ବଧୁ ହତ୍ୟା ଅଭିଯୋଗ
ଗୁରୁଡିଝାଟିଆ: ବଧୂ ହତ୍ୟା ଅଭିଯୋଗ ନେଇ ଖୁଣ୍ଟୁଣୀ ଥାନାରେ ଲିଖିତ ଏତଲା ହୋଇଛି। ପୁଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି। ଆଠଗଡ ଥାନା ଅନ୍ତର୍ଗତ ନୂଆଗଡ ଗାଁର ଧୈର୍ଯ୍ୟଧର ସାହୁଙ୍କ ଝିଅ ସୁଜାତା ଏହି ଥାନା ଅର୍ନ୍ତଗତ ଅନନ୍ତପୁର ପଂଚାୟତର ଭୁଁଇବରାଇ ଗାଁ ତ୍ରିଲୋଚନ ସ୍ବାଇଁକୁ ବିବାହ କରିଥିଲେ। ହେଲେ ବିଭିନ୍ନ କାରଣକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ଏପରିକି ଶାଶୁ ଘର ଲୋକ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। […]

ଗୁରୁଡିଝାଟିଆ: ବଧୂ ହତ୍ୟା ଅଭିଯୋଗ ନେଇ ଖୁଣ୍ଟୁଣୀ ଥାନାରେ ଲିଖିତ ଏତଲା ହୋଇଛି। ପୁଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି। ଆଠଗଡ ଥାନା ଅନ୍ତର୍ଗତ ନୂଆଗଡ ଗାଁର ଧୈର୍ଯ୍ୟଧର ସାହୁଙ୍କ ଝିଅ ସୁଜାତା ଏହି ଥାନା ଅର୍ନ୍ତଗତ ଅନନ୍ତପୁର ପଂଚାୟତର ଭୁଁଇବରାଇ ଗାଁ ତ୍ରିଲୋଚନ ସ୍ବାଇଁକୁ ବିବାହ କରିଥିଲେ। ହେଲେ ବିଭିନ୍ନ କାରଣକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ଏପରିକି ଶାଶୁ ଘର ଲୋକ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଝିଅକୁ ବଳ ପୂର୍ବକ ବିଷ ପାନ କରାଇ ମାରି ଦିଆଯାଇଛି ବୋଲି ଥାନାରେ ଝିଅର ବାପା ଅଭିଯୋଗ କରିଛନ୍ତି। ପ୍ରକାଶଯୋଗ୍ୟ, ମୃତ ସୁଜାତାଙ୍କର ବଡ ଝିଅ ୨ୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଅନ୍ୟ ଏକ ଝିଅ ୬ଷ୍ଠ ଓ ପୁଅ ପ୍ରଥମ ଶ୍ରେଣୀରେ ପଢୁଅଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।