ପପୁଆ ନ୍ୟୁ-ଗିନିରେ ଭୟଙ୍କର ଭୂ-ସ୍ଖଳନ; ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଓସେନିଆ ମହାଦେଶ ପପୁଆ ନ୍ୟୁଗିନିରେ ପ୍ରକୃତିର ତାଣ୍ଡବ । ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ଯୋଗୁ ପ୍ରାୟ ଶହେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କିଛି ଲୋକ ନିଖୋଜ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରୁଛି । ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟ ମୁତାବକ,  ପୋପୁଆ ନ୍ୟୁଗିନିର ଏକ ପାହାଡି ଗାଁରେ ଏହି ଭୂ-ସ୍ଖଳନ ହୋଇଛି । ସ୍ଥାନୀୟ ସମୟ ଭୋର ୩ଟିରେ ଏହି ଅଘଟଣ ଘଟିଛି । ଲ୍ୟାଣ୍ଡ ସ୍ଲାଇଡିଂ ଯୋଗୁ ମାଟି ତଳେ ଚାପି ହୋଇ ପ୍ରାୟ ଶହେ ଲୋକଙ୍କ ମୃତ୍ୟୁ ହୋଇଛି । କିଛି ଲୋକ ଏବେ ବି ଫଶି ରହିଛନ୍ତି । ଏନେଇ ଖବର ମିଳିବା ପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଖବର ଅପଡେଟ୍ ଜାରି...

ପପୁଆ ନ୍ୟୁ-ଗିନିରେ ଭୟଙ୍କର ଭୂ-ସ୍ଖଳନ; ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଓସେନିଆ ମହାଦେଶ ପପୁଆ ନ୍ୟୁଗିନିରେ ପ୍ରକୃତିର ତାଣ୍ଡବ । ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ଯୋଗୁ ପ୍ରାୟ ଶହେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କିଛି ଲୋକ ନିଖୋଜ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରୁଛି । 

ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟ ମୁତାବକ,  ପୋପୁଆ ନ୍ୟୁଗିନିର ଏକ ପାହାଡି ଗାଁରେ ଏହି ଭୂ-ସ୍ଖଳନ ହୋଇଛି । ସ୍ଥାନୀୟ ସମୟ ଭୋର ୩ଟିରେ ଏହି ଅଘଟଣ ଘଟିଛି । ଲ୍ୟାଣ୍ଡ ସ୍ଲାଇଡିଂ ଯୋଗୁ ମାଟି ତଳେ ଚାପି ହୋଇ ପ୍ରାୟ ଶହେ ଲୋକଙ୍କ ମୃତ୍ୟୁ ହୋଇଛି । କିଛି ଲୋକ ଏବେ ବି ଫଶି ରହିଛନ୍ତି । ଏନେଇ ଖବର ମିଳିବା ପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । 

ଖବର ଅପଡେଟ୍ ଜାରି...