ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ପାଲଟିଛି ଲକ୍ଷ୍ମୀ ବସ୍‌ ଗ୍ୟାରେଜ, ପଥଚାରୀ ଅସନ୍ତୁଷ୍ଟ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୈନିକ ଶହଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ସେହିପରି ଗଞ୍ଜାମ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ପାଇଁ ୫୯ ନଂ ଜାତୀୟ ରାଜପଥ ଦାରିଙ୍ଗବାଡ଼ି ଦେଇଯାଇଛି। ସେଥିପାଇଁ ଯାତ୍ରୀମାନେ ବାଟରେ ବିଶ୍ରାମ କରିବା ସହ ସେମାନଙ୍କ ପାଇଁ କ୍ୟାଣ୍ଟିନ, ଶୌଚାଳୟ, ଶିଶୁଙ୍କୁ ସ୍ତନ୍ୟପାନ ପାଇଁ କୋଠରି, ଦିବ୍ୟାଙ୍ଗଙ୍କ ପାଇଁ ବ୍ୟବସ୍ଥା ପାଇଁ ପଥପ୍ରାନ୍ତ ସୁବିଧାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି ହେଲେ ଏବେ ତାହା ଲୋକଙ୍କ କାମରେ ଆସୁନି। ଏହା ସରକାରଙ୍କ ଲକ୍ଷ୍ମୀ […] The post ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ପାଲଟିଛି ଲକ୍ଷ୍ମୀ ବସ୍‌ ଗ୍ୟାରେଜ, ପଥଚାରୀ ଅସନ୍ତୁଷ୍ଟ appeared first on Dharitri Odia News.

ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ପାଲଟିଛି ଲକ୍ଷ୍ମୀ ବସ୍‌ ଗ୍ୟାରେଜ, ପଥଚାରୀ ଅସନ୍ତୁଷ୍ଟ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୈନିକ ଶହଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ସେହିପରି ଗଞ୍ଜାମ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ପାଇଁ ୫୯ ନଂ ଜାତୀୟ ରାଜପଥ ଦାରିଙ୍ଗବାଡ଼ି ଦେଇଯାଇଛି। ସେଥିପାଇଁ ଯାତ୍ରୀମାନେ ବାଟରେ ବିଶ୍ରାମ କରିବା ସହ ସେମାନଙ୍କ ପାଇଁ କ୍ୟାଣ୍ଟିନ, ଶୌଚାଳୟ, ଶିଶୁଙ୍କୁ ସ୍ତନ୍ୟପାନ ପାଇଁ କୋଠରି, ଦିବ୍ୟାଙ୍ଗଙ୍କ ପାଇଁ ବ୍ୟବସ୍ଥା ପାଇଁ ପଥପ୍ରାନ୍ତ ସୁବିଧାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି ହେଲେ ଏବେ ତାହା ଲୋକଙ୍କ କାମରେ ଆସୁନି। ଏହା ସରକାରଙ୍କ ଲକ୍ଷ୍ମୀ ବସ୍‌ ପାଇଁ ଗ୍ୟାରେଜ ଭାବେ ବ୍ୟବହାର କରାଯାଉଛି। ଦିନରେ ବସ୍‌ ଚଳାଚଳ କରିବା ସହ ସନ୍ଧ୍ୟା ହେଲେ ସକାଳ ପର୍ଯ୍ୟନ୍ତ ବସ୍‌ଗୁଡ଼ିକୁ ସେଠାରେ ରଖାଯାଉଛି। ଏଭଳି ଆଜକୁ ୫ ଦିନ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ରରୁ ତାହା ବସ୍‌ ଗ୍ୟାରେଜରେ ପରିଣତ ହୋଇଛ।
ସୂଚନା ଥାଉକି, ଗତ ସୋମବାର କନ୍ଧମାଳ ଜିଲାପାଳ ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ଅଭିଯୋଗ ଶୁଣାଣି କରୁଥିବା ସମୟରେ ଦାରିଙ୍ଗବାଡ଼ିର କଂଗ୍ରେସ ଯୁବନେତା ରଞ୍ଜନ ସିଂ ଉକ୍ତ ସୁବିଧା କେନ୍ଦ୍ରକୁ ଲୋକଙ୍କ ସୁବିଧା ପାଇଁ ଖୋଲିବାକୁ ନିବେଦନ କରିଥିଲେ। ତେବେ ପ୍ରଶାସନ ଖୋଲିବା ବଦଳରେ ତାକୁ ବସ୍‌ ଗ୍ୟାରେଜ କରିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଏନେଇ ପୂର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କିଶୋର ସ୍ବାଇଁଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ ବସ୍‌ଗୁଡ଼ିକୁ ରଖାଯାଉଛି। ମିଶନଶକ୍ତିକୁ ଉକ୍ତ ସୁବିଧାକେନ୍ଦ୍ରର ଦାୟିତ୍ୱ ଦିଆଯାଇଛି ସେମାନେ ଶୀଘ୍ର ସୁବିଧାକେନ୍ଦ୍ର ଖୋଲିବେ ବୋଲି ସେ କହିଛନ୍ତି।

The post ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ପାଲଟିଛି ଲକ୍ଷ୍ମୀ ବସ୍‌ ଗ୍ୟାରେଜ, ପଥଚାରୀ ଅସନ୍ତୁଷ୍ଟ appeared first on Dharitri Odia News.