ପନ୍ତଙ୍କ ୨ୟ ଶତକ, ଇଂଲଣ୍ଡକୁ ୩୭୦ ରନର ବିଜୟ ଲକ୍ଷ୍ୟ
ସମାଜ ଡିଜିଟାଲ ଡେସ୍କ: ଲିଡ୍ସ ଟେଷ୍ଟରେ ଭାରତୀୟ ଉଇକେଟ କିପର ରୁଷଭ ପନ୍ତ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଉଇକେଟ କିପର ଭାବେ ସେ ଗୋଟିଏ ଟେଷ୍ଟରେ ଲଗାତର ୨ଟି ଇନିଂସରେ ଦୁଇଟି ଶତକ ହାସଲ କରିଛନ୍ତି। କେ.ଏଲ. ରାହୁଲଙ୍କ ୧୩୭ ରନ ଏବଂ ପନ୍ତଙ୍କ ୧୧୮ ରନ ବଳରେ ଭାରତ ୪ର୍ଥ ଦିନରେ ୩୬୪ ରନରେ ଅଲଆଉଟ ହୋଇଯାଇଛି। ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ୬ ରନରେ ଆଗୁଆ ଥିଲା। ଇଂଲଣ୍ଡ ପ୍ରଥମ […]

ସମାଜ ଡିଜିଟାଲ ଡେସ୍କ: ଲିଡ୍ସ ଟେଷ୍ଟରେ ଭାରତୀୟ ଉଇକେଟ କିପର ରୁଷଭ ପନ୍ତ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଉଇକେଟ କିପର ଭାବେ ସେ ଗୋଟିଏ ଟେଷ୍ଟରେ ଲଗାତର ୨ଟି ଇନିଂସରେ ଦୁଇଟି ଶତକ ହାସଲ କରିଛନ୍ତି। କେ.ଏଲ. ରାହୁଲଙ୍କ ୧୩୭ ରନ ଏବଂ ପନ୍ତଙ୍କ ୧୧୮ ରନ ବଳରେ ଭାରତ ୪ର୍ଥ ଦିନରେ ୩୬୪ ରନରେ ଅଲଆଉଟ ହୋଇଯାଇଛି। ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ୬ ରନରେ ଆଗୁଆ ଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନ କରିଥିଲା। ଫଳରେ ଇଂଲଣ୍ଡକୁ ଭାରତ ୩୭୦ ରନର ବିଜୟ ଲକ୍ଷ୍ୟ ଦେଇଛି। ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ଓ ଜୋସ ଟଙ୍ଗ ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ସୋଏବ ବାଶିର ୨ଟି ଏବଂ ବେନ ଷ୍ଟୋକ୍ସ ଓ କ୍ରିସ ଓ୍ବକ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।