ପଞ୍ଜାବକୁ ବଡ଼ ଝଟକା: ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଫର୍ଗୁସନ
ମୋହାଲି,୧୫ା୪: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଚଳିତ ଆଇପିଏଲ୍ର ଅବଶିଷ୍ଟାଂଶ ମ୍ୟାଚ୍ ମିସ୍ କରିପାରନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ପାଇଁ ଖେଳିଲା ବେଳେ ତାଙ୍କ ବାମ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା। ଏଥିଯୋଗୁ ସେ ମ୍ୟାଚରେ ମାତ୍ର ଦୁଇଟି ବଲ ପକାଇ ପାଭିଲିଅନ ଫେରିଯାଇଥିଲେ। ଫର୍ଗୁସନ ଆହତ ସମସ୍ୟା କାରଣରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କ୍ରିକେଟରୁ ବାଦ୍ ପଡ଼ିଛନ୍ତି। ଟୁର୍ନାମେଣ୍ଟର ଶେଷ ଆଡ଼କୁ ତାଙ୍କ ଖେଳିବାର ଖୁବ କମ୍ ସମ୍ଭାବନା ରହିଛି […] The post ପଞ୍ଜାବକୁ ବଡ଼ ଝଟକା: ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଫର୍ଗୁସନ appeared first on Dharitri Odia News.
ମୋହାଲି,୧୫ା୪: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଚଳିତ ଆଇପିଏଲ୍ର ଅବଶିଷ୍ଟାଂଶ ମ୍ୟାଚ୍ ମିସ୍ କରିପାରନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ପାଇଁ ଖେଳିଲା ବେଳେ ତାଙ୍କ ବାମ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା। ଏଥିଯୋଗୁ ସେ ମ୍ୟାଚରେ ମାତ୍ର ଦୁଇଟି ବଲ ପକାଇ ପାଭିଲିଅନ ଫେରିଯାଇଥିଲେ।
ଫର୍ଗୁସନ ଆହତ ସମସ୍ୟା କାରଣରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କ୍ରିକେଟରୁ ବାଦ୍ ପଡ଼ିଛନ୍ତି। ଟୁର୍ନାମେଣ୍ଟର ଶେଷ ଆଡ଼କୁ ତାଙ୍କ ଖେଳିବାର ଖୁବ କମ୍ ସମ୍ଭାବନା ରହିଛି ବୋଲି ପିବିକେଏସ୍ ଫାଷ୍ଟ ବୋଲିଂ କୋଚ୍ ଜେମ୍ସ ହୋପ୍ସ କହିଛନ୍ତି।
ଫର୍ଗୁସନଙ୍କ ବଦଳରେ ପଞ୍ଜାବ ପାଖରେ ଅଷ୍ଟ୍ରେଲିଆର ଜାଭିଅର ବାର୍ଟଲେଟ ଓ ଆଫଗାନିସ୍ତାନର ଆଜମାତୁଲା ଓମାରଜାଇଙ୍କ ଭଳି ବିଦେଶୀ ପେସରଙ୍କ ବିକଳ୍ପ ରହିଛି।
The post ପଞ୍ଜାବକୁ ବଡ଼ ଝଟକା: ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଫର୍ଗୁସନ appeared first on Dharitri Odia News.