ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଅସୁସ୍ଥ। ସେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ମାନ ତିନିଥର ଚେତା ହରାଇଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ପରୀକ୍ଷା କରୁଛନ୍ତି। ଏହି ରୋଗର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ସିଏମ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଫୋର୍ଟିସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବିବୃତ୍ତି ଦିଆଯାଇନାହିଁ। କିଛି ଦିନ ପୂର୍ବରୁ ନିମ୍ନ ରକ୍ତଚାପ ଯୋଗୁଁ ଭଗଓ୍ୱନ୍ତ ମାନଙ୍କୁ ମୋହାଲି ବିମାନବନ୍ଦରରୁ ଦିଲ୍ଲୀକୁ ଫେରିବାକୁ ପଡିଥିଲା। ପ୍ରକାଶଥାଉକି, ୯ ଦିନ ପୂର୍ବରୁ ଭଗଓ୍ୱତ ମାନଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା। ସେ ୧୭ ସେପ୍ଟେମ୍ବରରେ ଚଣ୍ଡିଗଡ଼ ବିମାନବନ୍ଦରରେ ଉପସ୍ଥିତ ଥିଲେ। ଏହି ସମୟରେ ସେ ଅସୁସ୍ଥ ଅନୁଭ କରିଥିଲେ। ଏହା ପରେ ତାଙ୍କୁ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଏମ୍ ମାନ ପେଟ ସଂକ୍ରମଣରେ ପୀଡିତ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଫୋନ ମାଧ୍ୟମରେ ସିଏମ ଭଗବନ୍ତ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ପଚା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଅସୁସ୍ଥ। ସେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ମାନ ତିନିଥର ଚେତା ହରାଇଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ପରୀକ୍ଷା କରୁଛନ୍ତି। ଏହି ରୋଗର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ସିଏମ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଫୋର୍ଟିସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବିବୃତ୍ତି ଦିଆଯାଇନାହିଁ। କିଛି ଦିନ ପୂର୍ବରୁ ନିମ୍ନ ରକ୍ତଚାପ ଯୋଗୁଁ ଭଗଓ୍ୱନ୍ତ ମାନଙ୍କୁ ମୋହାଲି ବିମାନବନ୍ଦରରୁ ଦିଲ୍ଲୀକୁ ଫେରିବାକୁ ପଡିଥିଲା। 

ପ୍ରକାଶଥାଉକି, ୯ ଦିନ ପୂର୍ବରୁ ଭଗଓ୍ୱତ ମାନଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା। ସେ ୧୭ ସେପ୍ଟେମ୍ବରରେ ଚଣ୍ଡିଗଡ଼ ବିମାନବନ୍ଦରରେ ଉପସ୍ଥିତ ଥିଲେ। ଏହି ସମୟରେ ସେ ଅସୁସ୍ଥ ଅନୁଭ କରିଥିଲେ। ଏହା ପରେ ତାଙ୍କୁ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଏମ୍ ମାନ ପେଟ ସଂକ୍ରମଣରେ ପୀଡିତ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଫୋନ ମାଧ୍ୟମରେ ସିଏମ ଭଗବନ୍ତ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତାଙ୍କର କିଛି ଚେକଅପ୍ ସହ ରକ୍ତ ନମୁନା ମଧ୍ୟ ନିଆଯାଇଛି। ରିପୋର୍ଟ ଆସିବା ପରେ ହିଁ ତାଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଇଛି।