ପଞ୍ଜାବରେ ବଢ଼ୁଛି ମଦ ମୃତ୍ୟୁ ସଂଖ୍ୟା; ଏଯାଏଁ ଆଖି ବୁଜିଲେଣି ୨୧, ହସ୍ପିଟାଲରେ ୪୦ଜଣ ଭର୍ତ୍ତି

ଚଣ୍ଡିଗଡ଼, ୨୩/୦୩: ପଞ୍ଜାବ ସଙ୍ଗରୁରେ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ଆଉ ୫ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା ୨୧ରେ ପହଞ୍ଚଛି । ସେହିପରି ୪୦ ବିଷାକ୍ତ ମଦ ପିଇବା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କିଛି ଲୋକଙ୍କ ଅବସ୍ଥା ସଂକଟପନ୍ନ  ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଶୁକ୍ରବାର ବିଷାକ୍ତ ମଦ ପିଇ ୮ଜଣ ଆଖି ବୁଜିଥିଲେ । ସଙ୍ଗରୁରରେ ଡାକ୍ତର କୃପାଳ ସିଂଙ୍କ ଅନୁସାରେ, ହସ୍ପିଟାଲରେ ପ୍ରାୟ ୪୦ଜଣ ଭର୍ତ୍ତି ହୋଇଥିଲେ । ଯେଉଁଥିରୁ ପ୍ରାୟ ୨୧ ଜଣ ଆଖି ବୁଜି ଦେଇଛନ୍ତି । ପଟିଆଲାର ରାଜେନ୍ଦ୍ର ହସ୍ପିଟାଲରେ ମଧ୍ୟ ଆଉ ୧୦ ଜଣ ଭର୍ତ୍ତି ହୋଇଛନ୍ତି । ମାମଲାରେ ପୋଲିସ ଏବେ ସୁଦ୍ଧା ପ୍ରାୟ ୮ ଜଣଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ଏହି ବିଷାକ୍ତ ମଦ ସେମାନଙ୍କ ଘରେ ପ୍ରସ୍ତୁତ ହେଉଥିଲା । ମଦ ତିଆରି ହେଉଥିବା ସ୍ଥାନରୁ ପୋଲିସ ୨୦୦ ଲିଟର ଏଥେନାଲ୍ ସହ ଖାଲି ବୋତଲ, ଷ୍ଟିକର ଏବଂ ପ୍ରିଣ୍ଟର ଜବତ କରିଛି । ଏସବୁ ସାମଗ୍ରୀ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ।ତେବେ ବିଷାକ୍ତ ମଦ ପିଇଥିବା ସମସ୍ତ ଲୋକ ଦଳିତ ପରିବାର ବୋଲି କୁହାଯାଉଛି । ଜିଲ୍ଲା ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ୍ କହିଛନ୍ତି, ବିଷାକ୍ତ ମଦ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ୭୨ ଘଣ୍ଟା ମଧ୍ୟରେ ଏସଆଇଟି ରିପୋର୍ଟ ଦେବ । ଅଭିଯୁକ

ପଞ୍ଜାବରେ ବଢ଼ୁଛି ମଦ ମୃତ୍ୟୁ ସଂଖ୍ୟା; ଏଯାଏଁ ଆଖି ବୁଜିଲେଣି ୨୧, ହସ୍ପିଟାଲରେ ୪୦ଜଣ ଭର୍ତ୍ତି

ଚଣ୍ଡିଗଡ଼, ୨୩/୦୩: ପଞ୍ଜାବ ସଙ୍ଗରୁରେ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ଆଉ ୫ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା ୨୧ରେ ପହଞ୍ଚଛି । ସେହିପରି ୪୦ ବିଷାକ୍ତ ମଦ ପିଇବା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କିଛି ଲୋକଙ୍କ ଅବସ୍ଥା ସଂକଟପନ୍ନ  ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଶୁକ୍ରବାର ବିଷାକ୍ତ ମଦ ପିଇ ୮ଜଣ ଆଖି ବୁଜିଥିଲେ । 

ସଙ୍ଗରୁରରେ ଡାକ୍ତର କୃପାଳ ସିଂଙ୍କ ଅନୁସାରେ, ହସ୍ପିଟାଲରେ ପ୍ରାୟ ୪୦ଜଣ ଭର୍ତ୍ତି ହୋଇଥିଲେ । ଯେଉଁଥିରୁ ପ୍ରାୟ ୨୧ ଜଣ ଆଖି ବୁଜି ଦେଇଛନ୍ତି । ପଟିଆଲାର ରାଜେନ୍ଦ୍ର ହସ୍ପିଟାଲରେ ମଧ୍ୟ ଆଉ ୧୦ ଜଣ ଭର୍ତ୍ତି ହୋଇଛନ୍ତି । ମାମଲାରେ ପୋଲିସ ଏବେ ସୁଦ୍ଧା ପ୍ରାୟ ୮ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ଏହି ବିଷାକ୍ତ ମଦ ସେମାନଙ୍କ ଘରେ ପ୍ରସ୍ତୁତ ହେଉଥିଲା । ମଦ ତିଆରି ହେଉଥିବା ସ୍ଥାନରୁ ପୋଲିସ ୨୦୦ ଲିଟର ଏଥେନାଲ୍ ସହ ଖାଲି ବୋତଲ, ଷ୍ଟିକର ଏବଂ ପ୍ରିଣ୍ଟର ଜବତ କରିଛି । ଏସବୁ ସାମଗ୍ରୀ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ।

ତେବେ ବିଷାକ୍ତ ମଦ ପିଇଥିବା ସମସ୍ତ ଲୋକ ଦଳିତ ପରିବାର ବୋଲି କୁହାଯାଉଛି । ଜିଲ୍ଲା ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ୍ କହିଛନ୍ତି, ବିଷାକ୍ତ ମଦ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ୭୨ ଘଣ୍ଟା ମଧ୍ୟରେ ଏସଆଇଟି ରିପୋର୍ଟ ଦେବ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।