ଯାଦବ ଭବନ ନିର୍ମାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଓଡ଼ିଶା ଯାଦବ ମହାସଭା
କଟକ ୧୫।୩: ରାଜ୍ୟର ୭୦ ଲକ୍ଷ ଯାଦବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ବପୂର୍ଣ୍ଣ ଘୋଷଣା । ରାଜଧାନୀ ଭୁବନେଶ୍ବରରେ ଯାଦବ ଭବନ ତିଆରି ପାଇଁ ସରକାର ଚନ୍ଦ୍ରଶେଖରପୁରରେ ଦେଲେ ସାଢେ ୧୨ଗୁଣ୍ଠ ଜମି। ଏହି ଜମି ଉପରେ ଖୁବ୍ ଶୀଘ୍ର ଯାଦବ ଭବନ ନିର୍ମାଣ ହେବ, ଯାହାକି ବିଭିନ୍ନ କାମରେ ଭୁବନେଶ୍ବର ଆସୁଥିବା ଯାଦବ ମାନଙ୍କ ସେବାରେ ଲାଗିବ । ଏପରିକି ଦୂରଦୂରାନ୍ତରୁ ରାଜଧାନୀରେ ରହି ପାଠ ପଢ଼ିବା ପାଇଁ ଓ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ ଆସୁଥିବା ଛାତ୍ରମାନେ ଏହି ଯାଦବ ଭବନରେ ଖୁବ୍ ଅଳ୍ପ ଟଙ୍କାରେ ରହିବା ଖାଇବାର ବ୍ୟବସ୍ଥା ହେବ ବୋଲି ଯାଦବ ସମାଜ ପକ୍ଷରୁ କୁହାଯାଇଛି । ଏଭଳି ଏକ ମହାନ୍ କାମ ପାଇଁ ମୁଖ୍ୟମନ୍ତ୍ରୀ, 5-T ଅଧ୍ୟକ୍ଷ ଓ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଅର୍ପଣ କରିଛି ଓଡ଼ିଶା ଯାଦବ ମହାସଭା।You Can Read :ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ
କଟକ ୧୫।୩: ରାଜ୍ୟର ୭୦ ଲକ୍ଷ ଯାଦବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ବପୂର୍ଣ୍ଣ ଘୋଷଣା । ରାଜଧାନୀ ଭୁବନେଶ୍ବରରେ ଯାଦବ ଭବନ ତିଆରି ପାଇଁ ସରକାର ଚନ୍ଦ୍ରଶେଖରପୁରରେ ଦେଲେ ସାଢେ ୧୨ଗୁଣ୍ଠ ଜମି। ଏହି ଜମି ଉପରେ ଖୁବ୍ ଶୀଘ୍ର ଯାଦବ ଭବନ ନିର୍ମାଣ ହେବ, ଯାହାକି ବିଭିନ୍ନ କାମରେ ଭୁବନେଶ୍ବର ଆସୁଥିବା ଯାଦବ ମାନଙ୍କ ସେବାରେ ଲାଗିବ ।
ଏପରିକି ଦୂରଦୂରାନ୍ତରୁ ରାଜଧାନୀରେ ରହି ପାଠ ପଢ଼ିବା ପାଇଁ ଓ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ ଆସୁଥିବା ଛାତ୍ରମାନେ ଏହି ଯାଦବ ଭବନରେ ଖୁବ୍ ଅଳ୍ପ ଟଙ୍କାରେ ରହିବା ଖାଇବାର ବ୍ୟବସ୍ଥା ହେବ ବୋଲି ଯାଦବ ସମାଜ ପକ୍ଷରୁ କୁହାଯାଇଛି । ଏଭଳି ଏକ ମହାନ୍ କାମ ପାଇଁ ମୁଖ୍ୟମନ୍ତ୍ରୀ, 5-T ଅଧ୍ୟକ୍ଷ ଓ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଅର୍ପଣ କରିଛି ଓଡ଼ିଶା ଯାଦବ ମହାସଭା।
You Can Read :