ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

କେନ୍ଦୁଝର ୦୧/୦୬: ପ୍ରସିଦ୍ଧ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ପରଲୋକ । ଦୀର୍ଘଦିନରୁ ଅସୁସ୍ଥ ଥିଲେ ପଦ୍ମଶ୍ରୀ ମାଗୁଣୀ କୁଅଁର । ୮୮ ବର୍ଷ ବୟସରେ କେନ୍ଦୁଝରଗଡ଼ ପୌରପାଳିକାର ପୁରୁଣା ସହର ସ୍ଥିତ ନିଜ ବାସଭବନରେ ପଦ୍ମଶ୍ରୀଙ୍କର ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମାଗୁଣୀ । ସୂଚନା ଥାଉକି, ପାଖାପାଖି ଦୁଇ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ଥିଲେ । ପ୍ରଥମେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କିମ୍ସମ୍ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ କିଛିଦିନ ତଳେ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହା ପୂର୍ବରୁ ସେ ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ପିଡ଼ୀତ ଥିଲେ ମାଗୁଣି । ଯେଉଁଥିପାଇଁ ସେ ପ୍ରତ୍ୟେକ ଦିନ ମେଡିସିନ ବ୍ୟବହାର କରୁଥିଲେ । ଏପ୍ରିଲ ମାସରେ ହଠାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ । ଖରା ଏବଂ ଗରମ ଯୋଗୁଁ ଏପରି ହେଉଥାଇପାରେ ବୋଲି ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଥିଲେ । କିନ୍ତୁ ତାପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇ ପଡିଲେ ଯେ ବିଛଣାରୁ ଉଠି ପାରିନଥିଲେ । ଫଳରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ହୋଇ ଘରକୁ ବି ଫେରିଥିଲେ । ହେଲେ ଏବେ ତାଙ୍କର ଦେହାନ୍ତ ହୋଇଛି । କଣ୍ଢେଇ ନୃତ୍ୟକୁ ନି

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

କେନ୍ଦୁଝର ୦୧/୦୬: ପ୍ରସିଦ୍ଧ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ପରଲୋକ । ଦୀର୍ଘଦିନରୁ ଅସୁସ୍ଥ ଥିଲେ ପଦ୍ମଶ୍ରୀ ମାଗୁଣୀ କୁଅଁର । ୮୮ ବର୍ଷ ବୟସରେ କେନ୍ଦୁଝରଗଡ଼ ପୌରପାଳିକାର ପୁରୁଣା ସହର ସ୍ଥିତ ନିଜ ବାସଭବନରେ ପଦ୍ମଶ୍ରୀଙ୍କର ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମାଗୁଣୀ । 

ସୂଚନା ଥାଉକି, ପାଖାପାଖି ଦୁଇ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ଥିଲେ । ପ୍ରଥମେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କିମ୍ସମ୍ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ କିଛିଦିନ ତଳେ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହା ପୂର୍ବରୁ ସେ ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ପିଡ଼ୀତ ଥିଲେ ମାଗୁଣି । ଯେଉଁଥିପାଇଁ ସେ ପ୍ରତ୍ୟେକ ଦିନ ମେଡିସିନ ବ୍ୟବହାର କରୁଥିଲେ । 

ଏପ୍ରିଲ ମାସରେ ହଠାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ । ଖରା ଏବଂ ଗରମ ଯୋଗୁଁ ଏପରି ହେଉଥାଇପାରେ ବୋଲି ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଥିଲେ । କିନ୍ତୁ ତାପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇ ପଡିଲେ ଯେ ବିଛଣାରୁ ଉଠି ପାରିନଥିଲେ । ଫଳରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ହୋଇ ଘରକୁ ବି ଫେରିଥିଲେ । ହେଲେ ଏବେ ତାଙ୍କର ଦେହାନ୍ତ ହୋଇଛି । 

କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ୨୦୨୩ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇଥିଲେ। 

ଏହି ସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ତାଙ୍କ ଘରକୁ ଶେଷ ଦର୍ଶନ ପାଇଁ ସ୍ଥାନିୟ ଲୋକଙ୍କ ସୁଅ ଛୁଟିଛି। ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ବୋଲି ଜଣାପଡିଛି।