ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍ ପଡିଲେ ସନ୍ଦୀପ୍ ଘୋଷ
କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍ସିଲ (ଡବ୍ଲ୍ୟୁବିଏମ୍ସି) ଗୁରୁବାର ଆର୍.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର ତାଲିକାରୁ ସେ ବାଦ୍ ପଡ଼ିଛନ୍ତି। ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ସହ ସମ୍ପୃକ୍ତି ନେଇ ସନ୍ଦୀପ୍ ଏବେ ସିବିଆଇ ହାଜତରେ ରହିଛନ୍ତି। ଅଗଷ୍ଟ ୯ ରାତିରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସନ୍ଦିପ୍ ଏହାର ଅନୁଧ୍ୟାନ କରିବା ପରିବର୍ତ୍ତେ ଜାଣିଶୁଣି ଅପରାଧ ସ୍ଥଳରୁ […] The post ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍ ପଡିଲେ ସନ୍ଦୀପ୍ ଘୋଷ appeared first on Dharitri Odia News.
କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍ସିଲ (ଡବ୍ଲ୍ୟୁବିଏମ୍ସି) ଗୁରୁବାର ଆର୍.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର ତାଲିକାରୁ ସେ ବାଦ୍ ପଡ଼ିଛନ୍ତି। ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ସହ ସମ୍ପୃକ୍ତି ନେଇ ସନ୍ଦୀପ୍ ଏବେ ସିବିଆଇ ହାଜତରେ ରହିଛନ୍ତି।
ଅଗଷ୍ଟ ୯ ରାତିରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସନ୍ଦିପ୍ ଏହାର ଅନୁଧ୍ୟାନ କରିବା ପରିବର୍ତ୍ତେ ଜାଣିଶୁଣି ଅପରାଧ ସ୍ଥଳରୁ ଦୂରେଇ ରହିଥିଲେ ବୋଲି ସିବିଆଇ ଅଦାଲତଙ୍କୁ ଜଣାଇଛନ୍ତି। ହସ୍ପିଟାଲରେ ପୋଲିସ ଏବଂ ତଦନ୍ତକାରୀ ଅଧିକାରୀ ପହଞ୍ଚିବା ପରେ ସନ୍ଦୀପ୍ ପହଞ୍ଚି ଥିଲେ। ଏହା ପୂର୍ବରୁ ସେ ତଲା ଥାନା ଅଧିକାରୀ ଅଭିଜିତ ମଣ୍ଡଳ ଏବଂ ହସ୍ପିଟାଲର ଏକାଧିକ ଅଧିକାରୀଙ୍କ ସହ ବହୁଥର ଫୋନ୍ ଯୋଗେ କଥା ହୋଇଥିଲେ।
The post ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍ ପଡିଲେ ସନ୍ଦୀପ୍ ଘୋଷ appeared first on Dharitri Odia News.