ପଦ୍ମ ଧରିବେ ଚମ୍ପାଇ ସୋରେନ୍; ଅଗଷ୍ଟ ୩୦ରେ ହେବେ ସାମିଲ୍, କୋହ୍ଲାନ ପ୍ରାନ୍ତରେ ବଢ଼ିବ ବିଜେପି ବଳ
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଛାଡ଼ି ପଦ୍ମ ଧରିବେ ଚମ୍ପାଇ ସୋରେନ୍ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇପାରନ୍ତି । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ । ଚମ୍ପାଇ ସୋରେନ ଦିଲ୍ଲୀରେ ଅମିତ୍ ଶାହଙ୍କୁ ସାକ୍ଷାତ କରିବା ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଜଳସେଚନ ମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ଦିଲ୍ଲୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ବିଜେପିରେ ମିଶିବା ନେଇ ଆଲୋଚନା କରିଥିଲେ । ଅଗଷ୍ଟ ୩୦ ତାରିଖରେ ସେ ବିଜେପିର ବଧିବଦ୍ଧ ଭାବେ ସାମିଲ ହେବା ନେଇ ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ହିମନ୍ତ ବିଶ୍ବଶର୍ମା ଘୋଷଣା କରିଛନ୍ତି । କୁହାଯାଉଛି, ଅଗଷ୍ଟ ୨୮ ତାରିଖରେ ଚମ୍ପାଇ ହେମନ୍ତଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ । ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ୨୯ ତାରିଖରେ କ୍ୟାବିନେଟ୍ ମିଟିଂ ଡାକିଛନ୍ତି । ଚମ୍ପାଇ ବିଜେପିରେ ସାମିଲ୍ ହେଲେ ଝାଡ଼ଖଣ୍ଡର କୋହ୍ଲାନ ପ୍ରାନ୍ତରେ ବିଜେପି ମଜଭୁତ ହେବ । ଆଗକୁ ନିର୍ବାଚନ ରହିଥିବାରୁ ବିଜେପିର ଝାଡ଼ଖଣ୍ଡ ବିଧାନସଭା ଅକ୍ତିଆର ଅଭିଯାନ ଆହୁରି ସୁଦୃଢ଼ ହେବ । ସାନ୍ତା
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଛାଡ଼ି ପଦ୍ମ ଧରିବେ ଚମ୍ପାଇ ସୋରେନ୍ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇପାରନ୍ତି । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ । ଚମ୍ପାଇ ସୋରେନ ଦିଲ୍ଲୀରେ ଅମିତ୍ ଶାହଙ୍କୁ ସାକ୍ଷାତ କରିବା ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଜଳସେଚନ ମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ଦିଲ୍ଲୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ବିଜେପିରେ ମିଶିବା ନେଇ ଆଲୋଚନା କରିଥିଲେ । ଅଗଷ୍ଟ ୩୦ ତାରିଖରେ ସେ ବିଜେପିର ବଧିବଦ୍ଧ ଭାବେ ସାମିଲ ହେବା ନେଇ ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ହିମନ୍ତ ବିଶ୍ବଶର୍ମା ଘୋଷଣା କରିଛନ୍ତି । କୁହାଯାଉଛି, ଅଗଷ୍ଟ ୨୮ ତାରିଖରେ ଚମ୍ପାଇ ହେମନ୍ତଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ । ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ୨୯ ତାରିଖରେ କ୍ୟାବିନେଟ୍ ମିଟିଂ ଡାକିଛନ୍ତି ।
ଚମ୍ପାଇ ବିଜେପିରେ ସାମିଲ୍ ହେଲେ ଝାଡ଼ଖଣ୍ଡର କୋହ୍ଲାନ ପ୍ରାନ୍ତରେ ବିଜେପି ମଜଭୁତ ହେବ । ଆଗକୁ ନିର୍ବାଚନ ରହିଥିବାରୁ ବିଜେପିର ଝାଡ଼ଖଣ୍ଡ ବିଧାନସଭା ଅକ୍ତିଆର ଅଭିଯାନ ଆହୁରି ସୁଦୃଢ଼ ହେବ । ସାନ୍ତାଳୀ ଆଦିବାସୀ ରୂପରେ ବିଜେପିକୁ ବଡ଼ ନେତା ମିଳିବେ । ଚମ୍ପାଇ ସୋରେନଙ୍କ ଭଳି ଷ୍ଟାର ପ୍ରଚାରକ ମିଳିବ । ଆଦିବାସୀ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ସହଜ ହେବା ବୋଲି କୁହାଯାଉଛି ...