ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି। କ୍ରିକେଟ ପଡିଆର ଚାପକୁ ହାତେଇବା ପାଇଁ ଗୌତମ ହନୁମାନ ଚାଳିଶା ପାଠ କରୁଥିବା ବେଳେ ବିରାଟ ଓମ୍‌ ନମଃ ଶିବାୟ ଜପ କରିଥାନ୍ତି। ଗୌତମ କହିଥିଲେ, ୨୦୧୪ରେ ବ୍ୟାଡ ଫେଜ ସମୟରେ ଓମ୍‌ ନମଃ ଶିବାୟ ଜପ କରିବା କୋହଲିଙ୍କୁ ସାହାଯ୍ୟ କରିଥିଲା। ଯେଉଁଥିରେ ବିରାଟ ସମ୍ମତି ପ୍ରକାଶ କରିଥିଲେ। […] The post ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର… appeared first on Dharitri Odia News.

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି। କ୍ରିକେଟ ପଡିଆର ଚାପକୁ ହାତେଇବା ପାଇଁ ଗୌତମ ହନୁମାନ ଚାଳିଶା ପାଠ କରୁଥିବା ବେଳେ ବିରାଟ ଓମ୍‌ ନମଃ ଶିବାୟ ଜପ କରିଥାନ୍ତି। ଗୌତମ କହିଥିଲେ, ୨୦୧୪ରେ ବ୍ୟାଡ ଫେଜ ସମୟରେ ଓମ୍‌ ନମଃ ଶିବାୟ ଜପ କରିବା କୋହଲିଙ୍କୁ ସାହାଯ୍ୟ କରିଥିଲା। ଯେଉଁଥିରେ ବିରାଟ ସମ୍ମତି ପ୍ରକାଶ କରିଥିଲେ। ସମାନ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ୪ଟି ଶତକ ହାସଲ କରିଥିଲେ। ସେହିପରି ଗମ୍ଭୀର କହିଥିଲେ ନାପିୟରରେ ଯେତେବେଳେ ୧୦ ଘଣ୍ଟା ୪୩ ମିନିଟ ବା ଅଢେଇ ଦିନ ବ୍ୟାଟିଂ କରିବାକୁ ପଡିଥିଲା ସେ ସମୟରେ ସେ ହନୁମାନ ଚାଳିଶା ପଢି ନିଜକୁ ମାନସିକ ଭାବରେ ଦୃଢ କରିଥିଲେ।

The post ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର… appeared first on Dharitri Odia News.