ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା: ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୁଲିସ
ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା । ୭ ଦୁର୍ବୃତ୍ତଙ୍କୁ ଗିରଫ କଲା କମିଶନରେଟ ଚନ୍ଦକା ଥାନା ପୁଲିସ । ୭ ଜଣଙ୍କୁ ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସ ସୂଚନା ଦେଇଛନ୍ତି। ୭ ଜଣଙ୍କୁ ଗିରଫ ସହ ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ହୋଇଛି। ଏଥିସହ ଉକ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ୧୫ ତାରିଖ ରାତି ୨ଟାରେ ରାସ୍ତାରେ ଝମେଲା କରିଥିଲେ ଉକ୍ତ ୭ […]

ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା । ୭ ଦୁର୍ବୃତ୍ତଙ୍କୁ ଗିରଫ କଲା କମିଶନରେଟ ଚନ୍ଦକା ଥାନା ପୁଲିସ । ୭ ଜଣଙ୍କୁ ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସ ସୂଚନା ଦେଇଛନ୍ତି। ୭ ଜଣଙ୍କୁ ଗିରଫ ସହ ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ହୋଇଛି। ଏଥିସହ ଉକ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ୧୫ ତାରିଖ ରାତି ୨ଟାରେ ରାସ୍ତାରେ ଝମେଲା କରିଥିଲେ ଉକ୍ତ ୭ ଜଣ । ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଝମେଲା କରିଥିଲେ।
ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।