ପଡ଼ିଆରେ ରାଗିଗଲେ କୋହଲି, ଅମ୍ପାୟାରଙ୍କ ସହ କଲେ ଯୁକ୍ତି ତର୍କ: ଜାଣନ୍ତୁ କାହିଁକି

କୋଲକାତା,୨୧।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ପ୍ରଥମେ ଖେଳୁଥିବା କୋଲକାତା ନାଇଟ ରାଇଡର୍ସ ୨୨୨ ରନ ସ୍କୋର କରିଥିଲା। ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସ ଆରସିବି ପାଇଁ ଇନିଂସ ଓପନ କରିବାକୁ ଆସିଥିଲେ, ସେମାନେ ଦଳକୁ ଫ୍ଲାଇଙ୍ଗ ଷ୍ଟାର୍ଟ ଦେଇଥିଲେ। ବିରାଟ କୋହଲି ତୃତୀୟ ଓଭରରେ ଆଉଟ ହେବା କ୍ଷଣି ଏକ ବଡ଼ ବିବାଦ ଉପୁଜିଥିଲା। ହର୍ଷିତ ରାଣା ବୋଲିଂ କରୁଥିଲେ, କିନ୍ତୁ ସେ ଓଭରର ପ୍ରଥମ ବଲରେ ଫୁଲ ଟସ ବୋଲିଂ କରିଥିଲେ। […] The post ପଡ଼ିଆରେ ରାଗିଗଲେ କୋହଲି, ଅମ୍ପାୟାରଙ୍କ ସହ କଲେ ଯୁକ୍ତି ତର୍କ: ଜାଣନ୍ତୁ କାହିଁକି appeared first on Dharitri Odia News.

ପଡ଼ିଆରେ ରାଗିଗଲେ କୋହଲି, ଅମ୍ପାୟାରଙ୍କ ସହ କଲେ ଯୁକ୍ତି ତର୍କ: ଜାଣନ୍ତୁ କାହିଁକି

କୋଲକାତା,୨୧।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ପ୍ରଥମେ ଖେଳୁଥିବା କୋଲକାତା ନାଇଟ ରାଇଡର୍ସ ୨୨୨ ରନ ସ୍କୋର କରିଥିଲା। ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସ ଆରସିବି ପାଇଁ ଇନିଂସ ଓପନ କରିବାକୁ ଆସିଥିଲେ, ସେମାନେ ଦଳକୁ ଫ୍ଲାଇଙ୍ଗ ଷ୍ଟାର୍ଟ ଦେଇଥିଲେ। ବିରାଟ କୋହଲି ତୃତୀୟ ଓଭରରେ ଆଉଟ ହେବା କ୍ଷଣି ଏକ ବଡ଼ ବିବାଦ ଉପୁଜିଥିଲା। ହର୍ଷିତ ରାଣା ବୋଲିଂ କରୁଥିଲେ, କିନ୍ତୁ ସେ ଓଭରର ପ୍ରଥମ ବଲରେ ଫୁଲ ଟସ ବୋଲିଂ କରିଥିଲେ। କୋହଲି ଏହାକୁ ଖେଳିଥିଲେ। କିନ୍ତୁ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କୋହଲି ତୁରନ୍ତ ଡିଆର୍‌ଏସ୍‌ ଅପିଲ୍‌ କରିଥିଲେ। ସେ ଭାବୁଥିଲେ ଏହା ନୋ-ବଲ ହୋଇଥାଇପାରେ। କିନ୍ତୁ ଯେତେବେଳେ ଗ୍ରାଫିକ୍ସରେ ଦେଖାଗଲା, ବଲର ଉଚ୍ଚତା ନୋ-ବଲ ଲାଇନ ତଳେ ଥିଲା। ଏସବୁ ଦେଖି କୋହଲି ପଡ଼ିଆରେ ଉପସ୍ଥିତ ଅମ୍ପାୟାରଙ୍କ ସହ ଅନେକ ଯୁକ୍ତିତର୍କ କରିଥିଲେ। ରାଗିକି ପାଭିଲିୟନ୍‌କୁ ଫେରିଥିଲେ।
କୋହଲି ପଡ଼ିଆ ଛାଡିବା ପରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ମଧ୍ୟ ଅମ୍ପାୟାରଙ୍କୁ ପଚାରିଥିଲେ ଯେ ଏସବୁ କିପରି ହେଲା।

The post ପଡ଼ିଆରେ ରାଗିଗଲେ କୋହଲି, ଅମ୍ପାୟାରଙ୍କ ସହ କଲେ ଯୁକ୍ତି ତର୍କ: ଜାଣନ୍ତୁ କାହିଁକି appeared first on Dharitri Odia News.