ପଦାରେ ପଡ଼ିଲା ବିଜେପି ବିଧାୟକଙ୍କ ନାରୀ ସ୍ଲୋଗାନ ଛଳନା
ବଲାଙ୍ଗୀର: ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବିଜେପି ନେତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ। ପଦାରେ ପଡିଲା ନାରୀ ସୁରକ୍ଷା ନେଇ... The post ପଦାରେ ପଡ଼ିଲା ବିଜେପି ବିଧାୟକଙ୍କ ନାରୀ ସ୍ଲୋଗାନ ଛଳନା appeared first on .
ବଲାଙ୍ଗୀର: ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବିଜେପି ନେତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ। ପଦାରେ ପଡିଲା ନାରୀ ସୁରକ୍ଷା ନେଇ ସ୍ଲୋଗାନର ଛଳନା। ଟିଟିଲାଗଡର ବିଜେପି ବିଧାୟକ ନବୀନ ଜୈନଙ୍କ ପ୍ରକୃତ ସ୍ବରୁପକୁ ନେଇ ଉଠିଛି ପ୍ରଶ୍ନ। ବିଜେପି ବିଧାୟକ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ହତ୍ଯା ଷଡ଼ଯନ୍ତ୍ର ଓ ଶାରିରୀକ ଶୋଷଣ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ଶାଳକ ଅନୂପ ଅଗ୍ରୱାଲଙ୍କ ପତ୍ନୀ ମମତା ମଲ୍ଲିକ। ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ତାଙ୍କ ପତ୍ନୀ ତଥା ଟିଟିଲାଗଡ଼ ପୌରପାଳିକା ଅଧ୍ୟକ୍ଷା ମମତା ଜୈନଙ୍କୁ ନେଇ ଗୁରୁତର ଅଭିଯୋଗ କରିଛନ୍ତି ମମତା। ଉଭୟେ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ସ୍ଵାମୀ ଅନୂପ ଅଗ୍ରୱାଲଙ୍କ ଭିଣୋଇ ତଥା ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମମତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ସହ ଶାରୀରିକ ନିର୍ଯାତନା ଦେଉଥିବା କହିଛନ୍ତି ମମତା। ନିର୍ଯାତନା ନେଇ ଗତବର୍ଷ ନଭେମ୍ବର ୧୪ରେ ଟାଉନ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ଅନ୍ୟପଟେ ବଲାଙ୍ଗୀରର ଜଣେ ଯୁବ ବିଜେପି ନେତା ତାଙ୍କୁ ନ୍ୟାୟ ବଦଳରେ ଶାରୀରିକ ଶୋଷଣ ପାଇଁ ବାଧ୍ୟ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ମମତା। ବିଜେପି ଶାସନରେ ମହିଳା କେତେ ସୁରକ୍ଷିତ ତାହାର ନିଚ୍ଛକ ଉଦାହରଣ ହେଉଛନ୍ତି ଏହି ମହିଳା। ବିଜେପି ନେତା ତଥା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଶାଳକ ଅନୁପ ଅଗ୍ରୱାଲଙ୍କୁ ମମତା ମଲ୍ଲିକ ୨୦୧୫ ମସିହା ଜୁନ ୭ ତାରିଖରେ ବିବାହ କରିଥିଲେ। ବିବାହ ବେଳେ ସେ ନାବାଳିକା ଥିଲେ। ତାଙ୍କୁ ୧୪ ବର୍ଷ ଓ ଅନୁପଙ୍କୁ ୪୦ ବର୍ଷ ହୋଇଥିଲା। ନାବାଳିକା ଥିବା ସମୟରେ ତାଙ୍କୁ ନେଇ ହରିଶଙ୍କର ଠାରେ ବିବାହ କରିଦେଇଥିଲେ। ବିବାହ ପରେ ତାଙ୍କ ପ୍ରତି ସ୍ଵାମୀ ଓ ସମ୍ପର୍କୀୟଙ୍କ ଅତ୍ୟାଚାର ବଢ଼ିଥିଲା। ଦୁଇ ବର୍ଷ ପରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ତାପରେ ଅତ୍ୟାଚାର ଆହୁରି ବଢ଼ିଥିଲା । ପ୍ରାୟ ସମୟରେ ସ୍ଵାମୀ ଅନୁପ ମଦ୍ୟପାନ କରି ଘରକୁ ଆସୁଥିଲେ ଓ ମାରଧର କରୁଥିଲେ । ଏନେଇ ମହିଳା ଜଣକ କୌଣସି ଉପାୟ ନପାଇ ନିର୍ଯାତିତ ହୋଇ ରହିଆସୁଥିଲେ । ପ୍ରତିବାଦ କଲେ ସ୍ୱାମୀଙ୍କ ସହ ମିଶି ବିଜେପି ବିଧାୟକ ନବୀନ ଜୈନ ଓ ତାଙ୍କ ସ୍ତ୍ରୀ ମମତା ଜୈନ ବି ତାଙ୍କୁ ନିର୍ଯାତନା ଦେଉଥିବା କହିଛନ୍ତି। ବର୍ଷେ ପରେ ବି ପୋଲିସ ତାଙ୍କୁ ନ୍ୟାୟ ପ୍ରଦାନ କରିପାରିନାହିଁ । ବିଜେପିର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି। ମହିଳା ଜଣକ ଏବେ ୭ ବର୍ଷର ଝିଅକୁ ନେଇ ରହୁଛନ୍ତି।
The post ପଦାରେ ପଡ଼ିଲା ବିଜେପି ବିଧାୟକଙ୍କ ନାରୀ ସ୍ଲୋଗାନ ଛଳନା appeared first on .