ପବିତ୍ର ମାଟି ପାଲଟିଛି ପ୍ରୟାଗରାଜ, ଆସିବାକୁ ନାରାଜ ସାଧୁ ସନ୍ଥ

ଲମତାପୁଟ ୦୪/୦୨: ଉତ୍ତର ପ୍ରଦେଶ ରାଜ୍ୟର ପ୍ରୟାଗ ରାଜରେ ପୃଥିବୀ ସାରା ଶ୍ରଦ୍ଧାଳୁଙ୍କ ଜନସମୁଦ୍ର । ମହାକୁମ୍ଭ ମେଳାକୁ ଶ୍ରଦ୍ଧାଳୁଙ୍କ ଶୁଅ ଛୁଟିଛି । ଭାରତବର୍ଷର କୋଣ ଅନୁକୋଣ ଦେଶ ବିଦେଶରୁ ମହାକୁମ୍ଭ ସଙ୍ଗମରେ ସ୍ନାନ ପାଇଁ କୋଟି କୋଟି ଶ୍ରଦ୍ଧାଳୁ । ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭକୁ  ସ୍ୱାଗତ କରିଛି ଭାରତ ବର୍ଷ । ସୂଚନା ଥାଉକି, ଭକ୍ତି ମୟ ପ୍ରୟାଗରାଜ ଏବେ ସାଧୁ ସନ୍ଥଙ୍କ ପବିତ୍ର ମାଟି ପାଲଟିଛି । ଏକ ମାସ ଧରି ଚାଲିଥିବା ଏହି କୁମ୍ଭ ମେଳାକୁ ଦିନ ରାତି ଶ୍ରଦ୍ଧାଳୁ ପାଦରେ ପାଦରେ ଚାଲି ଆସି ସଙ୍ଗମରେ ସ୍ନାନ କରୁଛନ୍ତି । ନା ରହିଛି ଭେଦଭାବ ନା ରହିଛି ଧନୀ ଗରିବ ସମସ୍ତେ ଯେପରି ପରିବେଶରେ ହଜି ଯାଇଛନ୍ତି । ଗଙ୍ଗା ମାଆଙ୍କ ଠାରେ ସ୍ନାନ କରି ପୁଣ୍ୟ ଅର୍ଜନ କରୁଛନ୍ତି । ପବିତ୍ର ମହା କୁମ୍ଭ ମେଳା ଘରକୁ ଫେରିବା ପାଇଁ ଶ୍ରଦ୍ଧାଳୁ ମନ ବଳାଉ ନାହାନ୍ତି l ସେଠାରେ କିଛିଦିନ ରହି ଗଙ୍ଗା ସଙ୍ଗମରେ ସବୁଦିନ ସ୍ନାନ କରିବା ପାଇଁ ମନ ବଳାଉଛନ୍ତି । ଦେବତା ମାନେ ଅମୃତ କଳସ ନେଇ ଯାଉଥିବା ସମୟରେ ଅମୃତ କଳସରୁ ୪ ଟି ବୁନ୍ଦା ଅମୃତ ଜଳ ପ୍ରୟାଗରାଜ, ଉଜ୍ଜୟିନ, ନାସିକ ଏବଂ ହରିଦ୍ୱା ରେ ପଡିଥିଲା । ପ୍ରତି ୬ ବର୍ଷକୁ ଥରେ ଅର୍ଦ୍ଧ କୁମ୍ଭମେଳା, ୧୨ବର୍ଷ କୁ ଥରେ ପୁର୍ଣ କୁମ୍ଭମେଳା ଏବଂ ୧୪୪ ବର୍ଷ ପରେ ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । ତେଣୁ ଚଳିତ ବର୍ଷ ୧୪୪ ବର୍ଷ ପରେ ମହାକୁମ୍ଭ ମେଳାକୁ ଶ୍ରଦ୍ଧାଳୁ

