ଆମେରିକାରେ ବଢୁଛି ଭାରତ ବିରୋଧୀ ଆତଙ୍କୀ ଗତିବିଧି, ଏଫବିଆଇ ନିକଟରେ ରୋଷ ଝାଡ଼ିଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଆମେରିକାର ସିଲିକନ୍ ଭେଲିରେ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ଏଫବିଆଇ, ନ୍ୟାୟ ବିଭାଗ ଏବଂ ପୋଲିସ ସହ ବୈଠକରେ ରୋଷ ବ୍ୟକ୍ତ କରି କହିଛନ୍ତି ଯେ ଆମେରିକା ମାଟିରେ ଭାରତୀଙ୍କ ଉପରେ ଆତଙ୍କୀ ଗତିବିଧି ବଢିଛି । ସେମାନେ ଅଭିଯୋଗ କରିଛନ୍ତି ଯେ କାଲିଫର୍ଣ୍ଣିଆରେ ହିନ୍ଦୁଙ୍କ ବିରୋଧରେ ଘୃଣା ଅପରାଧ ମାମଲା ଲଗାତାର ବଢିବାରେ ଲାଗିଛି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଧିକାରୀଙ୍କ ନିକଟରେ ଏହି ଅସମାନତା ଏବଂ ଭେଦଭାବପୂର୍ଣ୍ଣ ବ୍ୟବହାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକିବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଧିକାରୀଙ୍କୁ କହିଛନ୍ତି ଯେ ଏହା ଅତ୍ୟନ୍ତ ନୈରାସ୍ୟଜନକ ଯେ ଆଇନ ପ୍ରବର୍ତ୍ତନ ଏଜେନ୍ସି ଏହା ଉପରେ ଆଦୌ ଧ୍ୟାନ ଦେଉ ନାହାନ୍ତି । ସମୁଦାୟର ନେତା ଅଜୟ ଜୈନ ଭୁତୋରିଆ ବୈଠକରେ କହିଛନ୍ତି ଯେ ଆମେରିକାରେ ହିନ୍ଦୁ, ଜୈନ ଏବଂ ସେମାନଙ୍କ ଧାର୍ମିକ ସ୍ଥଳ ବିରୋଧରେ ଘୃଣା ଅପରାଧରେ ବୃଦ୍ଧି ଏକ ବଡ଼ ସମସ୍ୟା । ନିକଟ ଅତୀତରେ ଖାଲିସ୍ତାନ ସମର୍ଥକ ଅନେକ ମନ୍ଦିରରେ ଭାଙ୍ଗାରୁଜା କରିବା ସହ ଭାରତୀୟ ବାଣିଜ୍ୟିକ ଦୂତାବାସ ଉପରେ ଆକ୍ରମଣ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।ଚଳିତ ସପ୍ତାହରେ ହୋଇଥିବା ବୈଠକରେ ପ୍ରାୟ ଦୁଇ ଡଜନରୁ ଅଧିକ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ଏଥିରେ ସାମିଲ ହୋଇଥିଲେ । ଏଥିରେ ନ୍ୟାୟ ବିଭାଗର ସାମୁଦାୟିକ ସମ୍ପର୍କ

ଆମେରିକାରେ ବଢୁଛି ଭାରତ ବିରୋଧୀ ଆତଙ୍କୀ ଗତିବିଧି, ଏଫବିଆଇ ନିକଟରେ ରୋଷ ଝାଡ଼ିଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଆମେରିକାର ସିଲିକନ୍ ଭେଲିରେ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ଏଫବିଆଇ, ନ୍ୟାୟ ବିଭାଗ ଏବଂ ପୋଲିସ ସହ ବୈଠକରେ ରୋଷ ବ୍ୟକ୍ତ କରି କହିଛନ୍ତି ଯେ ଆମେରିକା ମାଟିରେ ଭାରତୀଙ୍କ ଉପରେ ଆତଙ୍କୀ ଗତିବିଧି ବଢିଛି । ସେମାନେ ଅଭିଯୋଗ କରିଛନ୍ତି ଯେ କାଲିଫର୍ଣ୍ଣିଆରେ ହିନ୍ଦୁଙ୍କ ବିରୋଧରେ ଘୃଣା ଅପରାଧ ମାମଲା ଲଗାତାର ବଢିବାରେ ଲାଗିଛି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଧିକାରୀଙ୍କ ନିକଟରେ ଏହି ଅସମାନତା ଏବଂ ଭେଦଭାବପୂର୍ଣ୍ଣ ବ୍ୟବହାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକିବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଧିକାରୀଙ୍କୁ କହିଛନ୍ତି ଯେ ଏହା ଅତ୍ୟନ୍ତ ନୈରାସ୍ୟଜନକ ଯେ ଆଇନ ପ୍ରବର୍ତ୍ତନ ଏଜେନ୍ସି ଏହା ଉପରେ ଆଦୌ ଧ୍ୟାନ ଦେଉ ନାହାନ୍ତି । ସମୁଦାୟର ନେତା ଅଜୟ ଜୈନ ଭୁତୋରିଆ ବୈଠକରେ କହିଛନ୍ତି ଯେ ଆମେରିକାରେ ହିନ୍ଦୁ, ଜୈନ ଏବଂ ସେମାନଙ୍କ ଧାର୍ମିକ ସ୍ଥଳ ବିରୋଧରେ ଘୃଣା ଅପରାଧରେ ବୃଦ୍ଧି ଏକ ବଡ଼ ସମସ୍ୟା । ନିକଟ ଅତୀତରେ ଖାଲିସ୍ତାନ ସମର୍ଥକ ଅନେକ ମନ୍ଦିରରେ ଭାଙ୍ଗାରୁଜା କରିବା ସହ ଭାରତୀୟ ବାଣିଜ୍ୟିକ ଦୂତାବାସ ଉପରେ ଆକ୍ରମଣ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଚଳିତ ସପ୍ତାହରେ ହୋଇଥିବା ବୈଠକରେ ପ୍ରାୟ ଦୁଇ ଡଜନରୁ ଅଧିକ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ଏଥିରେ ସାମିଲ ହୋଇଥିଲେ । ଏଥିରେ ନ୍ୟାୟ ବିଭାଗର ସାମୁଦାୟିକ ସମ୍ପର୍କ ସେବାର ଭିସେଣ୍ଟ ପ୍ଲେୟର ବଂ ହରପ୍ରୀତ ସିଂ ମୋଖା, ଏଫବିଆଇ ଅଧିକାରୀଙ୍କ ସହ ସ୍ଥାନୀୟ ପୋଲିସ ସାମିଲ ହୋଇଥିଲେ ।

ପେଣ୍ଟାଗନର ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ଆୟର କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କରେ ଅବିଶ୍ୱସନୀୟ ମଜଭୁତି ଆସିଛି । ଦକ୍ଷିଣ ଏସିଆ ପାଇଁ ରକ୍ଷା ନୀତିର ସଚିବ ସିଦ୍ଧାର୍ଥ ଆୟର ଏକ ସମ୍ମିଳନୀରେ ଏହି ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଏବଂ ଭାରତ ମଧ୍ୟରେ ପ୍ରତିରକ୍ଷା ବୁଝାମଣା ପ୍ରଯୁକ୍ତି ସହଯୋଗ ଏବଂ ସାମୁଦ୍ରିକ ରଣନୀତି ଉପରେ ଆଧାରିତ ।