟକ୍ତିଗତ ଜୀବନକୁ ନେଇ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତାଙ୍କ ଖୁଲାସା

ନୂଆଦିଲ୍ଲୀ ୬/୨: ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି ନୂଆ କଥା ସେୟାର କରିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ । ପଉଲା ହର୍ଡଙ୍କ ସହ ଡେଟିଂ କରୁଥିବା ନେଇ କରିଛନ୍ତି ଖୁଲାସା । ୨୦୨୩ରୁ ବିଲ୍‌ ଗେଟ୍ସ ଓ ପାଉଲାଙ୍କ ମଧ୍ୟରେ ସଂପର୍କକୁ ନେଇ ଚର୍ଚ୍ଚା ହୋଇ ଆସୁଛି । ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ମଧ୍ୟ ଦେଖିବାକୁ ମିଳେ । ୨୦୨୧ରେ ପତ୍ନୀ ମଲିଣ୍ଡା ଗେଟ୍ସଙ୍କୁ ତଲାକ ଦେଇସାରିଛନ୍ତି ବିଲ୍‌ ଗେଟ୍ସ । ଏହାର ୨ ବର୍ଷ ପରେ ପାଉଲାଙ୍କ ସହ ସଂପର୍କରେ ଆସିଥିଲେ ବିଲ୍‌ ଗେଟ୍ସ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ବିଲ୍‌ ଗେଟ୍ସଙ୍କ ଜୀବନରେ ସିରିୟସ ଗାର୍ଲ ସାଜିଥିବା ପାଉଲା ହର୍ଡ କିଏ ? । ତାଙ୍କ ପରିଚୟ କଣ  ? 

Microsoftର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ  ପ୍ରଥମ ଥର ପାଇଁ ଗାର୍ଲଫ୍ରେଣ୍ଡ ପାଉଲା ହର୍ଡଙ୍କ ସହ ସଂପର୍କକୁ ନେଇ ମନଖୋଲି କଥା ହୋଇଛନ୍ତି । ୭୦ ବର୍ଷୀୟ ବିଲ୍‌ ଗେଟ୍ସ ନିଜର ଖୁସି ଜାହିର କରି କହିଛନ୍ତି ମୁଁ ଭାଗ୍ୟବାନ କି ମୋର ଜଣେ ସିରିୟସ ଗାର୍ଲଫ୍ରେଣ୍ଡ ପାଉଲା ହର୍ଡ ଅଛନ୍ତି । ଆମେ ଦୁହେଁ ମିଶି କ୍ବାଲିଟି ଟାଇମ ସ୍ପେଣ୍ଡ କରୁଛୁ । ଅଲିମ୍ପିକ୍ସ ଯାଉଛୁ ଓ ଜୀବନର ଅନେକ ଖୁସିର ମୁହୁର୍ତ୍ତକୁ ଉପଭୋଗ କରୁଛୁ । 

ପାଉଲା ହର୍ଡ ଜଣେ ଫିଲୋନଥ୍ରୋପିଷ୍ଟ ଓ ଡେଭ୍‌ଲପର । ତାଙ୍କର ଆଉ ଏକ ପରିଚୟ ହେଉଛି  Oracleର ପୂର୍ବତନ ସିଇଓ ମାର୍କ ହର୍ଡଙ୍କ ପତ୍ନୀ । ୨୦୨୯ରେ ମାର୍କଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡିନଥିଲେ ପାଉଲା । ନିଜ କାମରେ ଆଗକୁ ଆଗକୁ ବଢିଥିଲେ । ତେବେ ୨୦୨୨ରେ ବିଲ୍‌ ଗେଟ୍ସ ଓ ପାଉଲା ସର୍ବସାଧାରଣରେ ଏକାଠି ନଜର ଆସିଥିଲେ । ଆଉ ୨୦୨୩ ଆରମ୍ଭରୁ ସଂପର୍କକୁ ନେଇ ସ୍ବୀକାର କରିଥିଲେ ଉଭୟ । ଏହା ପରେ ଏହି ପ୍ରେମପକ୍ଷୀଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା । ଯେମିତିକି ପ୍ୟାରିସ ଅଲିମ୍ପିକ୍ସ,ଅମ୍ବାନି ପରିବାର ବାହାଘରରେ ଏକାଠି ସାମିଲ ହୋଇଥିଲେ ଉଭୟ । 

