କଂଗ୍ରେସ ସହ ମେଣ୍ଟ କରିବ ବିଜେଡି: ଭାଜପା ବିଧାୟକଙ୍କ ବିସ୍ଫୋରକ ବୟାନ, ରାଜନୀତିରେ ଚହଳ
ଭୁବନେଶ୍ୱର,୧୩।୩: ନବୀନ ପଟ୍ଟନାୟକଙ୍କୁ ଭାଜପା ବିଧାୟକ ସରୋଜ ପାଢ଼ୀ ଟାର୍ଗେଟ୍ କରିଛନ୍ତି। ଭାଜପା ବିଧାୟକ କହିଛନ୍ତି, ବିଜେଡି ସଂଗଠନ ଭୁଶୁଡ଼ିବାରେ ଲାଗିଛି, ତେଣୁ ତାକୁ ବଞ୍ଚାଇବାକୁ ନବୀନ ଉଦ୍ୟମ କରୁଛନ୍ତି। ଦଳକୁ ବଞ୍ଚାଇବାକୁ କାହାର ସାହାରା ଖୋଜୁଛନ୍ତି। କାହା କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବେ ଭାବୁଛନ୍ତି। ତେବେ ଇଣ୍ଡି ମେଣ୍ଟ ଆଡେ ଢଳୁଛନ୍ତି, ଦଳ ବଞ୍ଚାଇବାକୁ ଚାହୁଁଛନ୍ତି। ବିଧାୟକ ଆହୁରି କହିଛନ୍ତି, କଂଗ୍ରେସ ସହ ଗରଦାରୀ କରିଥିଲେ, କାଳେ ଭୁଲି ସହଯୋଗ କରିବ ବୋଲି ନବୀନ […] The post କଂଗ୍ରେସ ସହ ମେଣ୍ଟ କରିବ ବିଜେଡି: ଭାଜପା ବିଧାୟକଙ୍କ ବିସ୍ଫୋରକ ବୟାନ, ରାଜନୀତିରେ ଚହଳ appeared first on Dharitri Odia News.
ଭୁବନେଶ୍ୱର,୧୩।୩: ନବୀନ ପଟ୍ଟନାୟକଙ୍କୁ ଭାଜପା ବିଧାୟକ ସରୋଜ ପାଢ଼ୀ ଟାର୍ଗେଟ୍ କରିଛନ୍ତି। ଭାଜପା ବିଧାୟକ କହିଛନ୍ତି, ବିଜେଡି ସଂଗଠନ ଭୁଶୁଡ଼ିବାରେ ଲାଗିଛି, ତେଣୁ ତାକୁ ବଞ୍ଚାଇବାକୁ ନବୀନ ଉଦ୍ୟମ କରୁଛନ୍ତି। ଦଳକୁ ବଞ୍ଚାଇବାକୁ କାହାର ସାହାରା ଖୋଜୁଛନ୍ତି। କାହା କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବେ ଭାବୁଛନ୍ତି। ତେବେ ଇଣ୍ଡି ମେଣ୍ଟ ଆଡେ ଢଳୁଛନ୍ତି, ଦଳ ବଞ୍ଚାଇବାକୁ ଚାହୁଁଛନ୍ତି। ବିଧାୟକ ଆହୁରି କହିଛନ୍ତି, କଂଗ୍ରେସ ସହ ଗରଦାରୀ କରିଥିଲେ, କାଳେ ଭୁଲି ସହଯୋଗ କରିବ ବୋଲି ନବୀନ ଭାବୁଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ସମୟରେ ବିଜେଡି କଂଗ୍ରେସ ସହ ମେଣ୍ଟ କରିବ ବୋଲି ଆଲୋଚନା ହେଉଥିଲା। ହେଲେ ବିଡେି ନେତା ଏହାକୁ ସମ୍ପର୍ଣ୍ଣ ଭାବେ ମନା କରିଦେଇଥିଲେ। ଯାହାପରେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।
The post କଂଗ୍ରେସ ସହ ମେଣ୍ଟ କରିବ ବିଜେଡି: ଭାଜପା ବିଧାୟକଙ୍କ ବିସ୍ଫୋରକ ବୟାନ, ରାଜନୀତିରେ ଚହଳ appeared first on Dharitri Odia News.