ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ୨ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ, ଟିକେଶ୍ବର ମାହାର ଏବଂ ତ୍ରିନାଥ ଶବର । ଟିକେଶ୍ବର ଏକ ଡକାୟତି ମାମଲା ଏବଂ ତ୍ରିନାଥ ହତ୍ୟା ଉଦ୍ୟମ ମାମଲାରେ ସବଜେଲରେ ଥିଲେ ବୋଲି ଜେଲର ପୁନିରାମ ବାଗ କହିଛନ୍ତି। ଗାମୁଛା ଏବଂ ଶର୍ଟ ବାନ୍ଧି ଅଭିଯୁକ୍ତମାନେ ଜେଲ ପାଚେରି ଡେଇଁ ଖସି ପଳାଇଥିବା ବାଗ ପ୍ରକାଶ କରିଛନ୍ତି। ତେବେ ଦିନ ଦ୍ବିପହରରେ ସବଜେଲରୁ ୨ବିଚାରାଧୀନ […] The post ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍ appeared first on Dharitri Odia News.

ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ୨ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ, ଟିକେଶ୍ବର ମାହାର ଏବଂ ତ୍ରିନାଥ ଶବର । ଟିକେଶ୍ବର ଏକ ଡକାୟତି ମାମଲା ଏବଂ ତ୍ରିନାଥ ହତ୍ୟା ଉଦ୍ୟମ ମାମଲାରେ ସବଜେଲରେ ଥିଲେ ବୋଲି ଜେଲର ପୁନିରାମ ବାଗ କହିଛନ୍ତି। ଗାମୁଛା ଏବଂ ଶର୍ଟ ବାନ୍ଧି ଅଭିଯୁକ୍ତମାନେ ଜେଲ ପାଚେରି ଡେଇଁ ଖସି ପଳାଇଥିବା ବାଗ ପ୍ରକାଶ କରିଛନ୍ତି। ତେବେ ଦିନ ଦ୍ବିପହରରେ ସବଜେଲରୁ ୨ବିଚାରାଧୀନ କଏଦୀ ଖସି ପଲଳାଇବାରେ ସକ୍ଷମ ହେବା ଜେଲ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଏ ସମ୍ପର୍କରେ ଜେଲର ବାଗଙ୍କୁ ପଚାରିବାରୁ ସେ ବିଭାଗୀୟ କାର୍ଯ୍ୟରେ ଉପଜିଲାପାଳଙ୍କ ପାଖକୂ ଯାଇଥିଲେ ଏବଂ ସେହି ସମୟରେ ଘଟଣା ଘଟିଥିବା କହିଛନ୍ତି। ଗୁରୁବାର ଜେଲର ଡିଆଇଜି ତଦନ୍ତରେ ପଦ୍ମପୁର ଆସିବେ ବୋଲି ବାଗ ସୂଚନା ଦେଇଛନ୍ତି l ଏ ନେଇ ପଦ୍ମପୁର ଥାନାରେ ଏତଲା ଦେବା ପରେ ପୋଲିସ ଫେରାର କଏଦୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

The post ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍ appeared first on Dharitri Odia News.