ପଦାରେ ପଡିଲା ଆମେରିକାର ଦୋହରା ନୀତି, ମୂର୍ତ୍ତିକାରିଗର ଅରୁଣ ଯୋଗୀରାଜଙ୍କୁ ଦେଲାନି ପର୍ଯ୍ୟଟନ ଭିସା

ବେଙ୍ଗାଲୁରୁ :  ଆମେରିକା ଉଦାରତାର ଯେତେ ନାଟକ କଲେ ବି ମଝିରେ ମଝିରେ ତାର ଅସଲି ଚେହାରା ସାମ୍ନାକୁ ଆସିଯାଏ। ତାଜା ମାମଲାରେ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ସହିତ ସମ୍ପୃକ୍ତ ଜଣେ କନ୍ନଡ କଳାକାରଙ୍କ ବିରୋଧରେ ଆମେରିକାର ଦୋହରା ନୀତି ସ୍ପଷ୍ଟ ହୋଇଯାଇଛି। ପ୍ରଶିଦ୍ଧ ମୂର୍ତ୍ତି କାରିଗର ତଥା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଆମେରିକା ପର୍ଯ୍ୟଟକ ଭିସା ଦେବାକୁ ମନା କରିଦେଇଛି। ଅରୁଣ ଯୋଗୀରାଜ ସେହି ମୂର୍ତ୍ତି କାରିଗର ଯିଏ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିମନ୍ତେ ବାଳକ ରାମଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ କନ୍ନଡ ସମ୍ମିଳନୀରେ ଯୋଗ ଦେବା ପାଇଁ ଅରୁଣ ଯୋଗୀରାଜ ପରିବାର ସମେତ ଯାଇଥାନ୍ତେ। ହେଲେ ଭିସା ନ ମିଳିବାରୁ ଯୋଗୀରାଜଙ୍କୁ ଗସ୍ତ ବାତିଲ କରିବାକୁ ପଡିଛି। ସୂଚନା ଅନୁସାରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ କନ୍ନଡ ସମ୍ମିଳନୀ ପାଇଁ ନିମନ୍ତ୍ରଣ ମିଳିବା ପରେ ଯୋଗୀରାଜ ଭିସା ଆବେଦନ କରିଥିଲେ। ଏଥିପାଇଁ ସେ ଆମେରିକୀୟ ଆମ୍ବାସୀଙ୍କୁ ଭେଟି ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲେ। ହେଲେ ଏବେ ତାଙ୍କ ଆବେଦନକୁ ରିଜେକ୍ଟ କରିଦିଆଯାଇଥିବାର ତାଙ୍କୁ ସୂଚିତ କରାଯାଇଛି। ତେବେ ତାଙ୍କ ଆବେଦନ କାହିଁକି ରିଜେକ୍ଟ କରାଯାଇଛି ସେ ନେଇ କିଛି କୁହା ଯାଇନାହିଁ । ତେବେ ଅରୁଣ ଯୋଗୀରାଜ କହିଛନ୍ତି ଯେ ଭିସା ନିମନ୍ତେ ଯାହା ଯାହା ଆବଶ୍ୟକ ଥିଲା ସେ ସମ୍ପର୍କିତ ସମସ୍ତ କାଗଜପତ୍ର ସେ ଦାଖ

ପଦାରେ ପଡିଲା ଆମେରିକାର ଦୋହରା ନୀତି, ମୂର୍ତ୍ତିକାରିଗର ଅରୁଣ ଯୋଗୀରାଜଙ୍କୁ ଦେଲାନି ପର୍ଯ୍ୟଟନ ଭିସା

ବେଙ୍ଗାଲୁରୁ :  ଆମେରିକା ଉଦାରତାର ଯେତେ ନାଟକ କଲେ ବି ମଝିରେ ମଝିରେ ତାର ଅସଲି ଚେହାରା ସାମ୍ନାକୁ ଆସିଯାଏ। ତାଜା ମାମଲାରେ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ସହିତ ସମ୍ପୃକ୍ତ ଜଣେ କନ୍ନଡ କଳାକାରଙ୍କ ବିରୋଧରେ ଆମେରିକାର ଦୋହରା ନୀତି ସ୍ପଷ୍ଟ ହୋଇଯାଇଛି। ପ୍ରଶିଦ୍ଧ ମୂର୍ତ୍ତି କାରିଗର ତଥା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଆମେରିକା ପର୍ଯ୍ୟଟକ ଭିସା ଦେବାକୁ ମନା କରିଦେଇଛି। ଅରୁଣ ଯୋଗୀରାଜ ସେହି ମୂର୍ତ୍ତି କାରିଗର ଯିଏ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିମନ୍ତେ ବାଳକ ରାମଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। 

ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ କନ୍ନଡ ସମ୍ମିଳନୀରେ ଯୋଗ ଦେବା ପାଇଁ ଅରୁଣ ଯୋଗୀରାଜ ପରିବାର ସମେତ ଯାଇଥାନ୍ତେ। ହେଲେ ଭିସା ନ ମିଳିବାରୁ ଯୋଗୀରାଜଙ୍କୁ ଗସ୍ତ ବାତିଲ କରିବାକୁ ପଡିଛି। ସୂଚନା ଅନୁସାରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ କନ୍ନଡ ସମ୍ମିଳନୀ ପାଇଁ ନିମନ୍ତ୍ରଣ ମିଳିବା ପରେ ଯୋଗୀରାଜ ଭିସା ଆବେଦନ କରିଥିଲେ। ଏଥିପାଇଁ ସେ ଆମେରିକୀୟ ଆମ୍ବାସୀଙ୍କୁ ଭେଟି ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲେ। ହେଲେ ଏବେ ତାଙ୍କ ଆବେଦନକୁ ରିଜେକ୍ଟ କରିଦିଆଯାଇଥିବାର ତାଙ୍କୁ ସୂଚିତ କରାଯାଇଛି। ତେବେ ତାଙ୍କ ଆବେଦନ କାହିଁକି ରିଜେକ୍ଟ କରାଯାଇଛି ସେ ନେଇ କିଛି କୁହା ଯାଇନାହିଁ । 

ତେବେ ଅରୁଣ ଯୋଗୀରାଜ କହିଛନ୍ତି ଯେ ଭିସା ନିମନ୍ତେ ଯାହା ଯାହା ଆବଶ୍ୟକ ଥିଲା ସେ ସମ୍ପର୍କିତ ସମସ୍ତ କାଗଜପତ୍ର ସେ ଦାଖଲ କରିଥିଲେ। ତେବେ ତାଙ୍କୁ ଭିସା କାହିଁକି ମିଳିପାରିବନି ସେ ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ବିଶ୍ୱ କନ୍ନଡ ସମ୍ମିଳନୀ-୨୦୨୪ ଆମେରିକାର ଭର୍ଜିନିଆରେ ଅନୁଷ୍ଠିତ ହେବ। ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଭିସା ନ ମିଳିବା କିଛି ବଡ଼ କଥା ନୁହେଁ। ଏହି ସମ୍ମିଳନୀରେ ଯୋଗ ଦେବାକୁ ପରିବାର ପର୍ଯ୍ୟଟନ ଭିସା ନିବେଦନ କରିଥିଲେ। ସେମାନେ ଆଗାମୀ ବର୍ଷ ଏଥି ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି।