ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା, ଅନାସ୍ଥା ଭୋଟରେ ହାରିଲେ
ବ୍ରଜରାଜନଗର: ଅନାସ୍ଥା ଭୋଟରେ ହାରିଲେ ବ୍ରଜରାଜନଗର ପୌରାଧ୍ୟକ୍ଷା।ହାରିବା ପରେ ନିଜ ପଦ ହରାଇଛନ୍ତି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ। ଗତ ଜାନୁୟାରୀ ୧୫ରେ ହୋଇଥିବା ଅନାସ୍ଥା ଭୋଟ ହୋଇଥିଲା। ୨୩ ଜଣ କାଉନସିଲର ଭୋଟ ଦେଇଥିଲେ lତେବେ ଅନାସ୍ଥା ଭୋଟ ଘଟଣାରେ ଯାଜ୍ଞସେନୀ ହାଇକୋର୍ଟର ଦ୍ୱାରସ୍ଥ ହେବାପରେ ଅନାସ୍ଥା ଭୋଟର ଫଳାଫଳକୁ ଘୋଷଣା କରିବାକୁ ସ୍ଥଗିତ କରିବାର ନିଷ୍ପତ୍ତି ଦେଇଥିଲେ ମାନ୍ୟବର ହାଇକୋର୍ଟ l ଏହାପରେ ଗତକାଲି ପୌରାଧ୍ୟକ୍ଷ ଯାଜ୍ଞସେନୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବାପରେ ଶନିବାର ଅନାସ୍ଥା ଭୋଟ ଗଣତି କରାଯାଇଥିଲା l ଯେଉଁଥିରେ ଯାଜ୍ଞସେନୀଙ୍କ ବିପକ୍ଷରେ ୨୨ଟି ଭୋଟ ପଡ଼ିଥିବାବେଳେ ସପକ୍ଷରେ ଗୋଟିଏ ଭୋଟ ପଡ଼ିଥିଲା l
ବ୍ରଜରାଜନଗର: ଅନାସ୍ଥା ଭୋଟରେ ହାରିଲେ ବ୍ରଜରାଜନଗର ପୌରାଧ୍ୟକ୍ଷା।ହାରିବା ପରେ ନିଜ ପଦ ହରାଇଛନ୍ତି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ। ଗତ ଜାନୁୟାରୀ ୧୫ରେ ହୋଇଥିବା ଅନାସ୍ଥା ଭୋଟ ହୋଇଥିଲା। ୨୩ ଜଣ କାଉନସିଲର ଭୋଟ ଦେଇଥିଲେ l
ତେବେ ଅନାସ୍ଥା ଭୋଟ ଘଟଣାରେ ଯାଜ୍ଞସେନୀ ହାଇକୋର୍ଟର ଦ୍ୱାରସ୍ଥ ହେବାପରେ ଅନାସ୍ଥା ଭୋଟର ଫଳାଫଳକୁ ଘୋଷଣା କରିବାକୁ ସ୍ଥଗିତ କରିବାର ନିଷ୍ପତ୍ତି ଦେଇଥିଲେ ମାନ୍ୟବର ହାଇକୋର୍ଟ l ଏହାପରେ ଗତକାଲି ପୌରାଧ୍ୟକ୍ଷ ଯାଜ୍ଞସେନୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବାପରେ ଶନିବାର ଅନାସ୍ଥା ଭୋଟ ଗଣତି କରାଯାଇଥିଲା l ଯେଉଁଥିରେ ଯାଜ୍ଞସେନୀଙ୍କ ବିପକ୍ଷରେ ୨୨ଟି ଭୋଟ ପଡ଼ିଥିବାବେଳେ ସପକ୍ଷରେ ଗୋଟିଏ ଭୋଟ ପଡ଼ିଥିଲା l