ପରକୀୟା ପ୍ରୀତିର କରୁଣ ପରିଣତି ! ମାଆକୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ

ନୀଳଗିରି: ପରକୀୟା ପ୍ରୀତିର କରୁଣ ପରିଣତି। ମାଆକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ। ଶବକୁ ତିନି ଘଣ୍ଟା ଜଗି ରହିଲା। ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବାଘମରା ଗାଁ ଗ୍ରାମରେ। ମୃତକ ହେଉଛନ୍ତି ଶଙ୍କି ସିଂ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବାଘମରା ଗ୍ରାମର ସ୍ୱର୍ଗତ ବାବାଜୀ ସିଂଙ୍କ ସ୍ତ୍ରୀ ଶଙ୍କି ସିଂଙ୍କର ବଡ଼ ପୁଅ ବୈଦ୍ୟନାଥ ସିଂ  ଓ ସାନ ପୁଅ ଦୁର୍ଗା ସିଂ। ଆଜି ସାନପୁଅ ହଠାତ ଘରକୁ  ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଆସି ପହଞ୍ଚିଲା ବେଳକୁ ମାଆର ଅନୈତିକ ସମ୍ପର୍କକୁ ସାମ୍ନାରେ ଦେଖି ଉତ୍ୟକ୍ତ ହୋଇଉଠିଥିଲା। ହଠାତ ରାଗି ଏକ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ପଡୋଶୀ ସୋମବାରୀ ସିଂ ତାଙ୍କୁ ଅଟକାଇଥିଲେ ମଧ୍ୟ ସେ ମାନି ନଥିଲା। ଶଙ୍କି ସିଂ ଚେତାଶୂନ୍ୟ ହୋଇ ପଡିଯିବା ପରେ ସୋମବାରୀ ପାଣି ଆଣି ତାଙ୍କ ମୁହଁରେ ଦେଇଥିଲେ। ସେତେବେଳକୁ ତାଙ୍କର ପ୍ରଣବାୟୁ ଉଡ଼ିଯାଇଥିଲା। ତାପରେ ଉତ୍ୟକ୍ତ ଦୁର୍ଗା ମାଆର ଶବ ପାଖରେ ପ୍ରାୟ ତିନି ଘଣ୍ଟା ଜଗି ରହିଥିଲା। ଖବର ପାଇ ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ, ଆଇଆଇସି ଦାୟିତ୍ୱରେ ଥିବା ସୁବର୍ଣ୍ଣ ବେହେରା ଓ ପୋଲିସ ଫୋର୍ସ  ଘଟଣାସ୍ଥଳରୁ ପୁଅ ଦୁର୍ଗାକୁ କାବୁ କରି ଗିରଫ କରିଛି। ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିବା ସହ ଗାଁରେ ପଚରା ଉଚୁରା କରୁଛି। ଏନେଇ ୬୪/୨୦୨୫ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପ

ପରକୀୟା ପ୍ରୀତିର କରୁଣ ପରିଣତି ! ମାଆକୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ

ନୀଳଗିରି: ପରକୀୟା ପ୍ରୀତିର କରୁଣ ପରିଣତି। ମାଆକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ। ଶବକୁ ତିନି ଘଣ୍ଟା ଜଗି ରହିଲା। ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବାଘମରା ଗାଁ ଗ୍ରାମରେ। ମୃତକ ହେଉଛନ୍ତି ଶଙ୍କି ସିଂ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବାଘମରା ଗ୍ରାମର ସ୍ୱର୍ଗତ ବାବାଜୀ ସିଂଙ୍କ ସ୍ତ୍ରୀ ଶଙ୍କି ସିଂଙ୍କର ବଡ଼ ପୁଅ ବୈଦ୍ୟନାଥ ସିଂ  ଓ ସାନ ପୁଅ ଦୁର୍ଗା ସିଂ। 

ଆଜି ସାନପୁଅ ହଠାତ ଘରକୁ  ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଆସି ପହଞ୍ଚିଲା ବେଳକୁ ମାଆର ଅନୈତିକ ସମ୍ପର୍କକୁ ସାମ୍ନାରେ ଦେଖି ଉତ୍ୟକ୍ତ ହୋଇଉଠିଥିଲା। ହଠାତ ରାଗି ଏକ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ପଡୋଶୀ ସୋମବାରୀ ସିଂ ତାଙ୍କୁ ଅଟକାଇଥିଲେ ମଧ୍ୟ ସେ ମାନି ନଥିଲା। 

ଶଙ୍କି ସିଂ ଚେତାଶୂନ୍ୟ ହୋଇ ପଡିଯିବା ପରେ ସୋମବାରୀ ପାଣି ଆଣି ତାଙ୍କ ମୁହଁରେ ଦେଇଥିଲେ। ସେତେବେଳକୁ ତାଙ୍କର ପ୍ରଣବାୟୁ ଉଡ଼ିଯାଇଥିଲା। ତାପରେ ଉତ୍ୟକ୍ତ ଦୁର୍ଗା ମାଆର ଶବ ପାଖରେ ପ୍ରାୟ ତିନି ଘଣ୍ଟା ଜଗି ରହିଥିଲା। 

ଖବର ପାଇ ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ, ଆଇଆଇସି ଦାୟିତ୍ୱରେ ଥିବା ସୁବର୍ଣ୍ଣ ବେହେରା ଓ ପୋଲିସ ଫୋର୍ସ  ଘଟଣାସ୍ଥଳରୁ ପୁଅ ଦୁର୍ଗାକୁ କାବୁ କରି ଗିରଫ କରିଛି। ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିବା ସହ ଗାଁରେ ପଚରା ଉଚୁରା କରୁଛି। 

ଏନେଇ ୬୪/୨୦୨୫ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।  ଗୁରୁବାର ସାଇଣ୍ଟିଫିକ ଟିମ ତଦନ୍ତ କରିବ ବୋଲି ଏସଡିପିଓ ସୂଚନା ଦେଇଥିବା ବେଳେ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।