ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ, ଜାଣନ୍ତୁ କାହିଁକି ଏକଲା ଲଢ଼ିବ ଅକାଳୀ ଦଳ
ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ। ସାଧାରଣ ନିର୍ବାଚନକୁ ନେଇ ପଞ୍ଜାବରେ ବିଜେପି... The post ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ, ଜାଣନ୍ତୁ କାହିଁକି ଏକଲା ଲଢ଼ିବ ଅକାଳୀ ଦଳ appeared first on .
ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ। ସାଧାରଣ ନିର୍ବାଚନକୁ ନେଇ ପଞ୍ଜାବରେ ବିଜେପି ଓ ଅକାଳୀ ଦଳର ମେଣ୍ଟ ହୋଇପାରିଲାନି। ଦୁଇ ଦଳର ବିଚାରାଧାର ମଧ୍ୟରେ ଅନ୍ତର ଥିବାରୁ ମେଣ୍ଟ ନକରିବାକୁ ନିଷ୍ପତ୍ତି କରିଛି ଶିରୋମଣି ଅକାଳୀ ଦଳ। ଏହାସହ ଆସନ୍ତା ୨୦୨୭ ସାଧାରଣ ନିର୍ବାଚନରେ ଦଳ ପଞ୍ଜାବରେ ସମସ୍ତ ବିଧାନସଭା ଆସନରେ ଏକାକୀ ଲଢିବ ବୋଲି କହିଛି। ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ଲଢି ପଞ୍ଜାବରେ ନିଜର ଭୋଟ ବ୍ଯାଙ୍କ ବଢାଇବାକୁ ଚାହୁଁଛି ଶିରୋମଣି ଅକାଳୀ ଦଳ। ଆଞ୍ଚଳିକ ପରିଚୟ, ସାମାଜିକ ଏବଂ ସାଂସ୍କୃତିକ ଆଧାର ନେଇ ରାଜନୀତ କରୁଥିବା ଅକାଳୀ ଦଳର ବିଚାରଧାରା ରାଷ୍ଟ୍ରୀୟ ଦଳ ବିଜେପିର ବିଚାରାଧାର ସହ ସମାନତା ରହୁନାହିଁ।
ଏଥିଲାଗି ଦଳ ଅଲଗା ହେବାକୁ ନିଷ୍ପତ୍ତି କରିଛି। ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ କହିଛନ୍ତି, ଦଳରେ ସଂଖ୍ଯାକୁ କେବେ ବି ଗୁରୁତ୍ଵ ଦେଇନାହାନ୍ତି। ଗତ ୧୦୩ ବର୍ଷ ହେବ ଅକାଳୀ ଦଳ ପଞ୍ଜାବର ଉନ୍ନତି ଏବଂ ବିକାଶ ଲାଗି କାମ କରି ଆସୁଛି। ଆମ ପାଇଁ ଆମର ବିଚାରାଧାର ପ୍ରଥମ ବୋଲି କହିଛନ୍ତି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ। କୌଣସି ରାଷ୍ଟ୍ରୀୟ ରାଜନୈତିକ ଦଳ ପଞ୍ଜାବର ଉନ୍ନତି ଲାଗି କାମ କରୁନାହିଁ। ଚାଷୀଙ୍କ ପ୍ରସଙ୍ଗ ନେଇ ଆମ ଦଳ ସବୁବେଳେ ସ୍ଵର ଉତ୍ତୋଳନ କରି ଆସୁଥିବ ବୋଲି କହିଛନ୍ତି ସୁଖବିର। ପୂର୍ବରୁ ଦୀର୍ଘ ଦିନ ଧରି ଏନଡିଏରେ ସାମିଲ ଥିଲା ଶିରୋମଣି ଅକାଳୀ ଦଳ। ୨୦୧୯-୨୦୨୦ରେ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ୩ କୃଷି ସମ୍ବନ୍ଧୀୟ ଆଇନକୁ ନେଇ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା ଶିରୋମଣି ଅକାଳୀ ଦଳ।
The post ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ, ଜାଣନ୍ତୁ କାହିଁକି ଏକଲା ଲଢ଼ିବ ଅକାଳୀ ଦଳ appeared first on .