ପେଟିଏମ୍ ପେମେଣ୍ଟ୍ସସ ବ୍ୟାଙ୍କର ସରୁନି ସଂକଟ, ଏବେ ସିଇଓ ସୁରିନ୍ଦର ଚାୱାଲ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡର ସଂକଟ ଶେଷ ହେବାର ନାଁ ଧରୁ ନାହିଁ । ସଂକଟରେ ଫସିଥିବା ପେମେଣ୍ଟ କମ୍ପାନି ପେଟିଏମ ପେମେଣ୍ଟ ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ସୁରିନ୍ଦର ଚାୱଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ପେଟେଏମ ପେମେଣ୍ଟ ବ୍ୟାଙ୍କର ପ୍ୟାରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନ (ପେଟିଏମ) ଆଜି ମଙ୍ଗଳବାର ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି । କମ୍ପାନି କହିଛି ଯେ ଚାୱଲା ଏହି ଇସ୍ତଫା ବ୍ୟକ୍ତିଗତ କାରଣ ଏବଂ ଉନ୍ନତ କ୍ୟାରିୟର ପାଇଁ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ଇସ୍ତଫା ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ଆରବିଆଇର ଆକ୍ସନ ପରେ ଅନେକ ବ୍ୟାଙ୍କ ସେବା ବନ୍ଦ କରିବାର ପ୍ରାୟ ଏକ ମାସ ପରେ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଫେବ୍ରୁଆରୀ ୨୬ରେ ବିଜୟ ଶେଖର ଶର୍ମା ସଂକଟରେ ଥିବା ପିପିବିଏଲ ବୋର୍ଡରୁ ଇସ୍ତଫା ଦେଇଥିଲେ । ୱାନ୯୭ କମ୍ୟୁନିକେସନ ଆଜି ନିଜର ନିୟାମକ ଫାଇଲିଂରେ କହିଛି, ପିପିବିଏଲର ଏମଡି ଏବଂ ସିଇଓ ସୁରିନ୍ଦର ଚାୱଲା ବ୍ୟକ୍ତିଗତ କାରଣ ଏବଂ ଉନ୍ନତ କ୍ୟାରିୟରର ସମ୍ଭବନା ପାଇଁ ଏପ୍ରିଲ ୮ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ଜୁନ ୨୬ ପରେ ତାଙ୍କୁ ପିପିବିଏଲରୁ ମୁକ୍ତ କରାଯିବ ।ୱାନ୯୭ କମ୍ୟୁନିକେସନ ଷ୍ଟକ ଏକ୍ସଚେଞ୍ଜକୁ ଜଣାଇଛି ଯେ କମ୍ପାନି ଏବଂ ପିପିବିଏଲ ମଧ୍ୟରେ ପ୍ରାୟ ସମସ୍ତ ବୁଝାମଣା ଶେଷ କରାଯାଇଛି । ୱାନ୯୭ କମ୍ୟୁନିକେସନ କହିଛି ଯେ ସେ ମ

ପେଟିଏମ୍ ପେମେଣ୍ଟ୍ସସ ବ୍ୟାଙ୍କର ସରୁନି ସଂକଟ, ଏବେ ସିଇଓ ସୁରିନ୍ଦର ଚାୱାଲ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡର ସଂକଟ ଶେଷ ହେବାର ନାଁ ଧରୁ ନାହିଁ । ସଂକଟରେ ଫସିଥିବା ପେମେଣ୍ଟ କମ୍ପାନି ପେଟିଏମ ପେମେଣ୍ଟ ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ସୁରିନ୍ଦର ଚାୱଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ପେଟେଏମ ପେମେଣ୍ଟ ବ୍ୟାଙ୍କର ପ୍ୟାରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନ (ପେଟିଏମ) ଆଜି ମଙ୍ଗଳବାର ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି । କମ୍ପାନି କହିଛି ଯେ ଚାୱଲା ଏହି ଇସ୍ତଫା ବ୍ୟକ୍ତିଗତ କାରଣ ଏବଂ ଉନ୍ନତ କ୍ୟାରିୟର ପାଇଁ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ଇସ୍ତଫା ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ଆରବିଆଇର ଆକ୍ସନ ପରେ ଅନେକ ବ୍ୟାଙ୍କ ସେବା ବନ୍ଦ କରିବାର ପ୍ରାୟ ଏକ ମାସ ପରେ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଫେବ୍ରୁଆରୀ ୨୬ରେ ବିଜୟ ଶେଖର ଶର୍ମା ସଂକଟରେ ଥିବା ପିପିବିଏଲ ବୋର୍ଡରୁ ଇସ୍ତଫା ଦେଇଥିଲେ । 

ୱାନ୯୭ କମ୍ୟୁନିକେସନ ଆଜି ନିଜର ନିୟାମକ ଫାଇଲିଂରେ କହିଛି, ପିପିବିଏଲର ଏମଡି ଏବଂ ସିଇଓ ସୁରିନ୍ଦର ଚାୱଲା ବ୍ୟକ୍ତିଗତ କାରଣ ଏବଂ ଉନ୍ନତ କ୍ୟାରିୟରର ସମ୍ଭବନା ପାଇଁ ଏପ୍ରିଲ ୮ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ଜୁନ ୨୬ ପରେ ତାଙ୍କୁ ପିପିବିଏଲରୁ ମୁକ୍ତ କରାଯିବ ।

ୱାନ୯୭ କମ୍ୟୁନିକେସନ ଷ୍ଟକ ଏକ୍ସଚେଞ୍ଜକୁ ଜଣାଇଛି ଯେ କମ୍ପାନି ଏବଂ ପିପିବିଏଲ ମଧ୍ୟରେ ପ୍ରାୟ ସମସ୍ତ ବୁଝାମଣା ଶେଷ କରାଯାଇଛି । ୱାନ୯୭ କମ୍ୟୁନିକେସନ କହିଛି ଯେ ସେ ମାର୍ଚେଣ୍ଟ ଆକ୍ୱାରିଂ ଏବଂ ୟୁପିଆଇ ସେବାକୁ ବଢାଇବା ପାଆଇଁ ବ୍ୟାଙ୍କିଂ ପାର୍ଟନର୍ସଙ୍କ ସହ ସହଯୋଗ ଜାରି ରଖିବ ।