ପଦାକୁ ଆସିବ ସବୁ ସତ: ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକତା,୧୯।୮:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହାକୁ ବିରୋଧ କରି ଦେଶବ୍ୟାପୀ ଡାକ୍ତର ଓ ସ୍ବାସ୍ଥ୍ୟା କର୍ମୀଙ୍କ ଆନ୍ଦୋଳନ ଚାଲିଛି। ଏହି ସମୟରେ ଘଟଣାର ଯାଞ୍ଚ୍‌ କରୁଥିବା ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବ ବୋଲି ଜଣାପଡିଛି। ଏହି ଟେଷ୍ଟକୁ ପଲିଗ୍ରାଫ ଟେଷ୍ଟ ମଧ୍ୟ କୁହାଯାଏ। ସଞ୍ଜୟ ରୟଙ୍କ ଉପରେ ପଲିଗ୍ରାଫ ଟେଷ୍ଟ କରିବା […] The post ପଦାକୁ ଆସିବ ସବୁ ସତ: ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଟେଷ୍ଟ appeared first on Dharitri Odia News.

ପଦାକୁ ଆସିବ ସବୁ ସତ: ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକତା,୧୯।୮:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହାକୁ ବିରୋଧ କରି ଦେଶବ୍ୟାପୀ ଡାକ୍ତର ଓ ସ୍ବାସ୍ଥ୍ୟା କର୍ମୀଙ୍କ ଆନ୍ଦୋଳନ ଚାଲିଛି। ଏହି ସମୟରେ ଘଟଣାର ଯାଞ୍ଚ୍‌ କରୁଥିବା ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବ ବୋଲି ଜଣାପଡିଛି। ଏହି ଟେଷ୍ଟକୁ ପଲିଗ୍ରାଫ ଟେଷ୍ଟ ମଧ୍ୟ କୁହାଯାଏ। ସଞ୍ଜୟ ରୟଙ୍କ ଉପରେ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ସିବିଆଇ କୋର୍ଟଙ୍କଠାରୁ ଅନୁମତି ମାଗିଛି ଏବଂ ସିବିଆଇ କୋର୍ଟରେ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଛନ୍ତି। ପଲିଗ୍ରାଫ ପରୀକ୍ଷା କେବଳ କୋର୍ଟ ଏବଂ ଅଭିଯୁକ୍ତଙ୍କ ସହମତିରେ କରାଯାଇଥାଏ।ସିବିଆଇ ଯଥାଶୀଘ୍ର ଏହି ପରୀକ୍ଷା କରିପାରିବ। ସୂଚନାନୁସାରେ, ଆସନ୍ତାକାଲି ମଧ୍ୟ ପରୀକ୍ଷା କରାଯାଇପାରେ। ସିବିଆଇ ଚାହୁଁଛି ସଞ୍ଜୟ ଏହି ଘଟଣାର ସତ୍ୟତା ପ୍ରକାଶ କରନ୍ତୁ। ସେଥିପାଇଁ ଏହି ପରୀକ୍ଷା କରାଯିବ।

The post ପଦାକୁ ଆସିବ ସବୁ ସତ: ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଟେଷ୍ଟ appeared first on Dharitri Odia News.