ପଦ୍ମଶ୍ରୀ ଫେରାଇବେ ବୈଦ୍ୟରାଜ ହେମଚନ୍ଦ

ରାୟପୁର, ୨୮।୫: ଛତିଶଗଡ଼ରେ ବୈଦ୍ୟରାଜ ଭାବେ ପରିଚିତ ହେମଚନ୍ଦ ମାଝି ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ସୋମବାର ଘୋଷଣା କରିଛନ୍ତି। ମାଓବାଦୀଙ୍କଠାରୁ ମିଳିଥିବା ଧମକ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନାରାୟଣପୁର ଜିଲାର ଚମେଲି ଏବଂ ଗୌରଦଣ୍ଡ ଗ୍ରାମରେ ୨ଟି ନିର୍ମାଣାଧୀନ ମୋବାଇଲ ଟାଓ୍ବାର ନିକଟରେ ହେମଚନ୍ଦଙ୍କୁ ଧମକ ଦିଆଯାଇଥିବା ଅନେକ ବ୍ୟାନର ଏବଂ ପାମ୍ପଲେଟ ମିଳିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପ୍ରେମଚନ୍ଦ ସ୍ଥାନୀୟ ଛୋଟେଡୋଗର ଅଞ୍ଚଳରେ ଆମଦେଇ ଉପତ୍ୟକା ଲୁହାପଥର ପ୍ରକଳ୍ପ ଆରମ୍ଭ କରିବାକୁ […] The post ପଦ୍ମଶ୍ରୀ ଫେରାଇବେ ବୈଦ୍ୟରାଜ ହେମଚନ୍ଦ appeared first on Dharitri Odia News.

ପଦ୍ମଶ୍ରୀ ଫେରାଇବେ ବୈଦ୍ୟରାଜ ହେମଚନ୍ଦ

ରାୟପୁର, ୨୮।୫: ଛତିଶଗଡ଼ରେ ବୈଦ୍ୟରାଜ ଭାବେ ପରିଚିତ ହେମଚନ୍ଦ ମାଝି ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ସୋମବାର ଘୋଷଣା କରିଛନ୍ତି। ମାଓବାଦୀଙ୍କଠାରୁ ମିଳିଥିବା ଧମକ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନାରାୟଣପୁର ଜିଲାର ଚମେଲି ଏବଂ ଗୌରଦଣ୍ଡ ଗ୍ରାମରେ ୨ଟି ନିର୍ମାଣାଧୀନ ମୋବାଇଲ ଟାଓ୍ବାର ନିକଟରେ ହେମଚନ୍ଦଙ୍କୁ ଧମକ ଦିଆଯାଇଥିବା ଅନେକ ବ୍ୟାନର ଏବଂ ପାମ୍ପଲେଟ ମିଳିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପ୍ରେମଚନ୍ଦ ସ୍ଥାନୀୟ ଛୋଟେଡୋଗର ଅଞ୍ଚଳରେ ଆମଦେଇ ଉପତ୍ୟକା ଲୁହାପଥର ପ୍ରକଳ୍ପ ଆରମ୍ଭ କରିବାକୁ ସାହାଯ୍ୟ କରିଥିଲେ ଓ ଏଥିପାଇଁ ଲାଞ୍ଚ ଗ୍ରହଣ କରିଥିଲେ ବୋଲି ମାଓବାଦୀଙ୍କ ପକ୍ଷରୁ ଅଭିଯୋଗ କରାଯାଇ ତାଙ୍କୁ ଧମକ ଦିଆଯାଇଛି। ସୂଚନାଯୋଗ୍ୟ, ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ହେମଚନ୍ଦଙ୍କୁ ଗତମାସ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ‘ପଦ୍ମଶ୍ରୀ’ ସମ୍ମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଥିଲେ।

The post ପଦ୍ମଶ୍ରୀ ଫେରାଇବେ ବୈଦ୍ୟରାଜ ହେମଚନ୍ଦ appeared first on Dharitri Odia News.