ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ତଥା ଘଟ ପର୍ବ ପାଳନ କରାଯାଇଛି l ଏହି ଉପଲକ୍ଷେ ବାବା ଜଗତେଶ୍ୱର ଓ ମା’ ପାର୍ବତୀଙ୍କ ବିବାହ ରୀତିନୀତିରେ ଅନୁସାରେ ସମ୍ପନ୍ନ ହୋଇଛି l ପରମ୍ପରା ଅନୁଯାୟୀ, ତାଳ ପୋଖରୀରୁ ଘଟ ଉତ୍ତୋଳନ କରାଯାଇଥିଲା। ଶ୍ରଦ୍ଧାଳୁମାନେ ବ୍ରତ ଧାରଣା କରିବା ସହିତ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେହିପରି ବହୁ […] The post ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ appeared first on Dharitri Odia News.

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ତଥା ଘଟ ପର୍ବ ପାଳନ କରାଯାଇଛି l ଏହି ଉପଲକ୍ଷେ ବାବା ଜଗତେଶ୍ୱର ଓ ମା’ ପାର୍ବତୀଙ୍କ ବିବାହ ରୀତିନୀତିରେ ଅନୁସାରେ ସମ୍ପନ୍ନ ହୋଇଛି l

ପରମ୍ପରା ଅନୁଯାୟୀ, ତାଳ ପୋଖରୀରୁ ଘଟ ଉତ୍ତୋଳନ କରାଯାଇଥିଲା। ଶ୍ରଦ୍ଧାଳୁମାନେ ବ୍ରତ ଧାରଣା କରିବା ସହିତ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେହିପରି ବହୁ ମାନସିକ ଧାରୀ ତାଳ ପୋଖରୀରୁ ମନ୍ଦିର ବେଢା ପର୍ଯ୍ୟନ୍ତ ବେତବାଡ଼ି ଧରି ଟାଣ ଖରାରେ ହରହର ମହାଦେବ ଧ୍ୱନି ଓ ବାଦ୍ୟର ତାଳେ ତାଳେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଘଟ ଉତ୍ତୋଳନକୁ ଦେଖିଲେ ପାପ କ୍ଷୟ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ଶିବ, ପାର୍ବତୀଙ୍କ ଘଟ ବୋହି ଥିଲେ ଗଣେଶ୍ୱର ପାଟବନ୍ଧା ଓ କମଳାକାନ୍ତ ଧୀର। ଘଟ ଉତ୍ତୋଳନରେ ପାଞ୍ଚଜଣ ପାଟଭକ୍ତା ଥିବା ବେଳେ ଦୁଇ ଶହ ବ୍ରତଧାରୀ ଭକ୍ତା ଥିଲେ l ଘଟ ଉତ୍ତୋଳନ ଦେଖିବାକୁ ପ୍ରାୟ କୋଡିଏ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା l

ସେହିପରି ପଣା ସଂକ୍ରାନ୍ତି ଉପଲକ୍ଷେ ବ୍ଲକର ପାରିଆକୁଲି ସ୍ଥିତ ପାରେଶର ମହାଦେବ ପୀଠ ଓ ମୋରଡ଼ା ଶିବ ମନ୍ଦିର ପଡିଆରେ ଉଡ଼ା ପର୍ବ ପାଳିତ ହୋଇଯାଇଛି l ଶୁକ୍ରବାର ଉପବାସ ବ୍ରତଧାରୀ କଣ୍ଟାରେ ଚାଲିବା ପରେ ଶନିବାର ନିଆଁରେ ଚାଲିଥିଲେ।

The post ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ appeared first on Dharitri Odia News.