ପତ୍ନୀହନ୍ତାକୁ ୫ବର୍ଷ ଜେଲ୍ ଦଣ୍ଡାଦେଶ, ୩ ନାତୁଣୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ପିଟିପିଟି କରିଥିଲା ହତ୍ୟା
ବଡବିଲ ୧୮।୩: ପତ୍ନୀହନ୍ତାକୁ ୫ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ଅଧିକ ଦୁଇ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ୨୦୨୦ ମସିହାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ସହୀଦ ନଗର, ମହାବୀର ଛକରେ ସ୍ତ୍ରୀକୁ ହତ୍ୟା ଘଟଣାର ବିଚାର କରି ଚମ୍ପୁଆ ଏଡିଜେ ସରୋଜ କୁମାର ଦାସ ଏହି ରାୟ ଶୁଣାଇଛନ୍ତି । ପାରିବାରିକ ଗଣ୍ଡଗୋଳ କାରଣରୁ ଗତ ୨୭/୦୯/୨୦୨୦ ଦିନ ଦ୍ଵି-ପ୍ରହର ସମୟରେ କମଲେଶ ଯାଦବ ନାମକ ବ୍ୟକ୍ତି ତାଙ୍କର ତିନି ଜଣ ନାବାଳିକା ନାତୁଣୀଙ୍କ ସାମ୍ନାରେ ନିଜ ସ୍ତ୍ରୀ ଶାନ୍ତି ଦେବୀଙ୍କ ମୁଣ୍ଡକୁ ଫୁଙ୍କନଳୀରେ ପିଟି ପିଟି ହତ୍ୟା କରିଥିଲେ । ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ସୋମବାର ଏହି ରାୟ ପ୍ରକାଶ ପାଇଛି । You Can Read :ଖୋର୍ଦ୍ଧା ଜେଲ୍ରେ ଦୁଇ ଗୋଷ୍ଠୀ ହାତାହାତି, ୭ ଜଣଙ୍କ ନାଁରେ ମାମଲା ରୁଜୁ
ବଡବିଲ ୧୮।୩: ପତ୍ନୀହନ୍ତାକୁ ୫ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ଅଧିକ ଦୁଇ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।
୨୦୨୦ ମସିହାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ସହୀଦ ନଗର, ମହାବୀର ଛକରେ ସ୍ତ୍ରୀକୁ ହତ୍ୟା ଘଟଣାର ବିଚାର କରି ଚମ୍ପୁଆ ଏଡିଜେ ସରୋଜ କୁମାର ଦାସ ଏହି ରାୟ ଶୁଣାଇଛନ୍ତି । ପାରିବାରିକ ଗଣ୍ଡଗୋଳ କାରଣରୁ ଗତ ୨୭/୦୯/୨୦୨୦ ଦିନ ଦ୍ଵି-ପ୍ରହର ସମୟରେ କମଲେଶ ଯାଦବ ନାମକ ବ୍ୟକ୍ତି ତାଙ୍କର ତିନି ଜଣ ନାବାଳିକା ନାତୁଣୀଙ୍କ ସାମ୍ନାରେ ନିଜ ସ୍ତ୍ରୀ ଶାନ୍ତି ଦେବୀଙ୍କ ମୁଣ୍ଡକୁ ଫୁଙ୍କନଳୀରେ ପିଟି ପିଟି ହତ୍ୟା କରିଥିଲେ । ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ସୋମବାର ଏହି ରାୟ ପ୍ରକାଶ ପାଇଛି ।
You Can Read :
ଖୋର୍ଦ୍ଧା ଜେଲ୍ରେ ଦୁଇ ଗୋଷ୍ଠୀ ହାତାହାତି, ୭ ଜଣଙ୍କ ନାଁରେ ମାମଲା ରୁଜୁ