ପଞ୍ଚକ ପାଇଁ ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ, ଆଜିଠାରୁ ପଞ୍ଚାନନ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ…
ଭଦ୍ରକ,୧୧ା୧୧(ସନାତନ ରାଉତ): ପବିତ୍ର ତଥା ଧର୍ମର ମାସ କାର୍ତ୍ତିକମାସର ସୋମବାର ଓ ପଞ୍ଚୁକ ବ୍ରତ ପାଇଁ ସୋମବାର ଭୋର୍ ସମୟରୁ ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଆଜିଠାରୁ ବାବା ୫ ଦିନ ପର୍ଯ୍ୟନ୍ତ ପଞ୍ଚାନନ ବେଶରେ ଦର୍ଶନ ଦେଉଥିବାରୁ ହବିଷ୍ୟାଳିଙ୍କ ସହ ଶ୍ରଦ୍ଧାଳୁମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି। ରାହାସ ପୂର୍ଣ୍ଣିମାଦିନ ବାବା ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିଛି। ଭୋର୍ ୪ ଟାରେ ଦ୍ବାର […] The post ପଞ୍ଚକ ପାଇଁ ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ, ଆଜିଠାରୁ ପଞ୍ଚାନନ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ… appeared first on Dharitri Odia News.
ଭଦ୍ରକ,୧୧ା୧୧(ସନାତନ ରାଉତ): ପବିତ୍ର ତଥା ଧର୍ମର ମାସ କାର୍ତ୍ତିକମାସର ସୋମବାର ଓ ପଞ୍ଚୁକ ବ୍ରତ ପାଇଁ ସୋମବାର ଭୋର୍ ସମୟରୁ ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଆଜିଠାରୁ ବାବା ୫ ଦିନ ପର୍ଯ୍ୟନ୍ତ ପଞ୍ଚାନନ ବେଶରେ ଦର୍ଶନ ଦେଉଥିବାରୁ ହବିଷ୍ୟାଳିଙ୍କ ସହ ଶ୍ରଦ୍ଧାଳୁମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି। ରାହାସ ପୂର୍ଣ୍ଣିମାଦିନ ବାବା ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିଛି। ଭୋର୍ ୪ ଟାରେ ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତି, ଘର୍ଷଣ ଲାଗି ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର ଓ ଫୁଲ ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ପଞ୍ଚୁକ ଭୋଗ ଲାଗି କରାଯାଇଥିଲା। ଅନ୍ୟପଟେ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶନିବାରଠାରୁ ପବିତ୍ର ଅଳାଁନବମୀ ଅବସରରେ ଭାଗବତ ସପ୍ତାହ ନୀତି ଆରମ୍ଭ
ହୋଇଛି। ଏହି ଅବସରରେ ୭ ଦିନ ଧରି ଭୋର୍ ୫ଟାରୁ ରାତି ୧୦ଟା ଯାଏ ଭକ୍ତମାନଙ୍କ ପାଇଁ ସାହଣମେଲା କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି। ମଧ୍ୟାହ୍ନରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ବଡ଼ ଅନ୍ନ ନୀତି ଭୋଗ ଲାଗି କରାଯିବ।
ସେହିପରି ଅପରାହ୍ନରେ ବଡ଼ସିଂହାର ବେଶ ସହ ସନ୍ଧ୍ୟାରେ ଷୋଡ଼ଶ ଉପଚାର ନୀତି କରାଯିବ। ପରେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ନିମନ୍ତେ ଘଟ ଉତ୍ତୋଳନ, ଦ୍ବାରପାଳ ପୂଜା, ପଞ୍ଚଉପଚାର ସହ ଭାଗବତ ପଠନ ଓ ଯଜ୍ଞ ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି।
The post ପଞ୍ଚକ ପାଇଁ ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ, ଆଜିଠାରୁ ପଞ୍ଚାନନ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ… appeared first on Dharitri Odia News.