ନିଜର ପୂର୍ବ ଜୀବନସାଥୀ ମଲିଣ୍ଡା ଫ୍ରେଞ୍ଚ ଗେଟ୍ସଙ୍କ  ସଂପର୍କରେ ବିଲ୍‌ ଗେଟ୍ସଙ୍କ କହିଛନ୍ତି  ୨୭ ବର୍ଷର ବୈବାହିକ ଜୀବନ ପରେ ୨୦୨୧ରେ ଆମର ତଲାକ ହୋଇଥିଲା । ଏହା ମୋ ଜୀବନର ସବୁଠାରୁ ବଡ ଭୁଲ ବୋଲି ସ୍ବୀକାର କରିଛନ୍ତି ବିଲ୍‌ ଗେଟ୍ସ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ବିଲ୍‌ ଗେଟ୍ସ କହିଛନ୍ତି ୨୭ ବର୍ଷର ସଂପର୍କ ଭାଙ୍ଗିବା ଏତେ ସହଜ ନଥିଲା । ତଲାକ ସମୟ ଉଭୟଙ୍କ ପାଇଁ ବେଶ କଠିନ ଥିଲା । ଆଉ ଏହାର କଷ୍ଟ ୨ ବର୍ଷ ଯାଏ ହୋଇଥିଲା । ବିବାହ ସମୟରେ ହୋଇଥିବା ଭୁଲକୁ ସ୍ବୀକାର କରି ବିଲ୍‌ ଗେଟ୍ସ କହିଛନ୍ତି ମୁଁ ଭୁଲ କରିଛି ଆଉ ଏଥିପାଇଁ ନିଜକୁ ଦାୟୀ କରିଛି । ବିଲ୍‌ ଗେଟ୍ସ ଏୟା ବି ମାନିଛନ୍ତି କି ମାଇକ୍ରୋସଫ୍ଟର ଜଣେ କର୍ମଚାରୀଙ୍କ ସହ ଆଫେୟର୍ସକୁ ହିଁ ମୋର ବୈବାହିକ ଜୀବନକୁ ପ୍ରଭାବିତ କରିଥିଲା । ଏହି ବିଷୟ ଉପରେ ସେ ଅଧିକ ଚର୍ଚ୍ଚା କରିନଥିଲେ ମଧ୍ୟ ଏହି ଆଫେୟର୍ସ ହିଁ ମଲିଣ୍ଡାଙ୍କୁ ଦୁଃଖ ପହଞ୍ଚାଇଥିଲା ବୋଲି ସେ କହିଛନ୍ତି । ଏହା ଛଡା ମୋର କୁଖ୍ୟାତ ଅପରାଧୀ ଜେଫ୍ରି ସହ ସହ ସାକ୍ଷାତକୁ ନେଇ ଅସନ୍ତୁଷ୍ଟ ଥିଲେ ମଲିଣ୍ଡା । ଯାହା ଆମ ସଂପର୍କକୁ ପ୍ରଭାବିତ କରିଥିବା ମାନିଛନ୍ତି ବିଲ୍‌ ଗେଟ୍ସ । 

ଜୀବନର ଅନେକ ଉଠାଣି ଗଡାଣି ପରେ ଏବେ ଆଗକୁ ବଢୁଛନ୍ତି ବିଲ୍‌ ଗେଟ୍ସ । ଗାର୍ଲଫ୍ରେଣ୍ଡ ପାଉଲାଙ୍କ ସହ ଜୀବନକୁ ଉପଭୋଗ କରୁଛନ୍ତି । ନୂଆ ସଂପର୍କକୁ ନେଇ ସେ ବେଶ ସନ୍ତୁଷ୍ଟ ଥିବା ତାଙ୍କ କଥାରୁ ସ୍ପଷ୍ଟ ହୋଇଛି ।