ପଦବୀ ହରାଇଲେ ସରପଞ୍ଚ
କାମାକ୍ଷାନଗର,୧ା୧୦(ସୁଧୀର କୁମାର ପରିଡ଼ା): ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ପ୍ରତିମା ସେଠୀ ସୋମବାର ଅନାସ୍ଥା ଭୋଟରେ ପରାଜିତ ହେବା ସହ ସରପଞ୍ଚ ପଦବୀ ହରାଇଛନ୍ତି। ପ୍ରକାଶ ଯେ, କାଦୁଆ ପଞ୍ଚାୟତର କେତେଜଣ ଓ୍ବାର୍ଡମେମ୍ବର ସରପଞ୍ଚଙ୍କ ବିରୋଧରେ କାମାକ୍ଷାନଗର ଉପଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଥିଲେ। ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁୟାୟୀ ପଞ୍ଚାୟତ କାର୍ଯ୍ୟାଳୟରେ ଏଥିପାଇଁ ଭୋଟିଂ ହୋଇଥିଲା। ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଏହି ଭୋଟ ହୋଇଥିବା ବେଳେ […] The post ପଦବୀ ହରାଇଲେ ସରପଞ୍ଚ appeared first on Dharitri Odia News.
କାମାକ୍ଷାନଗର,୧ା୧୦(ସୁଧୀର କୁମାର ପରିଡ଼ା): ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ପ୍ରତିମା ସେଠୀ ସୋମବାର ଅନାସ୍ଥା ଭୋଟରେ ପରାଜିତ ହେବା ସହ ସରପଞ୍ଚ ପଦବୀ ହରାଇଛନ୍ତି। ପ୍ରକାଶ ଯେ, କାଦୁଆ ପଞ୍ଚାୟତର କେତେଜଣ ଓ୍ବାର୍ଡମେମ୍ବର ସରପଞ୍ଚଙ୍କ ବିରୋଧରେ କାମାକ୍ଷାନଗର ଉପଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଥିଲେ। ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁୟାୟୀ ପଞ୍ଚାୟତ କାର୍ଯ୍ୟାଳୟରେ ଏଥିପାଇଁ ଭୋଟିଂ ହୋଇଥିଲା। ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଏହି ଭୋଟ ହୋଇଥିବା ବେଳେ ତହସିଲଦାର ପ୍ରିୟବ୍ରତ ଦାଶ ନିର୍ବାଚନ ଅଧିକାରୀ ଓ ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ପଞ୍ଚାୟତର ମୋଟ ୧୫ଟି ଓ୍ବାର୍ଡ ମଧ୍ୟରୁ ଗତ ନିର୍ବାଚନରେ ୧୨ ଜଣ ନିର୍ବାଚିତ ହୋଇଥିବା ବେଳେ ପ୍ରାର୍ଥୀ ଅଭାବରୁ ୩ଟି ଓ୍ବାର୍ଡରେ ନିର୍ବାଚନ ହୋଇ ନ ଥିଲା। ତେଣୁ ୧୨ ଜଣ ଓ୍ବାର୍ଡମେମ୍ବରଙ୍କ ମଧ୍ୟରୁ ଭୋଟିଂ ବେଳେ ଜଣେ ଅନୁପସ୍ଥିତ ଥିଲେ। ଅବଶିଷ୍ଟ ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ଫଳରେ ଅନାସ୍ଥାରେ ହାରି ସରପଞ୍ଚ ସେଠୀ ତାଙ୍କ ପଦ ହରାଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ଥାନା ଅଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ପଞ୍ଚାୟତରେ ଦୀର୍ଘଦିନ ଧରି ଚାଲିଥିବା କୁଶାସନର ଅନ୍ତଃ ହେଲା ବୋଲି ଅନାସ୍ଥା ଆଣିଥିବା ଓ୍ବାର୍ଡମେମ୍ବରମାନେ କହିଥିବା ବେଳେ ଅର୍ଥ ଲୋଭରେ ଓ୍ବାର୍ଡମେମ୍ବରମାନେ ବିଶ୍ବାସଘାତ କାର୍ଯ୍ୟ କରିଛନ୍ତି ବୋଲି ବିଦାୟୀ ସରପଞ୍ଚ ପ୍ରତିମା ପ୍ରକାଶ କରିଛନ୍ତି।
The post ପଦବୀ ହରାଇଲେ ସରପଞ୍ଚ appeared first on Dharitri Odia News.