ସେଦିନର ଅପମାନକୁ ନେଇ ପ୍ରତିଶୋଧ ନେଲେ ଯୁବତୀ 

ପୁଣି ହେଲା ପୁରୁଣା ପାଠର ଆଲୋଚନା । ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ନେଲେ ପ୍ରତିଶୋଧ । କହିଲେ କାନ ମୁଣ୍ଡ ବିନ୍ଧିଲା ଭଳି କଥା । ଯାହାକି କାନରେ ଶୁଣି ହେବ ନା ସାଧାରଣରେ କହିହେବ । ଯେଉଁ କଥାକୁ ଆମେ ସାମ୍ନାକୁ ଆଣିବାକୁ କୁଣ୍ଠାବୋଧ ହେଉଛୁ । ଥରେ ଆସନ୍ତୁ ସେ ଦୃଶ୍ୟକୁ ଦେଖିବା । ଏ ଘଟଣା ନୟାପଲ୍ଲୀ ଅଞ୍ଚଳର । ଯେଉଁ ପରକୀୟା ପ୍ରିତି ଘଟଣା କେବଳ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳ […] The post  ସେଦିନର ଅପମାନକୁ ନେଇ ପ୍ରତିଶୋଧ ନେଲେ ଯୁବତୀ  appeared first on KNews Odisha.

 ସେଦିନର ଅପମାନକୁ ନେଇ ପ୍ରତିଶୋଧ ନେଲେ ଯୁବତୀ 

ପୁଣି ହେଲା ପୁରୁଣା ପାଠର ଆଲୋଚନା । ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ନେଲେ ପ୍ରତିଶୋଧ । କହିଲେ କାନ ମୁଣ୍ଡ ବିନ୍ଧିଲା ଭଳି କଥା । ଯାହାକି କାନରେ ଶୁଣି ହେବ ନା ସାଧାରଣରେ କହିହେବ । ଯେଉଁ କଥାକୁ ଆମେ ସାମ୍ନାକୁ ଆଣିବାକୁ କୁଣ୍ଠାବୋଧ ହେଉଛୁ । ଥରେ ଆସନ୍ତୁ ସେ ଦୃଶ୍ୟକୁ ଦେଖିବା । ଏ ଘଟଣା ନୟାପଲ୍ଲୀ ଅଞ୍ଚଳର । ଯେଉଁ ପରକୀୟା ପ୍ରିତି ଘଟଣା କେବଳ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳ ନୁହଁ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା ।

ସେ ଘଟଣା ଥିଲା କି ଜଣେ ମହିଳା ଅନ୍ୟ ଜଣେ ଯୁବତୀଙ୍କୁ ସ୍ବାମୀର ପ୍ରେମିକା କହି ବିଚ୍ ରାସ୍ତାରେ ଚୁଟି ଘୋଷାଡ଼ି ଟଣା ଓଟେରା କରି ମାଡ଼ ମାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀ ଓ ପ୍ରେମିକା ଉଭୟଙ୍କୁ ଥାନାକୁ ନେଇକି ଯାଇଥିଲା । ପରେ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ସେହି ଦିନଠାରୁ ମହିଳାଙ୍କୁ ଖୋଜୁଛି ପୋଲିସ ।

ସେହି ଘଟଣାକୁ କିଛି ଦିନ ନ ପୂରୁଣୁ ପ୍ରତିଶୋଧ ନିଆଁରେ ଜଳୁଥିବା ଯୁବତୀ ଜଣକ ଆକ୍ସନ ମୋଡକୁ ଆସିଛନ୍ତି ଏବଂ ମହିଳାଙ୍କର ସ୍ବାମୀଙ୍କ ଗାଡ଼ିକୁ ବିଚ୍ ରୋଡରେ ଅଟକାଇ ଚାବି ନେବା ସହ ଅଶାଳୀନ କଥାବାର୍ତ୍ତା କରିଥିଲେ । ଏବଂ ଯେଉଁ ମହିଳା ଆକ୍ରମଣ କରିଥିଲେ ତାଙ୍କୁ ସାମ୍ନାକୁ ଡାକିବା ପାଇଁ ଚିଲାଇ ଚିଲାଇ କହିଥିଲେ । ଏବଂ ଗାଡ଼ିରୁ ଚାବି ଛଡ଼ାଇବା ସହ ଉକ୍ତ ମହିଳାଙ୍କ ସ୍ବାମୀକୁ ଘୋଷାଡ଼ି ଆଣିବାକୁ ଚେଷ୍ଟା କରିଥିଲେ । ସେ ମହିଳା ଯେମିତି ଗଣମାଧ୍ୟମଙ୍କୁ ଡକାଇ ସେମାନଙ୍କ ଆଗରେ ଏଭଳି ଚୁଟି ଘୋଷାଡ଼ିଥିଲେ ଏବଂ ସର୍ବ ସମ୍ମୁଖରେ ଅପମାନିତ କରିଥିଲେ ଠିକ୍ ସେହିଭଳି ଘଟଣା ଦିନ ଯୁବତୀ ଜଣକ ମଧ୍ୟ ଉକ୍ତ ମହିଳାଙ୍କ ସ୍ବାମୀଙ୍କୁ ଘୋଷାଡ଼ି ସ୍ତ୍ରୀକୁ ଡାକି ସମାନ ଡଙ୍ଗରେ ର୍ଦୁବ୍ୟବହାର ଦେଖାଇଥିଲେ ।

ଏକଥା କରିବା ପଛରେ ଏହି ଘଟଣାର ବଡ଼ ରହସ୍ୟ ସାମ୍ନାକୁ ଆସିଛି । ସେହି ରହସ୍ୟଟି ହେଲା ଉକ୍ତ ଯୁବତୀଙ୍କୁ ବନ୍ଧୁତା ଆଳରେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଥରେ ଉକ୍ତ ମହିଳାଙ୍କ ରସିକିଆ ସ୍ବାମୀ ପ୍ରେମ ଭିକ୍ଷା କରିଥିଲେ । ସେଥିରେ ଅମଙ୍ଗ ହେବାରୁ ଯୁବତୀଙ୍କୁ ସର୍ବ ସମ୍ମୁଖରେ ଅପାମାନିତ କରିବା ପାଇଁ ସ୍ବାମୀ ସ୍ତ୍ରୀ ମିଶି ରଚିଥିଲେ ନାଟକ ।

Also Read:OTV ମାର୍କେଟିଂ ଏଗଜିକ୍ୟୁଟିଭ୍ ସଂକଳ୍ପ ମହାନ୍ତି ସନ୍ଦେହଜନକ ମୃତ୍ୟୁ ଘଟଣା : PM ରିପୋର୍ଟକୁ ଅପେକ୍ଷା

The post  ସେଦିନର ଅପମାନକୁ ନେଇ ପ୍ରତିଶୋଧ ନେଲେ ଯୁବତୀ  appeared first on KNews Odisha.