ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି ଦୁଇ ଅଭିଯୁକ୍ତ। ଟାୱାର ଉପରେ ଥାଇ ଘଟଣାକୁ ଦେଖିଥିବା ଜଣେ ବ୍ୟକ୍ତିଙ୍କର ବୟାନ ପୋଲିସ ରେକର୍ଡ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଅଲେଖ ମାଝୀ (୨୦)ପିତା ଅଭି ଓ ପରମାନନ୍ଦ ଦିଶାରି (୨୪) ପିତା ନୀଳକଣ୍ଠଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଚାଳିତମାସ ୧୭ […] The post ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି ଦୁଇ ଅଭିଯୁକ୍ତ। ଟାୱାର ଉପରେ ଥାଇ ଘଟଣାକୁ ଦେଖିଥିବା ଜଣେ ବ୍ୟକ୍ତିଙ୍କର ବୟାନ ପୋଲିସ ରେକର୍ଡ କରିଛି।

ଅଭିଯୁକ୍ତ ଦ୍ୱୟ ହେଲେ ଅଲେଖ ମାଝୀ (୨୦)ପିତା ଅଭି ଓ ପରମାନନ୍ଦ ଦିଶାରି (୨୪) ପିତା ନୀଳକଣ୍ଠଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଚାଳିତମାସ ୧୭ ତାରିଖ ରେ ହୋଇଥିବା ଘଟଣା ପୀଡିତାଙ୍କ ପରିବାରର ଏତଲାକୁ ଭିତ୍ତି କରି କେଶ୍ ନମ୍ବର ୨୨୨/୧୮/୦୯/୨୪ ରେ ମାମଲା ହୋଇଥିଲା ବି ଏନ୍ ଏସ ୨୦୨୩ ର ଧାରା ୧୦୩(୧)୨୩୮(a) ରେ ମାମଲା ହୋଇଛି।

ମଙ୍ଗଳବାର ଏ ନେଇ ଖବରଦାତା ସମ୍ମିଳନୀ କରି ଡି ଆଇ ଜି. ମୀନା ବିସ୍ତୃତ ଭାବେ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ସୁଚ ଦେଇଥିଲେ। ତଦନ୍ତ ପ୍ରକ୍ରିୟାରେ ଏସଡିପିଓ କୃଷ୍ନ ଚନ୍ଦ୍ର ଭତ୍ରା,ଆର୍ କେ ଦାସ ,ମିନାକ୍ଷୀ ଠାକୁର , ଏମକେ ପୂଜାରୀ ଆଇ ଆଇ ସି ଏସ ବେହେରା, ଡି ଜେନା ,ଗୋପାଳକୃଷ୍ଣ ଆଗୁପତ୍ର ପ୍ରମୁଖଙ୍କୁ ନେଇ ଗଠିତ ଟିମ୍ ଅଭିଯୁକ୍ତଙ୍କୁ କଣ୍ଟା ଗାଁ’ରୁ ଗିରଫ କରିଛନ୍ତି। ଫରେନ୍ସିକ ଟିମ୍ ଓ ସାଇବର ଟିମ୍ ର ସାହାଯ୍ୟ ମଧ୍ୟ ତଦନ୍ତରେ ନିଆଯାଇଥିଲା। ଅଭିଯୁକ୍ତ ତଥା ସାକ୍ଷୀ ଆଦି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଅଭିଯୁକ୍ତଙ୍କୁ କୋଠରରୁ କୋଠର ଶାସ୍ତି ଦେବା ପାଇଁ ପ୍ରମାଣ ସଂଗ୍ରହ କରାଯିବ ବୋଲି କହିଛନ୍ତି।

ଘଟଣାକୁ ୮ ଦିନ ବିତି ଯାଇଥିବାରୁ ପୋଲିସ ଉପରେ ବିଭିନ୍ନ ସ୍ତରରୁ ଚାପ ପଡ଼ିଆସୁଥିଲା ଏଥିସହ ପ୍ରଶାସନ ତରଫରୁ ସମ୍ପୃକ୍ତ ନିରୀହ ଆଦିବାସୀ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ମଧ୍ୟ ଦାବି ହେଉଥିଲା। ଡିଏଲଏସଏ’କୁ ଅନୁକମ୍ପା ରାଶି ପାଇଁ ଲେଖା ଯାଇଛି ବୋଲି ପ୍ରକାଶ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଉକ୍ତ ଘଟଣା ର ପ୍ରତିବାଦ ରେ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ତରଫରୁ ତେନ୍ତୁଳିଖୁଣ୍ଟି ବ୍ଲକ, ତହସିଲ,ଶିକ୍ଷା ବିଭାଗ, ସମସ୍ତ ସରକାରୀ କାର୍ଯ୍ୟାଳୟ,ଦୋକାନ ବଜାର ବନ୍ଦ କରିଥିଲେ। ଉକ୍ତ ବନ୍ଦ ଡାକରା ରେ ମାନବ ସେବା ଗ୍ରୁପ ର ସମସ୍ତ ସଦସ୍ୟ,ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, କଲେଜ ଛାତ୍ର ଛାତ୍ରୀ, ସରପଞ୍ଚ ସଂଘ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ  ସାମିଲ ହୋଇଥିଲେ। ପ୍ରଥମ ତିନି ଦିନ ବିଭିନ୍ନ ଦଳର ନେତା ,ପୂର୍ବତନ ସାଂସଦ ପୂର୍ବତନ ବିଧାୟକ ବିଧାୟକ ପ୍ରାର୍ଥୀ ସମେତ ବିଧାୟକ ଗୌରୀଶଙ୍କର ମାଝୀ ,ମନୋହର ରନ୍ଧାରି ରାମ ଚନ୍ଦ୍ର କଡମ୍ ,ମଙ୍ଗୁ ଖିଲ ସମେତ ସାଂସଦ ସପ୍ତଗିରୀ ଶଙ୍କର ଉଲ୍କାକା ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଘଟଣାସ୍ଥଳକୁ ଯିବା ସହ ପରିବାରକୁ ଭେଟି ସାନ୍ତ୍ଵନା ଦେଇଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ରେ ଏଭଳି ପାଶବିକ କାଣ୍ଡ କେବେ ହୋଇନଥିବା ରୁ ଭୟ ଓ ଆଶଙ୍କା ରେ ସବୁ ବର୍ଗର ଲୋକେ ରହିଥିଲେ । ଆଜି ଅଭିଯୁକ୍ତ ଧରାପଡ଼ିବା ପରେ ଆଶ୍ୱସ୍ତି ଆସିଛି।

The post ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.