ପଦଚ୍ୟୁତ ହେଲେ ବାଲସି ସରପଞ୍ଚ: ନାଏବ ସରପଞ୍ଚ ତୁଲାଇବେ ସରପଞ୍ଚଙ୍କ ଦାୟିତ୍ୱ

କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଗତ ୨୮ ତାରିଖରେ ଗୁପ୍ତ ଭୋଟିଂ ହୋଇଥିଲା। ଏହି ଭୋଟିଂରେ ଦୁଇ ତୃତୀୟାଂଶରୁ ଅଧିକ ଓ୍ବାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ସରପଞ୍ଚ ଶ୍ରୀମତୀ ସୁନାକୁ ପରାସ୍ତ କରିଥିଲେ। ତେବେ ମାନ୍ୟବର ଆଦେଶନାମା ବଳରେ ଭୋଟ ଫଳାଫଳ ଘୋଷଣା ସ୍ଥଗିତ ରହିଥିଲା। ଏହି ଆଦେଶନାମା ହଟିଲା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ […] The post ପଦଚ୍ୟୁତ ହେଲେ ବାଲସି ସରପଞ୍ଚ: ନାଏବ ସରପଞ୍ଚ ତୁଲାଇବେ ସରପଞ୍ଚଙ୍କ ଦାୟିତ୍ୱ appeared first on Dharitri Odia News.

ପଦଚ୍ୟୁତ ହେଲେ ବାଲସି ସରପଞ୍ଚ: ନାଏବ ସରପଞ୍ଚ ତୁଲାଇବେ ସରପଞ୍ଚଙ୍କ ଦାୟିତ୍ୱ

କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଗତ ୨୮ ତାରିଖରେ ଗୁପ୍ତ ଭୋଟିଂ ହୋଇଥିଲା।

ଏହି ଭୋଟିଂରେ ଦୁଇ ତୃତୀୟାଂଶରୁ ଅଧିକ ଓ୍ବାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ସରପଞ୍ଚ ଶ୍ରୀମତୀ ସୁନାକୁ ପରାସ୍ତ କରିଥିଲେ। ତେବେ ମାନ୍ୟବର ଆଦେଶନାମା ବଳରେ ଭୋଟ ଫଳାଫଳ ଘୋଷଣା ସ୍ଥଗିତ ରହିଥିଲା। ଏହି ଆଦେଶନାମା ହଟିଲା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୫୨୯/ ତା.୧୯.୧୨.୨୦୨୪ ରିଖରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୨୪(୧) ଅନୁସାରେ, ଗୃହୀତ ଅନାସ୍ଥା ପ୍ରସ୍ତାବକୁ କାଏମ ରଖ ଆଜିଠାରୁ ବାଲସି ସରପଞ୍ଚ ଭାରତୀ ସୁନାଙ୍କୁ ପଦଚ୍ୟୁତ ହେଲେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି। ଉକ୍ତ ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ସରପଞ୍ଚଙ୍କ ଦାୟିତ୍ୱ ତୁଲାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

The post ପଦଚ୍ୟୁତ ହେଲେ ବାଲସି ସରପଞ୍ଚ: ନାଏବ ସରପଞ୍ଚ ତୁଲାଇବେ ସରପଞ୍ଚଙ୍କ ଦାୟିତ୍ୱ appeared first on Dharitri Odia News.