ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ୩୪ଜଣ, ଓଡ଼ିଶାରୁ ରହିଛନ୍ତି ୨ ପ୍ରତିଭା
ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ୨୦୨୪ ମସିହା ପାଇଁ ୩୪ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ପଦ୍ମଶ୍ରୀ ଲାଗି ମନୋନୀତ ପ୍ରତିଭାଙ୍କ ମଧ୍ୟରେ ଓଡ଼ିଶାରୁ ୨ଜଣ ଥିବା ସୂଚନା ମିଳିଛି। ଓଡ଼ିଶାର ଗଞ୍ଜାମ ଜିଲାର ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନାଟକ କୃଷ୍ଣଲୀଳାର ସଂଗୀତକାର ହେଉଛନ୍ତି […]

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ୨୦୨୪ ମସିହା ପାଇଁ ୩୪ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ପଦ୍ମଶ୍ରୀ ଲାଗି ମନୋନୀତ ପ୍ରତିଭାଙ୍କ ମଧ୍ୟରେ ଓଡ଼ିଶାରୁ ୨ଜଣ ଥିବା ସୂଚନା ମିଳିଛି। ଓଡ଼ିଶାର ଗଞ୍ଜାମ ଜିଲାର ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନାଟକ କୃଷ୍ଣଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ବାଇଁ। ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ମଧ୍ୟ ମିଳିବ ପଦ୍ମଶ୍ରୀ ପୁରସ୍କାର। ଲୋକ ନୃତ୍ୟ ‘ଶବ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ।
ଅନ୍ୟପଟେ ଦକ୍ଷିଣ ଆଣ୍ଡମାନରେ ଜୈବିକ ପଦ୍ଧତିରେ ଚାଷ ପାଇଁ କେ, ଚେଲ୍ଲାମ୍ମାଲଙ୍କୁ ପଦ୍ମଶ୍ରୀ ମିଳିବ। ପଶ୍ଚିମବଙ୍ଗ ପୁରୁଲିଆର ଗାଚ୍ ଦାଦୁଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ମିଳିବ। ପାରମ୍ପାରିକ ଧାନ ବିହନ ଉପରେ ଗବେଷଣା କରୁଥିବା କେଶରଗଡର ସତ୍ୟନାରାୟଣ ବଲେରୀଙ୍କୁ ମିଳିବ ପଦ୍ମଶ୍ରୀ।ସେହିଭଳି ଦିବ୍ୟାଙ୍ଗ ପାଇଁ କାମ କରୁଥିବା ସିରସାର ଗୁରୁସିଂଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ସୂଚନା ଦିଆଯାଇଛି।