ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା ଆମେରିକା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ନିକଟରେ ବାଂଲାଦେଶ ପାକିସ୍ତାନ ମାଟିରେ ଅନୁଷ୍ଠିତ ୨ ମ୍ୟାଚ ଟେଷ୍ଟ ସିରିଜରେ ପାକିସ୍ତାନକୁ ୨-୦ରେ ପରାସ୍ତ କରିଥିଲା। ଏବେ ଏହି ଖରାପ ଅବସ୍ଥା ଦେଖି ପାକିସ୍ତାନର ପୂର୍ବତନ ଉଇକେଟ କିପର କମ୍ରାନ ଆକମଲ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ପୋଲ୍‌ ଖୋଲିଛନ୍ତି। […] The post ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌ appeared first on Dharitri Odia News.

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା ଆମେରିକା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ନିକଟରେ ବାଂଲାଦେଶ ପାକିସ୍ତାନ ମାଟିରେ ଅନୁଷ୍ଠିତ ୨ ମ୍ୟାଚ ଟେଷ୍ଟ ସିରିଜରେ ପାକିସ୍ତାନକୁ ୨-୦ରେ ପରାସ୍ତ କରିଥିଲା। ଏବେ ଏହି ଖରାପ ଅବସ୍ଥା ଦେଖି ପାକିସ୍ତାନର ପୂର୍ବତନ ଉଇକେଟ କିପର କମ୍ରାନ ଆକମଲ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ପୋଲ୍‌ ଖୋଲିଛନ୍ତି।

ଅକମଲ କହିଛନ୍ତି, ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇରୁ ଶିଖିବା ଉଚିତ୍‌। ସେମାନଙ୍କର ବୃତ୍ତିଗତତା, ସେମାନଙ୍କ ଦଳ, ଚୟନକର୍ତ୍ତା, ଅଧିନାୟକ ଏବଂ କୋଚ – ଏହିସବୁ ଦଳ ଦଳକୁ ଏକ ନମ୍ବର କରି ବିଶ୍ୱରେ ରାଜ୍‌ କରେ।

୨୧ ଅଗଷ୍ଟରୁ ୦୩ ସେପ୍ଟେମ୍ବର ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବାଂଲାଦେଶ ପାକିସ୍ତାନ ଗସ୍ତ କରିଛି। ଏହି ଗସ୍ତ ପୂର୍ବରୁ ବାଂଲାଦେଶ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ମ୍ୟାଚ ଜିତି ନ ଥିଲା, କିନ୍ତୁ ବାଂଲାଦେଶ ଦଳ ପାଇଁ ଏହି ଗସ୍ତ ଐତିହାସିକ ଥିଲା। ଏଠାରେ ସେମାନେ ନିଜ ଘରେ ଟେଷ୍ଟ ସିରିଜରେ ପାକିସ୍ତାନକୁ ୨-୦ରେ ପରାସ୍ତ କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ ଦଳ ଉପରେ ଅନେକ ସମାଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଗସ୍ତ ପରେ ବାଂଲାଦେଶ ଦଳ ଭାରତ ଗସ୍ତରେ ଆସିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ୧୯ ସେପ୍ଟେମ୍ବରରୁ ଖେଳାଯାଇଥିଲା। ଚେନ୍ନାଇ ଟେଷ୍ଟରେ ଆୟୋଜକ ଦଳ ଭାରତ ଭ୍ରମଣକାରୀ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ଉଭୟ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ସେପ୍ଟେମ୍ବରରୁ କାନପୁରରେ ଖେଳାଯିବ।

The post ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌ appeared first on Dharitri Odia News.