ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଡେସ୍କ: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କର ଆଜି ୮୪ ବର୍ଷ ବୟସରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ ବାର୍ତ୍ତାରେ ସେ କହିଛନ୍ତି, ଓଡ଼ିଶାର ଗୌରବ ତଥା ଭାରତୀୟ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଓଡ଼ିଶା ସମେତ ଭାରତୀୟ ସିନେମାକୁ […]

ଡେସ୍କ: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କର ଆଜି ୮୪ ବର୍ଷ ବୟସରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ ବାର୍ତ୍ତାରେ ସେ କହିଛନ୍ତି, ଓଡ଼ିଶାର ଗୌରବ ତଥା ଭାରତୀୟ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଓଡ଼ିଶା ସମେତ ଭାରତୀୟ ସିନେମାକୁ ସୁସମୃଦ୍ଧ କରିବାରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି। କଳା ପ୍ରତି ତାଙ୍କର ରୁଚି, ଆକର୍ଷଣ ଭାବନା ଓ ନିଖୁଣ ଅଭିନୟ ଥିଲା ସ୍ୱତନ୍ତ୍ର। ତାଙ୍କ ବିୟୋଗରେ ଭାରତ ଜଣେ ସ୍ୱାଭିମାନୀ କଳାକାରଙ୍କୁ ହରାଇଲା। ସେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।