ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବେ ଧନୁସ: ଫ୍ୟାମିଲି କୋର୍ଟରେ କଲେ ଆବେଦନ

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ସୁପର ଷ୍ଟାର୍‌ ଧନୁଶ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ଛାଡ଼ପତ୍ର ଦେବେ। ଏଥିପାଇଁ ସେ ଚେନ୍ନାଇ ଫେମିଲି କୋର୍ଟରେ ଡିବୋର୍ସ ଆବେଦନ କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ନେଇ ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ।ମିଳିଥିବା ସୂଚନା ଅନୁସାରେ, ସେକ୍‌ସେନ ୧୩ବି(ଉଭୟଙ୍କ ସହମତିରେ ଛାଡ଼ପତ୍ର)ରେ ଧନୁସ ପିଟିସନ ଦାଖଲ କରିଛନ୍ତି। ୨୦୨୨ ଜାନୁଆରୀରେ ଦମ୍ପତି ଅଲଗା ହୋଇଯିବା ନେଇ ସୋସିଆଲ୍ ମିଡିଆରେ ଘୋଷଣା କରିଥିଲେ। ସେତେବେଳେ ଏହି ଖବର ଖୁବ୍ ଚର୍ଚ୍ଚାରେ ରହିଥିଲା। ଏହାର ଦେଢ଼ ବର୍ଷ ପରେ ଷ୍ଟାର୍ ଦମ୍ପତି ଦୁଇ ପରସ୍ପର ସହମତିରେ ଛାଡ଼ପତ୍ର ଆବେଦନ କରିଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ଆବେଦନର ଶୁଣାଣି କରାଯିବ। ଛାଡ଼ପତ୍ର ଘୋଷଣା କରିବା ପରେ ଗତ ଦୁଇ ବର୍ଷ ହେଲା ଦମ୍ପତି ଅଲଗା ଅଲଗା ରହୁଥିଲେ। ଅଲଗା ହେବାକୁ ଘୋଷଣା କରିବା ପରେ ପୁଅ ସ୍କୁଲ୍ ଫଙ୍ଗସନ୍‌ରେ ଧନୁଶ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ମିଳିଥିଲା। ବିବାର ୧୮ ବର୍ଷ ପରେ ଧନୁସ ୨୦୨୨ ଜାନୁଆରୀ ୧୭ ତାରିଖରେ ପତ୍ନୀ ଠାରୁ ଅଲାଗ ହୋଇଥିବା ଘୋଷଣା କରିଥିଲେ। ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ମଧ୍ୟ ସୋସିଆଲ୍ ମିଡିଆରେ ସମାନ ପୋଷ୍ଟ କରିଥିଲେ। ପଢ଼ନ୍ତୁ-ବାପା ଥିଲେ ମନ୍ତ୍ରୀ, ଭଉଣୀ ସାଂସଦ: ୩୦୦ କୋଟି ସମ୍ପତ୍ତିର ମାଲିକ ସଞ୍ଜୟ ଦତ୍ତଙ୍କ ରାଜନୀତି ସହ ଅଛି ପୁୁରୁଣା ଲିଙ୍କ୍ସୂଚନା ଥାଉକି ୨୦୦୪ରେ ଧନୁଶ ଓ ଐଶ୍ୱ

ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବେ ଧନୁସ: ଫ୍ୟାମିଲି କୋର୍ଟରେ କଲେ ଆବେଦନ

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ସୁପର ଷ୍ଟାର୍‌ ଧନୁଶ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ଛାଡ଼ପତ୍ର ଦେବେ। ଏଥିପାଇଁ ସେ ଚେନ୍ନାଇ ଫେମିଲି କୋର୍ଟରେ ଡିବୋର୍ସ ଆବେଦନ କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ନେଇ ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ।

ମିଳିଥିବା ସୂଚନା ଅନୁସାରେ, ସେକ୍‌ସେନ ୧୩ବି(ଉଭୟଙ୍କ ସହମତିରେ ଛାଡ଼ପତ୍ର)ରେ ଧନୁସ ପିଟିସନ ଦାଖଲ କରିଛନ୍ତି। ୨୦୨୨ ଜାନୁଆରୀରେ ଦମ୍ପତି ଅଲଗା ହୋଇଯିବା ନେଇ ସୋସିଆଲ୍ ମିଡିଆରେ ଘୋଷଣା କରିଥିଲେ। ସେତେବେଳେ ଏହି ଖବର ଖୁବ୍ ଚର୍ଚ୍ଚାରେ ରହିଥିଲା। 

ଏହାର ଦେଢ଼ ବର୍ଷ ପରେ ଷ୍ଟାର୍ ଦମ୍ପତି ଦୁଇ ପରସ୍ପର ସହମତିରେ ଛାଡ଼ପତ୍ର ଆବେଦନ କରିଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ଆବେଦନର ଶୁଣାଣି କରାଯିବ। 

ଛାଡ଼ପତ୍ର ଘୋଷଣା କରିବା ପରେ ଗତ ଦୁଇ ବର୍ଷ ହେଲା ଦମ୍ପତି ଅଲଗା ଅଲଗା ରହୁଥିଲେ। ଅଲଗା ହେବାକୁ ଘୋଷଣା କରିବା ପରେ ପୁଅ ସ୍କୁଲ୍ ଫଙ୍ଗସନ୍‌ରେ ଧନୁଶ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ମିଳିଥିଲା। ବିବାର ୧୮ ବର୍ଷ ପରେ ଧନୁସ ୨୦୨୨ ଜାନୁଆରୀ ୧୭ ତାରିଖରେ ପତ୍ନୀ ଠାରୁ ଅଲାଗ ହୋଇଥିବା ଘୋଷଣା କରିଥିଲେ। ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ମଧ୍ୟ ସୋସିଆଲ୍ ମିଡିଆରେ ସମାନ ପୋଷ୍ଟ କରିଥିଲେ। 

ପଢ଼ନ୍ତୁ-ବାପା ଥିଲେ ମନ୍ତ୍ରୀ, ଭଉଣୀ ସାଂସଦ: ୩୦୦ କୋଟି ସମ୍ପତ୍ତିର ମାଲିକ ସଞ୍ଜୟ ଦତ୍ତଙ୍କ ରାଜନୀତି ସହ ଅଛି ପୁୁରୁଣା ଲିଙ୍କ୍

ସୂଚନା ଥାଉକି ୨୦୦୪ରେ ଧନୁଶ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିଲା। ସେତେବେଳେ ଧନୁଶଙ୍କ ବୟସ ୨୩ ଓ ଐଶ୍ୱର୍ଯ୍ୟାଙ୍କର ବୟସ ୨୧ ଥିଲା। ଦମ୍ପତିଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି। ଜଣଙ୍କ ନାଁ ୟାତ୍ରା ଓ ଲିଙ୍ଗା। 

ଛାଡ଼ପତ୍ର ଘୋଷଣା କରିବା ପରେ ବି ଷ୍ଟାର ଦମ୍ପତି ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି। ଐଶ୍ୱର୍ଯ୍ୟା ସଲାମ ନାଁରେ ଏକ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଧନୁଶ ମଧ୍ୟ ତାଙ୍କ ରାୟନ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ସୂଚନା ଥାଉଖି ଐଶ୍ୱର୍ଯ୍ୟା ରଜନୀକାନ୍ତ ହେଉଛନ୍ତି ସାଉଥ୍ ମେଗାଷ୍ଟାର ରଜନୀକାନ୍ତଙ୍କ ଝିଅ।