ପତଞ୍ଜଳିକୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୮: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଯୋଗଗୁରୁ ରାମଦେବ, ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ଓ ପତଞ୍ଜଳି ଆୟୁର୍ବେଦ ଲିଃର କ୍ଷମା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିବା ସହ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିଦେଇଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। କୋଭିଡ୍‌-୧୯ ଟିକାକରଣ ଏବଂ ଔଷଧର ଆଧୁନିକ ବ୍ୟବସ୍ଥା ବିରୋଧରେ ପତଞ୍ଜଳି ବିଭାନ୍ତିକର ବିଜ୍ଞାପନ ପ୍ରକାଶ କରି ଅଭିଯାନ […] The post ପତଞ୍ଜଳିକୁ ସୁପ୍ରିମକୋର୍ଟ ଆଶ୍ୱସ୍ତି appeared first on Dharitri Odia News.

ପତଞ୍ଜଳିକୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୮: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଯୋଗଗୁରୁ ରାମଦେବ, ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ଓ ପତଞ୍ଜଳି ଆୟୁର୍ବେଦ ଲିଃର କ୍ଷମା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିବା ସହ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିଦେଇଛନ୍ତି।
ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। କୋଭିଡ୍‌-୧୯ ଟିକାକରଣ ଏବଂ ଔଷଧର ଆଧୁନିକ ବ୍ୟବସ୍ଥା ବିରୋଧରେ ପତଞ୍ଜଳି ବିଭାନ୍ତିକର ବିଜ୍ଞାପନ ପ୍ରକାଶ କରି ଅଭିଯାନ ଚଳାଇଥିବା ଏଥିରେ ଦର୍ଶାଯାଇଥିଲା। ସର୍ବୋଚ୍ଚ ଅଦାଲତ ଗତ ମେ’ ୧୪ରେ ଏହାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ତେବେ ରାମଦେବ, ବାଲ୍‌କ୍ରିଷ୍ଣା ଓ ପତଞ୍ଜଳି ଆୟୁର୍ବେଦ ଲିଃ ଦେଇଥିବା ଅଣ୍ଡରଟେକିଂକୁ ଭିତ୍ତିକରି ଜଷ୍ଟିସ୍‌ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଅବମାନନା ମାମଲାକୁ ସବୁଦିନ ପାଇଁ ବନ୍ଦ କରିଦେଇଛନ୍ତି ଏନେଇ କମ୍ପାନୀ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ଗୌତମ ତାଲୁକ୍‌ଦାର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଭବିଷ୍ୟତରେ ଆଇନ ଉଲ୍ଲଂଘନ କଲା ଭଳି ଏପରି କୌଣସି ବିଜ୍ଞାପନ ପ୍ରକାଶ କରାଯିବ ନାହିଁ ବୋଲି ପତଞ୍ଜଳି ପକ୍ଷରୁ ଅବଗତ କରାଯାଇଥିବା ବିଷୟ ୨୦୨୩ ନଭେମ୍ବର ୨୧ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ପତଞ୍ଜଳି ଏହାର ଅନୁପାଳନ କରିବାକୁ ବାଧ୍ୟ ବୋଲି ଅଦାଲତ କହିଥିଲେ।

The post ପତଞ୍ଜଳିକୁ ସୁପ୍ରିମକୋର୍ଟ ଆଶ୍ୱସ୍ତି appeared first on Dharitri Odia News.