ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ
ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍ ପଣ୍ୟ ପରିବହନ କରି ୨୦୨୨-୨୩ ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ୍ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ୫ଥର ପାଇଁ ୨୦୦ ମିଲିୟନ ଟନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ମଧ୍ୟ ପ୍ରଥମ […] The post ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ appeared first on Dharitri Odia News.
ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍ ପଣ୍ୟ ପରିବହନ କରି ୨୦୨୨-୨୩ ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ୍ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ୫ଥର ପାଇଁ ୨୦୦ ମିଲିୟନ ଟନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ମଧ୍ୟ ପ୍ରଥମ ଜୋନ ହୋଇପାରିଛି। ପୂର୍ବତଟ ରେଳପଥର ୩ଟି ରେଳ ମଣ୍ଡଳ ଦ୍ୱାରା ଉତ୍ତମ ପ୍ରଦର୍ଶନ ପାଇଁ ଏହି ଲକ୍ଷ ହାସଲ ହୋଇପାରିଛି।
୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳବାଇ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍ ଥିଲା। ବର୍ତ୍ତମାନ ଏହା ୨୫୦ ନିୟୁତ ଟନ୍ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ୍ ହୋଇପାରିଛି।
୨୦୨୩-୨୪ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ୧୪୯.୫୦ ନିୟୁତ ଟନ୍ କୋଇଲା, ୧୨.୯ ନିୟୁତ ଟନ୍ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ କରିଛି। ସେହିପରି ୨୦.୧୫ ନିୟୁତ ଟନ୍ ଷ୍ଟିଲ ଆଣ୍ଡ ସ୍ଲାଗ, ୩୭.୪ ନିୟୁତ ଟନ୍ ଲୁହାପଥର, ୧.୨୧ ନିୟୁତ ଟନ୍ ସିମେଣ୍ଟ, ୩.୧୬ ନିୟୁତ ଟନ ଖାଦ୍ୟ ଶସ୍ୟ ପରିବହନ କରିଥିବା ବେଳେ ୬.୪ ନିୟୁତ ଟନ୍ ସାର, ୩.୦ ନିୟୁତ ଟନ୍ ଖଣିଜ ତୈଳ ଏବଂ ଏହା ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ୨୩.୨୭ ନିୟୁତ ଟନ୍ ପଣ୍ୟ ପରିବହନ କରାଯାଇଛି। ଗତ ବର୍ଷର ସମାନ ସମୟ ଅବଧି ତୁଳନାରେ ଏହା ୬%ରୁ ଅଧିକ ପଣ୍ୟ ପରିବହନ ହୋଇପାରିଛି।
ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ପୂର୍ବତଟ ରେଳପଥ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସକରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ରେଳବାଇ ଜୋନ୍ ପାଇଁ ସଫଳତା ଆଣିଦେଇଛି ବୋଲି ମହାପ୍ରବନ୍ଧକ ଶର୍ମା କହିଛନ୍ତି।
The post ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ appeared first on Dharitri Odia News.