ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ, ଆକ୍ରମଣର କାରଣ ଅସ୍ପଷ୍ଟ

ଧର୍ମଗଡ଼ ୩୧।୭: ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ l ମୃତ ବୃଦ୍ଧା କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝିଗୁଡା ଗ୍ରାମର ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି । ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝିଗୁଡା ଗ୍ରାମର ଜଣେ ମହିଳା ପାହାନ୍ତାରୁ ଗାଧୋଇ ଘରକୁ ଫେରୁଥିବା ବେଳେ ଘର ନିକଟରେ ପୂର୍ବରୁ ଛକି ରହିଥିବା ପଡୋଶୀ ଶ୍ରୀକର ପୁଞ୍ଜି ଏକ ଟାଙ୍ଗିଆରେ ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧା ଜଣଙ୍କ ଟଳି ପଡ଼ିଥିଲେ l ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ କେଉଁ କାରଣକୁ ନେଇ ବୃଦ୍ଧାଙ୍କୁ ଅଭିଯୁକ୍ତ ଆକ୍ରମଣ କରିଛି ତାହା ଅସ୍ପଷ୍ଟ ରହିଛି । ଘଟଣା ପରେ ଦୁର୍ବୃତ୍ତକୁ କୋକସରା ପୋଲିସ ଗିରଫ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି lYou Can Read:ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୮ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ, ଆକ୍ରମଣର କାରଣ ଅସ୍ପଷ୍ଟ

ଧର୍ମଗଡ଼ ୩୧।୭: ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ l ମୃତ ବୃଦ୍ଧା କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝିଗୁଡା ଗ୍ରାମର ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି । ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝିଗୁଡା ଗ୍ରାମର ଜଣେ ମହିଳା ପାହାନ୍ତାରୁ ଗାଧୋଇ ଘରକୁ ଫେରୁଥିବା ବେଳେ ଘର ନିକଟରେ ପୂର୍ବରୁ ଛକି ରହିଥିବା ପଡୋଶୀ ଶ୍ରୀକର ପୁଞ୍ଜି ଏକ ଟାଙ୍ଗିଆରେ ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧା ଜଣଙ୍କ ଟଳି ପଡ଼ିଥିଲେ l ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ କେଉଁ କାରଣକୁ ନେଇ ବୃଦ୍ଧାଙ୍କୁ ଅଭିଯୁକ୍ତ ଆକ୍ରମଣ କରିଛି ତାହା ଅସ୍ପଷ୍ଟ ରହିଛି । ଘଟଣା ପରେ ଦୁର୍ବୃତ୍ତକୁ କୋକସରା ପୋଲିସ ଗିରଫ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି l

You Can Read:

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୮ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