ପବିତ୍ର ମାଟି ପାଲଟିଛି ପ୍ରୟାଗରାଜ, ଆସିବାକୁ ନାରାଜ ସାଧୁ ସନ୍ଥ

ଲମତାପୁଟ ୦୪/୦୨: ଉତ୍ତର ପ୍ରଦେଶ ରାଜ୍ୟର ପ୍ରୟାଗ ରାଜରେ ପୃଥିବୀ ସାରା ଶ୍ରଦ୍ଧାଳୁଙ୍କ ଜନସମୁଦ୍ର । ମହାକୁମ୍ଭ ମେଳାକୁ ଶ୍ରଦ୍ଧାଳୁଙ୍କ ଶୁଅ ଛୁଟିଛି । ଭାରତବର୍ଷର କୋଣ ଅନୁକୋଣ ଦେଶ ବିଦେଶରୁ ମହାକୁମ୍ଭ ସଙ୍ଗମରେ ସ୍ନାନ ପାଇଁ କୋଟି କୋଟି ଶ୍ରଦ୍ଧାଳୁ । ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭକୁ  ସ୍ୱାଗତ କରିଛି ଭାରତ ବର୍ଷ । 

ସୂଚନା ଥାଉକି, ଭକ୍ତି ମୟ ପ୍ରୟାଗରାଜ ଏବେ ସାଧୁ ସନ୍ଥଙ୍କ ପବିତ୍ର ମାଟି ପାଲଟିଛି । ଏକ ମାସ ଧରି ଚାଲିଥିବା ଏହି କୁମ୍ଭ ମେଳାକୁ ଦିନ ରାତି ଶ୍ରଦ୍ଧାଳୁ ପାଦରେ ପାଦରେ ଚାଲି ଆସି ସଙ୍ଗମରେ ସ୍ନାନ କରୁଛନ୍ତି । ନା ରହିଛି ଭେଦଭାବ ନା ରହିଛି ଧନୀ ଗରିବ ସମସ୍ତେ ଯେପରି ପରିବେଶରେ ହଜି ଯାଇଛନ୍ତି । ଗଙ୍ଗା ମାଆଙ୍କ ଠାରେ ସ୍ନାନ କରି ପୁଣ୍ୟ ଅର୍ଜନ କରୁଛନ୍ତି । ପବିତ୍ର ମହା କୁମ୍ଭ ମେଳା ଘରକୁ ଫେରିବା ପାଇଁ ଶ୍ରଦ୍ଧାଳୁ ମନ ବଳାଉ ନାହାନ୍ତି l ସେଠାରେ କିଛିଦିନ ରହି ଗଙ୍ଗା ସଙ୍ଗମରେ ସବୁଦିନ ସ୍ନାନ କରିବା ପାଇଁ ମନ ବଳାଉଛନ୍ତି । 


ଦେବତା ମାନେ ଅମୃତ କଳସ ନେଇ ଯାଉଥିବା ସମୟରେ ଅମୃତ କଳସରୁ ୪ ଟି ବୁନ୍ଦା ଅମୃତ ଜଳ ପ୍ରୟାଗରାଜ, ଉଜ୍ଜୟିନ, ନାସିକ ଏବଂ ହରିଦ୍ୱା ରେ ପଡିଥିଲା । ପ୍ରତି ୬ ବର୍ଷକୁ ଥରେ ଅର୍ଦ୍ଧ କୁମ୍ଭମେଳା, ୧୨ବର୍ଷ କୁ ଥରେ ପୁର୍ଣ କୁମ୍ଭମେଳା ଏବଂ ୧୪୪ ବର୍ଷ ପରେ ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । 

ତେଣୁ ଚଳିତ ବର୍ଷ ୧୪୪ ବର୍ଷ ପରେ ମହାକୁମ୍ଭ ମେଳାକୁ ଶ୍ରଦ୍ଧାଳୁ ଆସି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି । କାରଣ ଟ୍ରାଫିକ ସହ ସହ କିଲୋମିଟର ପର୍ଯ୍ୟନ୍ତ ଯାମ ରହିବା କାରଣରୁ ଶ୍ରଦ୍ଧାଳୁ ତ୍ରିବେଣୀକୁ ଯିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିବା ନେଇ ଶ୍ରଦ୍ଧାଳୁ କ୍ଷୋଭ ପ୍ରକାଶ କରିଛନ୍ତି l କିନ୍ତୁ ପୋଲିସ ପ୍ରଶାସନ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ବିଭିନ୍ନ ପଦକ୍ଷେପ ନେଇଥିବା ନଜରକୁ ଆସିଛି ।